Spread the love

ବଡ଼ଚଣା- ୨୫/୪(ଦର୍ଶନ ସମୀକ୍ଷା) ପୂର୍ତ୍ତ ବିଭାଗର ବୈରୀଠାରୁ ବ୍ରାହ୍ମଣୀ ଦେବୀ ପୀଠ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ରାସ୍ତା ପିଚୁ କାମ ଅତି ନିମ୍ନ ମାନର।
ପିଚୁ ହେବାର ଦିନକ ପରେ ପାଦରେ ଚାଲିଲେ ବା ଗୋଡ଼ ମାରିଲେ ଉଠିଯାଉଛି।ଏଠାରେ ଠିକାଦାର ଓ ପୂର୍ତ୍ତ ବିଭାଗ ଅଧିକାରୀ ହେବେ ମାଲେମାଲ ଆଉ ଯାତାୟତ କାରୀ ହେବେ ବେହାଲ।ଜିଲ୍ଲା ପ୍ରଶାସନ ଧୃତରାଷ୍ଟ୍ର ସାଜିଛି।କାହାରି ଆଖିକୁ ଦେଖା ଯାଉନି ଏଭଳି ନିମ୍ନ ମାନର କାର୍ଯ୍ୟ।ସମସ୍ତ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଠିକାଦାର।
ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ରାସ୍ତା ତିଆରି କରୁଥିବା ବେଳେ କିଛି ଅସାଧୁ ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ପ୍ରଲୋଭନ ଦେଖାଇ ଏହାକୁ ବାଟ ମାରଣା କରିବା ପାଇଁ ଚକ୍ରାନ୍ତ କରିଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ପୂର୍ତ୍ତବିଭାଗରେ ,ଏଠାରେ ଦିନକୁ ଦିନ ଖାମଖିଆଲି ଢଙ୍ଗରେ ଠିକାଦାରଙ୍କୁ ସୁହାଇଲା ଭଳି କାମ ହେଉଛି , ବିନା ଦେଖା ଶୁଣା ରେ ଚାଲୁଛି ପିଚୁ କାମ । ସାଇଟ୍ ଉପରେ ନା ବିଭାଗୀୟ ଅଧିକାରୀ ଅଛନ୍ତି ନା କର୍ମଚାରୀ, ଠିକାଦାର ମନମୁଖୀ କାର୍ଯ୍ୟ କରିଚାଲିଛି ,ତଦାରଖ କରିବା ପାଇଁ କେହି ନାହାଁନ୍ତି । ବାରମ୍ବାର ଏହି ବୈରୀ ଠାରୁ ବ୍ରାହ୍ମଣୀ ଦେବୀ ପୀଠ ହାଇଲେବୁଲ କେନାଲ ପିଚୁ କାମ ନିମ୍ନମାନର ବୋଲି ଫେସ୍ ବୁକ୍ ମାଧ୍ୟମରେ ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଉଚ୍ଚ କତ୍ତୃପକ୍ଷଙ୍କ ନିଦ ଭlଙ୍ଗୁ ନ ଥିବା ପରି ଲାଗୁଛି । ପୂର୍ତ୍ତ ବିଭାଗ ପକ୍ଷରୁ ବୈରୀଠାରୁ ବ୍ରାହ୍ମଣୀଦେବୀ ପୀଠ ପର୍ଯ୍ୟନ୍ତ ୬କିମି ୬୦୦ମିଟର ରାସ୍ତା ପାଇଁ ୯କୋଟି ୯୩ଲକ୍ଷ ୫୮ହଜାର ୩୭୬ ଟଙ୍କା ବ୍ୟୟବରାଦ କରାଯାଇ ୨୦୨୧ ଡିସେମ୍ବର ରେ ଟେଣ୍ଡର ହୋଇଥିଲା । ସାଇ କନଷ୍ଟ୍ରକସନ ଏହି ଟେଣ୍ଡରକୁ ୧୫ % କମରେ ହାତେଇ ଥିଲା । ଏଥିରେ ରାସ୍ତାର ମୋଟ ଓସାର ୭.୭୦୦ ହେବ ଓ ୫.୫୦୦ରେ ପିଚୁ ହେବ , ଡାହାଣ ପାଖରେ କେନାଲ ଥିବାରୁ ବାମ ପାଖଟି ୨.୨୦୦ ବାହାରୁ ମାଟି ଆଣି ଚଉଡ଼ା ହେବା କଥା । କିନ୍ତୁ ଠିକାଦାର କେନାଲ କଡ଼ରୁ ମାଟି ଉଠାଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଲୋଭନ ଦେଖାଇ ଠିକ୍ ସେ ରୋଲିଂ ନ କରି ରାସ୍ତା ଚଉଡ଼ା କରିଛନ୍ତି , ଯାହାକି ଗୋଟିଏ ଅସଡା ବର୍ଷା ରେ ରାସ୍ତାକଡ଼ ସବୁ ଭୁଷୁଡି ଯିବାର ଦେଖା ଦେଇଛି । ଠିକାଦାର ତାହାରି ଉପରେ ତରବର ଭାବେ ପିଚୁ ପକାଇ ମାର୍ଚ୍ଚ ମାସ ମୋଟା ବିଲ ହାତେଇ ନେବା ପାଇଁ ମସୁଧା କରିଛନ୍ତି,ତେଣୁ ବିଭାଗୀୟ ଅଧିକାରୀ କାମ ଉପରକୁ ଯାଆନ୍ତୁ ବା ନ ଯାଆନ୍ତୁ ମନ ଇଚ୍ଛା ବିନା ପ୍ରାଇମର ଓ ବିନା ସଫେଇ ରେ ଧୂଳି ଉପରେ ପିଛୁ କାମ କରୁଛନ୍ତି । ଲୋକମାନେ ବାରମ୍ବାର ଅଭିଯୋଗ କରିବାରୁ ଆମ ପ୍ରତିନିଧି ଏହାକୁ ପରଖିବା ପାଇଁ ଗତ କାଲି ଉକ୍ତ ରାସ୍ତା କୁ ଯାଇ ଦେଖିଥିଲେ ଦୁଇଦିନ ତଳେ ହୋଇଥିବା ପିଚୁ ଗୋଡ ମାରିଲା କ୍ଷଣି ବାହାରି ଯାଉଛି ଓ ଚାଲିବା ବେଳେ ମେଞ୍ଚା ମେଞ୍ଚା ପାଦରେ ଲାଗୁଛି, ଯାହାର ପ୍ରମାଣ ସୁରୂପ ଭିଡିଓ ମଧ୍ୟ ହୋଇଛି।ଠିକାଦାର ଙ୍କ କର୍ମଚାରୀ କାମ କରୁଥିବା ବେଳେ କାମତଦାରଖ କରିବା ପାଇଁ ବିଭାଗ ତରଫରୁ କିଏ ଅଛନ୍ତି ବୋଲି ପଚାରିବାରୁ କେହି ନାହାନ୍ତି ବୋଲି କହିଥିଲେ । କାମ କେମିତି ହେଉଛି ପଚାରିବାରୁ ସମସ୍ତ କର୍ମଚାରୀ କହିଲେ ଆମେ ଜାଣିନୁ।ଠିକାଦାରଙ୍କ ପାଖରେ ଆମେ କାମ କରୁଛୁ, ତାଙ୍କ କହିବା ଅନୁସାରେ କାର୍ଯ୍ୟ ହେଉଛି, ଭଲ ମନ୍ଦ ସମ୍ପର୍କରେ ଆମକୁ ନ ପଚାରି ଆପଣ ଠିକାଦାର ବା ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେ ହୁଏତ ଆପଣଙ୍କ ପ୍ରଶ୍ନର ଉତ୍ତର ଭଲ ଭାବରେ ଦେଇପାରିବେ। ଆମ ପ୍ରତିନିଧି ଉକ୍ତ ସ୍ଥାନରୁ ବିଭାଗୀୟ ଏସ ଡି ଓ ମ୍ୟାଡମଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଜେଇଙ୍କୁ ଏ ବିଷୟରେ ଫୋନ କରି କହିବାରୁ ସେ ଦେଖିବେ ବୋଲି କହିଥିଲେ ଓ ଆଜି କାମ ବନ୍ଦ କରିଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାର ରାଜକୋଷରୁ କୋଟି କୋଟି ଟଙ୍କାର ଯୋଜନା କରି ଲୋକମାନଙ୍କ ସୁବିଧା ନିମନ୍ତେ ଖର୍ଚ୍ଚ କରୁଛନ୍ତି ନା ଏହିଭଳି କିଛି ଅନିୟମିତତା କରି ଠିକାଦାରଙ୍କ ପକେଟ ଗରମ କରିବା ପାଇଁ କରିଛନ୍ତି । ଠିକାଦାର କିପରି ବିଭାଗୀୟ ଅଧିକାରୀ ବିନା କାମ କରିପାରୁଛନ୍ତି । ଏହି କାମକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ବୈରୀ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେବେଲ୍ କେନାଲବନ୍ଧ ପ୍ରତିବର୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ପାଇଁ ଏକ ଦୁଧିଆଳି ଗାଈ ହୋଇଛି।ପ୍ରତିବର୍ଷ ଏ ବନ୍ଧର କାର୍ଯ୍ୟ ହେବ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେବ, ଜନସାଧାରଣ ଯାତାୟତ ସମୟରେ ହନ୍ତସନ୍ତ ହେବେ, ଏହା ବୋଧେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦ ଟି ପଞ୍ଚାୟତର ଲୋକଙ୍କ ଭାଗ୍ୟରେ ଲେଖାଥିବା ଭଳି ମନେ ହେଉଛି।ଆହୁରି ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀଙ୍କ ପାଦ ଏହି ରାସ୍ତା ଉପରେ ପଡ଼ିନାହିଁ ଓ କେହି ଜଣେ ହେଲେ ଅଧିକାରୀ ରାସ୍ତାକର୍ଯ୍ୟର ଗୁଣାତ୍ମକ ମାନ ତଦାରଖ ଓ ସମୀକ୍ଷା କରି ନାହାଁନ୍ତି।କୌଣସି ପ୍ରକାରେ ରାସ୍ତକାମ ସାରି ବିଲ୍ଉଠାଇ ନେବାକୁ ଯେ ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲିଛି, ଏହା ନି ସନ୍ଦେହରେ କୁହାଯାଇ ପାରେ। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ କାମ କୁ ଆଉ ଥରେ ସଠିକ୍ ଭାବେ କରିବା ପାଇଁ ବୁଦ୍ଧିଜୀବୀ,ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *