Spread the love

ପ୍ରଶ୍ନ :– *କଳିଯୁଗ କେଉଁଠି ରୁହେ ? କଳିଯୁଗରୁ କିପରି ବଞ୍ଚିବା,
“କଳିଯୁଗରେ ଆମେ କାହାକୁ ପୂଜା ଓ ଜପ କରିବା ?
•••••••••••••••••••••••••••••••••••••••••
ଉତ୍ତର – କଳିଯୁଗକୁ ରହିବା ପାଇଁ ରାଜା ପରୀକ୍ଷିତ ଚାରୋଟି ଜାଗା ଦେଲେ ସେଗୁଡିକ ହେଲା :–
ଅଭ୍ୟର୍ଥିତସ୍ତଦା ତସ୍ମେୟି ସ୍ଥାନନି କଳୟେ ଦଦୌ |
ଦ୍ୟୂତଂ ପାନଂ ସ୍ତ୍ରୀୟଃ ସୁନା ଯତ୍ରାଧର୍ମଶ୍ଚତୁର୍ବିଧଃ ||
(ଶ୍ରୀମଦ୍ଭାଗବତ ୧| ୧୭| ୩୮)

(୧) ଦ୍ୟୂତ ( ଜୁଆଖେଳ ) :–
——————————-
ଏବେ କିଛି ବୃଦ୍ଧ ଲୋକ, ଯୁବକ ମନ୍ଦିର ରେ ବସି ତାସ, ଇତ୍ୟାଦି ଜୁଆ ଖେଳୁଥିବେ | ଉଭୟ ପାଣ୍ଡବ ଓ କୌରବ ଜୁଆ ଖେଳିଥିଲେ ବୋଲି ଦଣ୍ଡ ଭୋଗିବାକୁ ପଡିଥିଲା | ଜୁଆ ଖେଳିକି ସମୟ କଣ ଅତିବାହିତ କରିବା, ସମୟ ଆମକୁ ଅତିବାହିତ କରି ଚାଲିଛି, ଏ ଶରୀର ର କୋଷ ପ୍ରତିକ୍ଷଣ ମରିଚାଲିଛି | ଜଣା ନାହିଁ କାହର କଉଁ ସମୟ ଶେଷ ସମୟ ହେବ, ସେଥିପାଇଁ ଭଗବାନଙ୍କୁ ଚିନ୍ତନ କରିବା ଉଚିତ |

୨) ମଦ୍ୟପାନ –
——————————-
ମଦ ଉପରେ ଲେଖାଯାଇଛି “ ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ “ | ଯିଏ ନିଜ ସ୍ବାସ୍ଥ୍ୟ ର ଯତ୍ନ ନେଇ ପାରେନାହିଁ, ସେ ନିଜ ପରିବାର, ଦେଶ ର କଣ ଯତ୍ନ ନେବ ? ତେଣୁ ଏଭଳି ମଦୁଆ ଲୋକ ମରିଗଲେ ବାଣ ଫୁଟାଇ ନାଚିବା କଥା |

୩) ସ୍ତ୍ରୀସଙ୍ଗ–
——————————-
ପର ସ୍ତ୍ରୀ, ନାରୀ କୁ କୁ ଦୃଷ୍ଟିରେ ଚାହିଁବା ଅନୁଚିତ | ରାବଣ ମାତା ସୀତାଙ୍କୁ କୁ ଦୃଷ୍ଟି ରେ ଚାହିଁବାରୁ ଲଙ୍କା ନଷ୍ଟ ହୋଇଗଲା, କୌରବ ମାତା ଦ୍ରୌପଦୀଙ୍କୁ କୁ ଦୃଷ୍ଟି ରେ ଚାହିଁବାରୁ ସମ୍ପୂର୍ଣ୍ଣ କୌରବ ବଂଶ ବୁଡ଼ିଗଲା | ତେଣୁ ଶାସ୍ତ୍ର ର ମତ ପର ନାରୀ ର ଚରଣକୁ ଦେଖି ସବୁବେଳେ କଥା କହିବା ଉଚିତ | ଏହିପରି ନାରୀ ମଧ୍ୟ ପର ପୁରୁଷ ସହ କଥା ହେବାବେଳେ ପୁରୁଷ ର ଚରଣକୁ ଦେଖି କଥା କହିବା ଉଚିତ |
“”ପରନାରି ପେନି ଛୁରୀ | ତିନ ଠୋର ସେ ଖାଏ ||
ଧନ ହରେ, ୟୋବନ ହରେ | ଅନ୍ତ ନରକ ଲେ ଯାଏ ||””

୪)ହିଂସା –
——————————-
ଅନ୍ୟକୁ ଦେଖି ହିଂସା କରିବା ଅନୁଚିତ | ଅନ୍ୟକୁ ହିଂସା କରି ସମୟ ନଷ୍ଟ ନ କରି ସବୁବେଳେ ନିଜର ଉନ୍ନତିର ଚିନ୍ତା କରିବା ଉଚିତ |

ଏହି ସ୍ଥାନମାନଙ୍କରେ ଯଥାକ୍ରମେ ଅସତ୍ୟ, ମଦ, ଆସକ୍ତି ଓ ନିର୍ଦ୍ଦୟତା ନାମକ ଅଧର୍ମ ସର୍ବଦା ନିବାସ କରେ | ପୁଣି କଳିଯୁଗକୁ ରହିବା ପାଇଁ ପରୀକ୍ଷିତ ଆଉ ଗୋଟିଏ ସ୍ଥାନ ଦେଲେ |
“”ପୁନଶ୍ଚ ଯାଚମାନାୟ ଯାତରୂପମଦାତ୍ପ୍ ଭୁଃ |
ତତୋନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମମ୍ ||
(ଶ୍ରୀମଦ୍ଭାଗବତ ୧| ୧୭| ୩୯ ) “”

୫) ସୁବର୍ଣ୍ଣ (ଧନ ) –
——————————-
ପର ଧନ , ଅନ୍ୟାୟ ରେ ଉପାର୍ଜିତ ଧନ ରେ କଳିଯୁଗ ଥାଏ, ସେଥିପାଇଁ ଦୁର୍ଯୋଧନ ପାଣ୍ଡବମାନଙ୍କ ଠାରୁ ଅନ୍ୟାୟ ରେ ରାଜ୍ୟ ଭୋଗ କଲା, କିନ୍ତୁ ସେସବୁ ଅନ୍ୟାୟ ରେ ଉପାର୍ଜିତ ହୋଇଥିବାରୁ ୧୨ ବର୍ଷ ଭିତରେ ଧନ ଗଲା ତା ସହିତ ଦୁର୍ଯୋଧନ ଓ ତାର ୧୦୦ ଭାଇ ଭି ମଲେ | ସେଥିପାଇଁ ସବୁବଳେ ଧର୍ମ ମାର୍ଗରେ ଧନ ଅର୍ଜନ କରିବା ଉଚିତ | ଏପରି ଭାବରେ କଳିଯୁଗକୁ ମିଥ୍ୟା, ମଦ(ଈର୍ଷା ), କାମ, ବୈରତା ଏବଂ ରଜୋଗୁଣରେ ରହିବାକୁ ଆଉ ପାଞ୍ଚୋଟି ସ୍ଥାନ ମିଳିଗଲା |

“”ଅମୂନି ପଞ୍ଚ ସ୍ଥାନାନି ହ୍ୟଧର୍ମପ୍ରଭବଃ କଳିଃ |
ଔତ୍ତରେୟେଣ ଦତ୍ତାନି ନ୍ୟବସତ୍ ତନ୍ନିଦେଶକୃତ୍ ||
(ଶ୍ରୀମଦ୍ଭାଗବତ ୧| ୧୭| ୪୦ )””
ପରୀକ୍ଷିତ ଦେଇଥିବା ପାଞ୍ଚଟି ସ୍ଥାନରେ ତାଙ୍କର ଆଜ୍ଞାପାଳନପୂର୍ବକ ଅଧର୍ମର ମୂଳକାରଣ କଳି ନିବାସ କରିବାକୁ ଲାଗିଲା |

“”ଧର୍ମଂ ବ୍ରବୀଷି ଧର୍ମଜ୍ଞ ଧର୍ମୋସି ବୃଷାରୂପଧୃକ୍ |
ଯଦଧର୍ମକୃତଃ ସ୍ଥାନଂ ସୂଚକସ୍ୟାପି ତଦ୍ଭବେତ୍ ||
(ଶ୍ରୀମଦ୍ଭାଗବତ ୧| ୧୭| ୨୨)””
ଏସବୁ ବ୍ୟତୀତ ଯିଏ ଏମାନଙ୍କ ସହିତ ମିଳାମିଶା କରେ ତା ଉପରେ ମଧ୍ୟ କଳିଯୁଗ ର ପ୍ରକୋପ ପଡେ | ଅଧର୍ମ କରିଥିବା ଲୋକକୁ ଯେଉଁ ଦଣ୍ଡ ମିଳେ , ତାର ନାମ ପ୍ରକାଶିତ କରୁଥିବା ଲୋକକୁ ମଧ୍ୟ ସେହି ଦଣ୍ଡ ମିଳେ |

କଳିଯୁଗରୁ ବଞ୍ଚିବା କିପରି –
——————————-
“”ଇୟଂ ଚ ଭୂର୍ଭଗବତା ନ୍ୟାସିତୋରୁଭରା ସତୀ |
ଶ୍ରୀମଦ୍ଭିସ୍ତତ୍ପଦନ୍ୟାସୈଃ ସର୍ବତଃ କୃତକୌତୁକା ||
(ଶ୍ରୀମଦ୍ଭାଗବତ ୧| ୧୭| ୨୬ )””
ଯେଉଁଠି ଗୋମାତାଙ୍କର ସେବା ହୁଏ, ଯେଉଁଠି ଗୋବିନ୍ଦଙ୍କର, ଗୋପାଳଙ୍କର, ଠାକୁର ( ଶାଲିଗ୍ରାମ ଭଗବାନ ) ଙ୍କର ପୂଜା ହୁଏ ସେଠି କଳିଯୁଗର ପ୍ରଭାବ ନ ଥାଏ | ଗୋମାତା ହେଉଛନ୍ତି ସାକ୍ଷାତ ପୃଥିବୀ | ଗୋମାତା ହେଉଛନ୍ତି ଧର୍ମ ର ପ୍ରତୀକ ଧର୍ମ ର ଚାରୋଟି ଚରଣ – ସତ୍ୟ, ଦୟା, କ୍ଷମା, ତ୍ୟାଗ | ସେଥିପାଇଁ ଭଗବାନ ଶଙ୍କରଙ୍କର ବାହନ ବୃଷଭ | ଗୋମାତା ଠାରୁ ଧର୍ମକର୍ମ ରେ ବ୍ଯବହୃତ ଦୁଧ, ଘିଅ ଆଦି ଜିନିଷ ପ୍ରସ୍ତୁତ ହୁଏ ( ଗାଂ ଚ ଧର୍ମଦୁଘାଂ ଦୀନାଂ ଭୃଶଂ …. ) |

କଳିଯୁଗରେ ଆମେ କାହାକୁ ପୂଜା, ଜପ କରିବା ?
——————————-
“”ସଚ୍ଚିଦାନନ୍ଦରୂପାୟ ବିଶ୍ଵୋତ୍ପତ୍ତ୍ୟାଦିହେତବେ |
ତାପତ୍ରୟ ବିନାଶୟ ଶ୍ରୀକୃଷ୍ଣାୟ ବୟଂ ନମଃ ||
(ଶ୍ରୀମଦ୍ଭାଗବତ ୧| ୧|୧ )””
ଭଗବାନ ହେଉଛନ୍ତି ସତ୍, ଚିତ୍, ଆନନ୍ଦ ସ୍ଵରୂପ |

ସତ୍ – ଭଗବାନ ସତ୍ୟସ୍ୱରୂପ | ଆମେ ଜନ୍ମ ହେଉଛୁ, ଯୁବକ, ପୁଣି ବୃଦ୍ଧ ହେଉଛୁ | ଘର, ପୋଲ ଇତ୍ୟାଦି ଦିନେ ନା ଦିନେ ନଷ୍ଟ ହେବ ତେଣୁ ଆମେ, ଏସବୁ ବସ୍ତୁ ଅସତ୍ୟ ସ୍ଵରୂପ | କିନ୍ତୁ ଆମେ ଛୋଟ ଥିବା ବେଳେ ଭଗବାନ ଜଗନ୍ନାଥ, ଶଙ୍କର ଯେପରି ଥିଲେ, ଆମେ ବୁଢା ହେବ ପରେ ମଧ୍ୟ ଜଗନ୍ନାଥ ଜୀ ପୂର୍ବବତ ଅଛନ୍ତି | ତେଣୁ “ ବ୍ରହ୍ମ ସତ୍ୟ , ଜଗତ ମିଥ୍ୟା “ | ତେଣୁ ଭଗବାନ ହିଁ ସତ୍ୟସ୍ଵରୂପ | କୌଣସି ବାବା ସତ୍ୟ ସ୍ୱରୂପ ହୋଇପାରିବେ ନାହିଁ, ଯଦି ବାବାଜୀ ସତ୍ୟ ସ୍ୱରୂପ ହୋଇଥାନ୍ତେ ସେ ବାବା ବୃଦ୍ଧ ହେଲେ କିପରି ? ତେଣୁ ଭଗବାନ ହିଁ ସତ୍ୟ ସ୍ଵରୂପ, ପୂଜା ତାଙ୍କରି ହିଁ ହେବା ଉଚିତ |

ଚିତ୍ – ଯିଏ ସର୍ବତ୍ର ବ୍ୟାପ୍ତ, ପଞ୍ଚଭୂତ ରେ ବ୍ୟାପ୍ତ, ଯିଏ ଚୈତନ୍ୟ ସ୍ୱରୂପ, ଯାହାଁଙ୍କର ତେଜ ସୁର୍ଯ୍ୟଙ୍କ ଠାରୁ ମଧ୍ୟ ତେଜୀୟାନ୍, ଯିଏ ସବୁ ଗୁଣରୁ ଉର୍ଦ୍ଧ୍ଵରେ, ଯିଏ ବିକାର ରହିତ, ଯାହାଙ୍କ ଠାରୁ ସମସ୍ତ ବିଶ୍ଵ ଉତ୍ପନ୍ନ, ମୁଁ ସେହି ଚୈତନ୍ୟ ସ୍ୱରୂପ ଭଗବାନଙ୍କୁ ପ୍ରଣାମ କରୁଛି |

ଆନନ୍ଦ – ଯାହାଙ୍କର କଥା ଶୁଣିଲେ ଥକା ଚାଲିଯାଏ, ଯାହାଙ୍କର ରଥଯାତ୍ରା ଦେଖିବାକୁ ସମ୍ପୂର୍ଣ୍ଣ ବିଶ୍ଵ ଲାଳାୟିତ, ଯାହାଙ୍କର ନାମ ଜପରେ ଚୈତନ୍ୟ ମହାପ୍ରଭୁ ପାଗଳ, ଗୋସ୍ଵାମୀ ତୁଳସୀ ଦାସ ପାଗଳ, ଯାହାଙ୍କୁ ଦେଖିବାକୁ ବୃନ୍ଦାବନ ର ଗୋପୀ ମାନେ ପାଗଳ, ଯେଉଁ ଶ୍ରୀ ରାମଙ୍କୁ ଦେଖିବାକୁ ସମ୍ପୂର୍ଣ୍ଣ ଅଯୋଧ୍ୟା ବାସୀ ବନକୁ ରାଜ୍ୟ ଛାଡି ବନରେ ରହିବାକୁ ଆସିଥିଲେ , ଯାହାଙ୍କୁ ସ୍ଵାମୀ ରୂପେ ପାଇବାକୁ ୧୬୧୦୮ ରାଣୀ ତପସ୍ୟା କରିଥିଲେ, ମୁଁ ସେହି ଆନନ୍ଦ ସ୍ୱରୂପ ଭଗବାନଙ୍କୁ ପ୍ରଣାମ କରୁଛି |
ହରେ କୃଷ୍ଣ 🙏

Leave a Reply

Your email address will not be published. Required fields are marked *