ଆର୍ଥିକ କ୍ଷେତ୍ରରେ ଭାରତକୁ ବଡ଼ ଝଟକା, ଦେଶର ଅଭିବୃଦ୍ଧି ହାର ୪ ବର୍ଷ ମଧ୍ୟରେ ସବୁଠାରୁ କମ
ନୂଆଦିଲ୍ଲୀ :ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଥିବା ଭାରତକୁ ଆର୍ଥିକ କ୍ଷେତ୍ରରେ ବଡ଼ ଝଟକା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୫%କୁ ହ୍ରାସ ପାଇଛି। ଦେଶର ଏହି ଅଭିବୃଦ୍ଧି ହାର ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ କମ୍। ପୂର୍ବ ବର୍ଷ ଅର୍ଥାତ୍ ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ଥିଲା। ତଥାପି, ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକ (Q4)ରେ ଜିଡିପି ଅଭିବୃଦ୍ଧି ୭.୪% ଥିଲା, ଯାହା ଆଶାଠାରୁ ଭଲ। କିନ୍ତୁ ତ୍ରୈମାସିକ ଅଭିବୃଦ୍ଧି ମଧ୍ୟ ସମଗ୍ର ବର୍ଷର ମନ୍ଥର ଗତିକୁ ଉନ୍ନତ କରିପାରି ନାହିଁ।
ଶୁକ୍ରବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଏକ ସଂଗଠନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ବର୍ଷ ପ୍ରକୃତ GDP ୬.୫% ଅଭିବୃଦ୍ଧି ପଞ୍ଜୀକୃତ କରିଛି, ଯେତେବେଳେ ନାମମାତ୍ର ବା ନୋମିନାଲ ମୋଟ ଘରୋଇ ଉତ୍ପାଦର( GDP) ୯.୮%କୁ ବୃଦ୍ଧି ପାଇଛି। ତଥାପି, ଏହି ଆକଳନ ସରକାରଙ୍କ ପୂର୍ବ ଆକଳନ ୯.୯% ଅପେକ୍ଷା ସାମାନ୍ୟ କମ୍।
ସେପଟେ ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଭାରତର ଅର୍ଥନୈତିକ ସମ୍ଭାବନା ଅକ୍ଷୁର୍ଣ୍ଣ ରହିଛି ଏବଂ ଆଗାମୀ ସମୟରେ ଦେଶ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ହୋଇ ରହିବ। ସମଗ୍ର ବର୍ଷର ଅଭିବୃଦ୍ଧି ସରକାରୀ ଆକଳନ ମଧ୍ୟରେ ରହିଛି।
Leave a Reply