Spread the love

ମନ ଖୋଜୁଛି ପଖାଳ

ଢେଙ୍କାନାଳ, 20 l 3 (ଦର୍ଶନ ସମୀକ୍ଷା)
ଓଡ଼ିଆ ସଂସ୍କୃତି, ଜୀବନୀ, ଆତ୍ମୀୟତାର ପରିଚୟ ହେଉଛି ପଖାଳ। ପଖାଳ ହେଉଛ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆ ଜାତିର ମଉଡ଼ମଣି ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ଯ ପଖାଳ ପ୍ରିୟ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଶୟନ ପୂଟରୁ ବଡ଼ସିଂହାର ବେଶରେ ତାଙ୍କ ନିକଟରେ ଦହ ପଖାଳ ଭୋଗ ହୋଇଥାଏ। ପଖାଳକୁ ସ୍ମରଣ ରଖିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ ୨୦ ତାରିଖକୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଦେଶ ବିଦେଶରେ ଥୁବା ଓଡ଼ିଆମାନେ ମଧ୍ଯ ପଖାଳ ଦିବସ ପାଳନ କରିଥାନ୍ତି । ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସେମାନଙ୍କର ଆକର୍ଷଣ ରହିଛି। ସେଥିପାଇଁ କଥାରେ ଅଛି, ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ। ଗାଠୁ ସହର ପର୍ଯାନ୍ତ ପ୍ରତି ଘରେ ଲୋକଙ୍କ ଜୀବନ ଶୈଳୀରେ ପଖାଳ ଏକ ନିତିଦିନିଆ ଖାଦ୍ୟ । ଛୋଟ ବଡ଼ ହୋଟେଲରେ ବିଭିନ୍ନ ରକମର ପଖାଳ ଦେଖୁବାକୁ ମିଳୁଛି l. ତାରକା ହୋଟଲ ସମେତ ବିଭିନ୍ନ ସଙ୍ଗଠନ ତରଫରୁ ପଖାଳ ଦିବସ ପାଳନ କରାଯାଉଛି। ସହର ଚାକଚକ୍ଯ ଏବଂ ଦେଶୀ, ବିଦେଶୀ ଖାଦ୍ଯପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ତେବେ ଆଳୁଭଜା ଠାରୁ ଆରମ୍ଭ କରି ବଡିଚୁରା,‌ମାଛଭଜା ଶାଗଭଜା ଟମାଟ ବାଇଗଣ ଭଜା ,ଛୁଇଁ ଆଳୁ ଭଜା, କାକୁଡି ପ୍ରଭୃତି ସହ ପଖାଳ ଖାଇବାକୁ ଭଲ ଲାଗେ ତ ପୁଣି କେତେବେଳେ ଶାଗ, ପିଆଜ, ଲଙ୍କା ସହ ପଖାଳ ଖାଇବାକୁ ଇଚ୍ଛା ହୂୁଏ। ଦିନକୁ ଦିନ ଆଧୁନିକ ସଭ୍ୟତାରେ ଛନ୍ଦି ହୋଇ ଯୁବପିଢ଼ି ପଖାଳକୁ ଛାଡି ପାଶ୍ଚାତ୍ୟ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଥୁବଳେ ମଧ୍ଯ ଗ୍ରୀଷ୍ମଦିନେ ଖରାର ପ୍ରକୋପ ପୁଣି ସେମାନଙ୍କୁ ପଖାଳ କଂସା ପ୍ରତି ଧୀରେ ଧିରେ ଆକୃଷ୍ଟ କରାଉଛି। ଶ୍ରୀମନ୍ଦର ନିକଟରେ ହୋଟେଲ କରିଥିବା ଲୋକନାଥ ମହାରଣା କହଛନ୍ତ ଖରାଦିନେ ଗ୍ରାହକ ପଖାଳ ଖୋଜିଥାନ୍ତି । ପଖାଳ ସହ ବିଭିନ୍ନ ଭଜା ପାମ୍ପଡ଼, ଖଟା, ବଡ଼ବୁରା ଆଦି ଦିଆଯାଏ ୬୦ରୁ ୭୦ ଟଙ୍କା ପଖାଳ ବେଲା ରହିଥାଏ। ଆମିଷାଶୀଙ୍କ ପାଇଁ ଦହିପଖାଳ ସହ ମାଛଭଜା, ଲୁଣି ମାଛ ଭଜା, ଆଳୁ ଭଜା, ବଡି ଚୁରା, ପାମ୍ପଡ,ଆଚାର ଆଦ ରହିଥାଏ। ଯାହାର ମୂଲ୍ଯ 50ରୁ 100 ଟଙ୍କା। ଢେଙ୍କାନାଳ ରେ ଥିବା ବିଭିର୍ନ ଥିବ ହୋଟେଲରେ ମଧ୍ଯ ପଖାଳ ଚାହଦା ରହିଁଛା lଦହି ପଖାଳ ସହ ବିଭିନ୍ନ ପ୍ରକାର ଆଇଟମ୍‌ ଖାଇ ଲୋକମାନେ ମାଜ଼ାନେଇଥାନ୍ତି l

Leave a Reply

Your email address will not be published. Required fields are marked *