“କଥା ଏତିକି 👇, ବାସ୍”
” ମାଲିକେ ‘ଧ’ କହିଲେ ଅନୁଗତ, ସାମ୍ବିଧାନିକ/ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଅତି ନିର୍ଲଜ ଭାବରେ ଜଳାଞ୍ଜଳି ଦେଇ ‘ମାଡି ବସନ୍ତି।”
ଆଜି ଏହାର ଉପସ୍ଥାପନା କାହିଁକି?
(୧)”ଜାତୀୟ ନିରାପତ୍ତା ଆଇନ -National Security Act(NSA)ର ଧାରା ଅନୁସାରେ, ତା୧୪.୦୩.୨୦୨୫ରିଖରେ ‘ଲଦାଖକୁ ରାଜ୍ୟ ପାହ୍ୟା ଦେବା ତଥା ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯିବା ଦାବିରେ ହେଉଥିବା ଆନ୍ଦୋଳନ ସମୟରେ, ବିଶିଷ୍ଟ ଇଞ୍ଜିନିୟର, ଜଳବାୟୁ ବିଶାରଦ ତଥା ଉଦ୍ଭାବକ ଶ୍ରୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯାଇ ରାଜସ୍ଥାନର ଯୋଧପୁର ଜିଲ୍ଲାରେ ରଖାଯାଇଥିଲା।”
(୨)ସେ ଜେଲରେ ୧୭୦ ଦିନ ରହିବାପରେ,ତା୧୪.୦୩.୨୦୨୬ରିଖରେ ,
ଯେଉଁ ସରକାର ତାଙ୍କ ଉପରେ “ଜାତୀୟ ନିରାପତ୍ତା ଆଇନ (NSA)” ଲଗେଇଥିଲେ, ସେହି ସରକାର ତାକୁ ପ୍ରତ୍ୟାହାର କରିଛନ୍ତି।
“ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀ, ସେଥିରୁ ମୁକ୍ତି ଏବଂ ପ୍ରଶାସନିକ ଦାୟବଦ୍ଧତା” ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
(୩)NSA ପ୍ରତ୍ୟାହାରର କାରଣ:-
ସରକାରୀ ସ୍ତରରେ “ଲଦାଖରେ ଶାନ୍ତି ପ୍ରତିଷ୍ଠା ଏବଂ ଆଲୋଚନା ପାଇଁ ପରିବେଶ ସୃଷ୍ଟି କରିବାକୁ ଏହି ପଦକ୍ଷେପ ନିଆଯାଇଥିବା” କୁହାଯାଇଛି। ମାତ୍ର ବାସ୍ତବରେ, ସୁପ୍ରିମକୋର୍ଟରେ ଦାୟର ହୋଇଥିବା ‘ହେବିୟସ କର୍ପସ’ (Habeas Corpus) ଆବେଦନର ଶୁଣାଣିର ମାତ୍ର ତିନି ଦିନ ପୂର୍ବରୁ ସରକାର ଏହି ନିଷ୍ପତ୍ତି ନେବା କିଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି।ପୂର୍ବରୁ, ସୁପ୍ରିମକୋର୍ଟଙ୍କ ତରଫରୁ ୱାଙ୍ଗଚୁକଙ୍କ ଭାଷଣ ଏବଂ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ନେଇ ପ୍ରଶାସନର କଠୋର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।
(୪)ଏହି ସମଗ୍ର ଘଟଣାରେ ଦାୟବଦ୍ଧତାକୁ ନେଇ ଦୁଇଟି ଭିନ୍ନ ମତ ରହିଛି
(କ) ପ୍ରଶାସନିକ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ (Administrative Overreach):
ଅନେକ ଆଇନ ବିଶେଷଜ୍ଞଙ୍କ ମତରେ, ‘ଲେହ’ର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଗୃହ ମନ୍ତ୍ରାଳୟ ଏଥିପାଇଁ ସିଧାସଳଖ ଦାୟୀ। କୌଣସି ବଳିଷ୍ଠ ପ୍ରମାଣ ନଥାଇ ଜଣେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ NSA ଭଳି କଠୋର ଆଇନ ପ୍ରୟୋଗ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧୀ। ସୁପ୍ରିମକୋର୍ଟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ମାଜିଷ୍ଟ୍ରେଟଙ୍କ ଆଦେଶନାମା ପୋଲିସ ରିପୋର୍ଟର ଏକ ନକଲ ଥିଲା ଏବଂ ପ୍ରମାଣଗୁଡ଼ିକର ସଠିକ୍ ଅନୁବାଦ ମଧ୍ୟ କରାଯାଇ ନଥିଲା।
(ଗ)ନ୍ୟାୟିକ ବିଳମ୍ବ:
ଜଣେ ବ୍ୟକ୍ତିଙ୍କୁ ବିନା ବିଚାରରେ ୬ ମାସ ଜେଲରେ ରଖିବା ପରେ କୋର୍ଟରେ ଶୁଣାଣି ପୂର୍ବରୁ ମୁକ୍ତ କରିଦେବା ଏକ ପ୍ରକାର ରଣନୀତି। ଏଥିପାଇଁ ନ୍ୟାୟିକ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ମଧ୍ୟ ସମାଲୋଚନା କରାଯାଉଛି, ଯାହା ପ୍ରଶାସନକୁ ମନଇଚ୍ଛା କାର୍ଯ୍ୟ କରିବାକୁ ସୁଯୋଗ ଦେଉଛି।
(୫)ନିଷ୍କର୍ଷ:-
ଯଦିଓ ୱାଙ୍ଗଚୁକ ମୁକ୍ତ ହୋଇଛନ୍ତି, କିନ୍ତୁ ବିନା ପ୍ରମାଣରେ ଜଣେ ନାଗରିକଙ୍କ ସ୍ୱାଧୀନତାକୁ ୬ ମାସ ପର୍ଯ୍ୟନ୍ତ କ୍ଷୁଣ୍ଣ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ କି ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ସୁପ୍ରିମକୋର୍ଟ ଯଦି ଏହି ମାମଲାରେ ଏକ ଦିଗଦର୍ଶନ ପ୍ରଦାନ କରନ୍ତି, ତେବେ ଭବିଷ୍ୟତରେ NSA ର ଅପବ୍ୟବହାର ରୋକାଯାଇପାରନ୍ତା।
(୬) ଏବଂ, ଏପରି ହୁଏ କାହିଁକି?
ଏଇଠି କିନ୍ତୁ, “କିନ୍ତୁ?” ର ମହତ୍ତ୍ୱ ବଢ଼ିଯାଉଛି।
ଏବକୁ ଦିବଙ୍ଗତ, ଏକଦା ଦେଶର ଆଇନ ମନ୍ତ୍ରୀ ରହିଥିବା
ଶ୍ରୀ ଅଋଣ ଜେଟଲୀ ମହାଶୟ କହିଥିବା “‘ ଅବସର ଗ୍ରହଣ ପୂର୍ବର ନିଷ୍ପତ୍ତି ଅବସରପରର ପୁନଃଥଇଥାନ ପାଇଁ ପ୍ରେରିତ ହୋଇଥାଏ ” କଥାଟିଏ ମନେ ପଡୁଛି।
(୭)ଜେଟଲୀଜୀଙ୍କ ବକ୍ତବ୍ୟ ବିସ୍ତାରେଣରେ:-
ତା୦୧.୧୦.୨୦୧୨ରିଖରେ ରାଜ୍ୟସଭାର ବିରୋଧୀଦଳ ତଥା ବିଜେପିର ଆଗଧାଡିର ନେତା ଶ୍ରୀ ଅଋଣ ଜେଟଲିଜୀ ‘ବିଜେପି ଆଇନ ପ୍ରକୋଷ୍ଠ – BJP LEGAL CELL’ର ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଥିଲେ, “ଦୁଇପ୍ରକାରର ବିଚାରପତି ଅଛନ୍ତି , ଯେଉଁମାନଙ୍କ ଭିତରୁ କିଛି ଆଇନ ଜାଣନ୍ତି ଓ କିଛି ଆଇନମନ୍ତ୍ରୀଙ୍କୁ।ଅବସରଗ୍ରହଣ ପୂର୍ବର ଅନେକ ନିଷ୍ପତ୍ତି (Judgement )ଅବସରଗ୍ରହଣ ପରର ପୁନଃନିଯୁକ୍ତି ପାଇଁ ପ୍ରେରିତ ଥାଏ।ମୁଁ (ଜେଟଲୀ ମହାଶୟ)ଶ୍ରୀ ବାଜପେୟୀଜୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ସମୟରେ ଏଭଳି ଅବସରପ୍ରାପ୍ତମାନଙ୍କ ସହିତ ଭେଟ ହେଲେ ଡରୁଥିଲି, କାଳେ ସେମାନେ ନିଜର ଚରିତ୍ରପଞ୍ଜିକା (Biodata) ମୋତେ ଧରେଇ ଦେଇ ପୁନଃନିଯୁକ୍ତି ମାଗିବେ ବୋଲି।”
କିନ୍ତୁ ଇତିହାସର ବିଚିତ୍ର ଧାରା ଆଧାରରେ, ଶ୍ରୀ ଜେଟଲୀ ମହାଶୟ ନିଜେ ୨୦୧୪ ମସିହାରେ ମୋଦିଜୀଙ୍କ ମନ୍ତ୍ରୀଥିବା ସମୟରେ,
“ଜଣେ ସଦ୍ୟ-ସେବାନିବୃତ୍ତ ପ୍ରଧାନ ବିଚାରପତିଙ୍କୁ ରାଜ୍ୟପାଳ
କରାଯାଇଥିଲା ଓ ତାଙ୍କ ଅନ୍ତେ ୨୦୧୯ ମସିହାରେ ଆଉଜଣେ
ସଦ୍ୟ- ଅବସରପ୍ରାପ୍ତ ପ୍ରଧାନ ନ୍ୟାୟାଧୀଶଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରା ଯାଇଥିଲା।” ତେଣୁ, ସେହିଭଳି ଲୋଭରେ ବଶବର୍ତ୍ତୀ ହୋଇ ଅନ୍ୟମାନେ ଯଦି ସେଇଆ କରନ୍ତି, ତେବେ ସେମାନଙ୍କୁ ଆମେ କାହିଁକି ବା ଦୋଷ ଦେବା?”
(୮) ଏହା ବାବଦରେ ଦୁଇଟି ସଦ୍ୟତମ ଉଦାହରଣ:-
(କ)ତା ୧୭.୦୩.୨୦୨୬ରିଖରେ ୨୦୪ ଜଣ ଅବସରପ୍ରାପ୍ତ ଅଧିକାରୀ (ଯେଉଁଥିରେ ପୂର୍ବତନ ସଚିବ, ବିଚାରପତି ଏବଂ ସେନା ଅଧିକାରୀ ସାମିଲ ଅଛନ୍ତି) ରାହୁଲ ଗାନ୍ଧିଙ୍କ “ସଂସଦ ଭବନର ପାହାଚରେ ବସି
‘ଚା ପିଇବା ଓ ବିସ୍କୁଟ ଖାଇବା ଆଚରଣ”କୁ ନେଇ ଅସନ୍ତୋଷ ପ୍ରକାଶ କରି ତଥା କଡ଼ି ନିନ୍ଦା ଥିବା ଚିଠିଟିଏ ଲେଖିଛନ୍ତି, ଯେଉଁଥିରେ ସେମାନେ “ରାହୁଲ ଗାନ୍ଧି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।”
“ନୀରବତାର ପାହାଚ ଓ ପ୍ରାୟୋଜିତ କ୍ଷମା ପ୍ରାର୍ଥନାର ଆହ୍ୱାନ”:-
ସାମ୍ପ୍ରତିକ ରାଜନୀତିରେ “ଗାରିମା” ଓ “ନୈତିକତା”ର ସଂଜ୍ଞା ବୋଧହୁଏ ସୁବିଧାବାଦୀ ହୋଇପଡ଼ିଛି। ଏହି “କ୍ଷମା ପ୍ରାର୍ଥନା”ର ଆହ୍ୱାନକୁ ଯେତେବେଳେ ଆମେ କିଛି ଗୁରୁତର ଘଟଣା ସହ Juxtapose ବା ତୁଳନା କରୁ, ସେତେବେଳେ ଏହି ବୁଦ୍ଧିଜୀବୀମାନଙ୍କ ବିବେକ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ।
()ମଣିପୁରର ଲଜ୍ଜା: ମଣିପୁରରେ ମହିଳାଙ୍କୁ ନଗ୍ନ କରି ରାସ୍ତାରେ ଚଲାଯିବା ଭଳି ବର୍ବରୋଚିତ ଅପରାଧ ସମୟରେ ଏହି ୨୦୪ ଜଣିଆ ବିଜ୍ଞ ଗୋଷ୍ଠୀ କାହିଁକି ଚୁପ୍ ରହିଲେ? ସେତେବେଳେ ଦେଶର ସମ୍ମାନ ରକ୍ଷା ପାଇଁ କାହିଁକି କୌଣସି “କ୍ଷମା ପ୍ରାର୍ଥନା”ର ଦାବି ଉଠିନଥିଲା? ()ସଂସଦ ଭିତରେ କଦର୍ଯ୍ୟ ଭାଷା: ସଂସଦର ପବିତ୍ର ଗୃହ ମଧ୍ୟରେ ସାଂସଦ ଦାନୀଶ ଅଲ୍ଲିଙ୍କ ପ୍ରତି ଯେଉଁ ସାମ୍ପ୍ରଦାୟିକ ଓ ଅସଂସଦୀୟ ଶବ୍ଦ ପ୍ରୟୋଗ କରାଗଲା, ତାହା କ’ଣ ସଂସଦର ଗାରିମାକୁ ଧୂଳିସାତ୍ କରିନଥିଲା? ସେହି ସମୟରେ ଏହି ଅବସରପ୍ରାପ୍ତ ହାକିମମାନେ କାହିଁକି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ?
()ଚାହା-ବିସ୍କୁଟ ବନାମ ସାମ୍ବିଧାନିକ ମୂଲ୍ୟ: ସଂସଦ ପାହାଚରେ ଚାହା ପିଇବା ଏକ ପ୍ରତିକାତ୍ମକ ପ୍ରତିବାଦ ହୋଇପାରେ, କିନ୍ତୁ ଏଥିପାଇଁ କ୍ଷମା ମାଗିବାକୁ କହିବା ଯେତିକି ଅତିରଞ୍ଜିତ, ବଡ଼ ବଡ଼ ଅପରାଧ ସମୟରେ “ନୀରବ” ରହିବା ସେତିକି ଲଜ୍ଜାଜନକ। ()ନିଷ୍କର୍ଷ: ସଂସଦର ଗାରିମା କେବଳ ଚାହା-ବିସ୍କୁଟରେ ଥାଏ ନା ଜଣେ ସାଂସଦଙ୍କ ସମ୍ମାନ ଓ ଦେଶର ମହିଳାଙ୍କ ସୁରକ୍ଷାରେ ଥାଏ? ଯେତେବେଳେ ସମାଲୋଚନା ପକ୍ଷପାତିତାପୂର୍ଣ୍ଣ ହୁଏ, ସେତେବେଳେ ଏହିଭଳି “ଖୋଲା ଚିଠି” ଗଣତନ୍ତ୍ର ପାଇଁ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଏଜେଣ୍ଡା ପାଇଁ ଲେଖାଗଲା ଭଳି ମନେହୁଏ। ଅବସର ଗ୍ରହଣ ପରେ ଆକର୍ଷଣୀୟ ଥଇଥାନ ଲୋଭରେ ଅନ୍ୟାୟ ବିରୋଧରେ ଚୁପ୍ ରହି ଚାହା-ବିସ୍କୁଟ ପାଇଁ କ୍ଷମା ଖୋଜିବା ହେଉଛି ତଥାକଥିତ ବୁଦ୍ଧିଜୀବୀମାନଙ୍କରର ସବୁଠାରୁ ବଡ଼ ପରାଜୟ।
(ଖ)”ନ୍ୟାୟର ଦୁଇଟି ଆଖି: ବଡ଼ଙ୍କୁ ରିହାତି, ଛୋଟକୁ ଚଡ଼କ।”:-
ଆମ ଗଣତନ୍ତ୍ରରେ ନ୍ୟାୟାଳୟ ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ବିଶ୍ୱାସର ସର୍ବୋଚ୍ଚ ପ୍ରତୀକ ଭାବେ ଗ୍ରହଣ କରାଯାଏ। କିନ୍ତୁ ସାମ୍ପ୍ରତିକ କିଛି ଘଟଣାବଳୀକୁ Juxtapose ବା ତୁଳନା କଲେ ମନେହୁଏ, ନ୍ୟାୟ ଓ ନିୟମର ମାପଦଣ୍ଡ ବ୍ୟକ୍ତିର ପଦବୀ ଏବଂ ପତିଆରା ଅନୁସାରେ ବଦଳିଯାଉଛି।
() ଲଣ୍ଡନ ନ୍ୟାୟାଳୟ ଓ ନୈତିକତାର ପ୍ରଶ୍ନ: ତା ୧୭.୦୩.୨୦୨୬ ରିଖରେ ଲଣ୍ଡନର ଏକ ନ୍ୟାୟାଳୟରୁ ଆସିଥିବା ଖବର ସ୍ତବ୍ଧ କରିଦେଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୩,୦୦୦ କୋଟି ଟଙ୍କାର ଚୂନ ଲଗାଇ ଦେଶାନ୍ତର ହୋଇଥିବା ନୀରଭ ମୋଦି ସପକ୍ଷରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦିନେଶ ବର୍ମା ସାକ୍ଷୀ ଦେବାକୁ ପଛାଇଲେ ନାହିଁ। ଯେଉଁମାନେ ଦିନେ ସମ୍ବିଧାନ ଓ ନ୍ୟାୟର ସୁରକ୍ଷା କବଚ ସାଜିଥିଲେ, ସେମାନେ ଆଜି ଆର୍ଥିକ ଅପରାଧୀଙ୍କ ସୁରକ୍ଷା ପାଇଁ ବିଦେଶୀ ମାଟିରେ ଛିଡ଼ା ହେବା ବୋଧହୁଏ ସବୁଠାରୁ ବଡ଼ ବିଡ଼ମ୍ବନା। () ଋଣ ଛାଡ଼ର ‘ରାଜକୀୟ’ ଖେଳ:
ନ୍ୟାୟାଳୟଙ୍କ ତରଫରୁ ଗୋଟିଏ ପଟେ ସାଣ୍ଡେସରା ଭାଇମାନଙ୍କ ୨୫,୦୦୦ କୋଟି ଟଙ୍କାର ଋଣକୁ ମାତ୍ର ୫,୦୦୦ କୋଟି ଟଙ୍କାରେ ତୁଟେଇ ଦିଆଯାଉଛି ତ ଅନ୍ୟପଟେ, NCLT (NATIONAL COMPANY LAW TRIBUNAL)ଏବଂ ବ୍ୟାଙ୍କ ବୋର୍ଡଗୁଡ଼ିକ ତା ୩୧.୧୨.୨୦୨୫ ସୁଦ୍ଧା ବଡ଼ ବଡ଼ ଋଣ ଖିଲାପକାରୀଙ୍କର ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ‘ହେୟାରକଟ୍’ ନାମରେ ଛାଡ଼ କରିସାରିଲେଣି। ଏହି ଧନରାଶି ଦେଶର କେତେକୋଟି ସାଧାରଣ ଜନତାଙ୍କ ଝାଳବୁହା ଧନ, ଯାହାକୁ ଅତି ସହଜରେ ପୁଞ୍ଜିପତିଙ୍କ ସ୍ୱାର୍ଥରେ ପୋଛି ଦିଆଯାଉଛି।
(“)ଅଟୋରିକ୍ସା ବନାମ ଆର୍ଥିକ ସାମ୍ରାଜ୍ୟ:
ଏହି ଚିତ୍ରର ମୁଦ୍ରାର ଆର ପାର୍ଶ୍ୱଟି ଅତି ଭୟଙ୍କର। ଯେଉଁ ବ୍ୟବସ୍ଥା ଲକ୍ଷ ଲକ୍ଷ କୋଟି ଟଙ୍କାର ଠକେଇକୁ “ସେଟେଲମେଣ୍ଟ” ନାମରେ କ୍ଷମା କରିଦିଏ, ସେହି ବ୍ୟବସ୍ଥା ଜଣେ ଗରିବ ଅଟୋରିକ୍ସା ଚାଳକଙ୍କ ଉପରେ କିନ୍ତୁ ବାଘ ଭଳି ଡେଇଁପଡ଼େ। କିସ୍ତି ଟଙ୍କା ଦେବାରେ ମାତ୍ର କେଇଦିନ ବିଳମ୍ବ ହେଲେ ବ୍ୟାଙ୍କର ‘ରିକଭରୀ ଏଜେଣ୍ଟ’ମାନେ ତାଙ୍କୁ ରାସ୍ତା ଉପରେ ମାଡ଼ି ବସନ୍ତି, ଅପମାନିତ କରନ୍ତି ଏବଂ ତାଙ୍କ ଜୀବିକାର ଏକମାତ୍ର ସାଧନକୁ ଛଡ଼ାଇ ନିଅନ୍ତି।
()ନିଷ୍କର୍ଷ: ଜଣେ ସାଧାରଣ ନାଗରିକ ପାଇଁ ନିୟମର ଜାଲ ଅତି ଶକ୍ତ, କିନ୍ତୁ ବଡ଼ ମାଛମାନଙ୍କ ପାଇଁ ଏହି ଜାଲରେ ବଡ଼ ବଡ଼ କଣା ରଖାଯାଇଛି। ସଂସଦର ପାହାଚରେ ଚାହା ପିଇବା ପାଇଁ “କ୍ଷମା ପ୍ରାର୍ଥନା” ଲୋଡ଼ୁଥିବା ବୁଦ୍ଧିଜୀବୀମାନେ ବୋଧହୁଏ ଏହି ୧୨ ଲକ୍ଷ କୋଟି ଟଙ୍କାର ଲୁଟ୍ ଏବଂ ଗରିବର ଲୁହକୁ ଦେଖିପାରୁ ନାହାନ୍ତି। ନ୍ୟାୟାଳୟର ସମ୍ମାନ କେବଳ ଭାଷଣରେ ନଥାଏ, ଏହା ନ୍ୟାୟର ସମାନତାରେ ଥାଏ। ଯଦି ବ୍ୟବସ୍ଥା କେବଳ ବଡ଼ବଡ଼ିଆଙ୍କ ପାଇଁ ‘ଦାତା’ ସାଜିବ ଏବଂ ଗରିବ ପାଇଁ ‘ଯମ’, ତେବେ ଗଣତନ୍ତ୍ରର ମୂଳଦୁଆ ଦୋହଲିବା କେବେ ସିନା ସୁନିଶ୍ଚିତ ଥିଲା, କିନ୍ତୁ, ଏଭଳି ବିରାଟ ବିରାଟ ଛାଡ ପରିମାଣରୁ “ରାଧେ ରାଧେ, ତୁମର ଅଧେକୁ ଆମେ ସୁଯୋଗ ଦେଉଥିବାଙ୍କର ଅଧେ” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ, ସେହି ଅଧେର ଚଉଠେ ଭୋଟ କିଣିବାକୁ ଉପଯୋଗ ହେବାପରେ, “ଗଣତନ୍ତ୍ରର ମୂଳଦୁଆ ଆଉ କାହିଁକି ଓ କିପରି ଅବା ଦୋହଲନ୍ତା?” ()ଆମଦେଶର ମତଦାତାମାନଙ୍କର ଅବସ୍ଥା ସେହିପରି, ଯେଉଁପରି,
“ମାଛଗୁଡ଼ିକ ଭାବନ୍ତି ଯେ,ସେମାନେ ପାଣିପାଇଁ ଯେତିକି ବିକଳ ହୁଅନ୍ତି, ପାଣି ବି ସେମାନଙ୍କ ପାଇଁ ସେତିକି ବିକଳ ହେଉଥିବ। କିନ୍ତୁ, ଯେତେବେଳେ ଜାଲ ଟଣାହୁଏ, ସେତେବେଳେ ଜାଲର ଛିଦ୍ର ଦେଇ ପାଣି ବାହାରି ଯାଏ। ପାଣି ମାଛଗୁଡିକଙ୍କର ଦେଶ କିନ୍ତୁ ମାଛଗୁଡିକ ଦେଶ ବାବଦରେ କିଛି ଜାଣନ୍ତି ନାହିଁ।”
(୯)ଏହା ଯେ କେବଳ ନ୍ୟାୟପାଳିକା କ୍ଷେତ୍ରରେ, ତାହା ନୁହେଁ।
ଏହା ଆମ ସମ୍ବିଧାନର ସବୁକ୍ଷେତ୍ରକୁ ମାଡି ଚାଲିଛି। କିନ୍ତୁ,
“ହାତୀ ରାଜା ବାଛିବାକୁ କଳସ ଢାଳିବା ସଂଖ୍ୟା” ଯଥେଷ୍ଟ ସିମୀତ ହୋଇଥିବାରୁ ଏହି ତୀବ୍ର ଗୋଛି କଟାକଟି ପ୍ରତିଯୋଗିତାରେ, କେବଳ ଅତ୍ୟନ୍ତ କିଛି ପାରଙ୍ଗମ ସଫଳକାମ ହେଉଥିବାରୁ, ଅସଫଳଗଣ ଅବସର ଗ୍ରହଣ ପରେ ବି ନିଜର କୁଛ୍ର ସାଧନା ଜାରି ରଖୁଛନ୍ତି।
(୧୦)ଆମର ଅତି ନିରପେକ୍ଷ ଓ ରାଷ୍ଟ୍ରବାଦୀ ଗଣମାଧ୍ୟମ ବାବଦରେ ଜରୁରୀକାଳୀନ ପରିସ୍ଥିତି ପରେ ଗଠିତ ଜନତା ପାର୍ଟି ସରକାରରେ
“ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିବା”(ଏବେ ବିଜେପି ମାର୍ଗଦର୍ଶକ ମଣ୍ଡଳୀର ପ୍ରମୁଖ) ଶ୍ରୀ ଲାଲକୃଷ୍ଣ ଆଡଭାନୀ ତା୨୯.୦୩.୧୯୭୭ରିଖରେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ। ସେହି ସମୟରେ ଜରୁରୀକାଳୀନ ପରିସ୍ଥିତିରେ ଗଣମାଧ୍ୟମର ସ୍ୱାଧୀନତା କିଭଳି କ୍ଷୁଣ୍ଣ ହୋଇଥିଲା ଏବଂ କିଛି ସମ୍ପାଦକ କିଭଳି ସରକାରଙ୍କ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ, ତାହାକୁ ନେଇ ସେ କଟୁ ସମାଲୋଚନା କରି ଇଗ୍ଲିଶଭାଷାରେ କହିଥିଲେ ;
“You were asked only to bend, but you crawled.” (ଆପଣଙ୍କୁ କେବଳ ମୁଣ୍ଡ ନୁଆଁଇବାକୁ କୁହାଯାଇଥିଲା, କିନ୍ତୁ ଆପଣ ଗୁରୁଣ୍ଡିବାକୁ ଲାଗିଲେ)।
“ଏହି ଉକ୍ତିଟି ଆଜି ମଧ୍ୟ ଗଣମାଧ୍ୟମର ସ୍ୱାଧୀନତା ଏବଂ ନୈତିକତା ଉପରେ ହେଉଥିବା ଆଲୋଚନାରେ ଏକ ମୁଖ୍ୟ ଉଦାହରଣ ଭାବେ ବ୍ୟବହାର କରାଯାଏ।”
ଏବେକୁ ପରିସ୍ଥିତି ସୁଧୁରୁଛି ନାମ ଆହୁରି ଗମ୍ଭୀର?
Just Asking to Know.
” ହରିବୋଲ ଭାଇ ଗୋବିନ୍ଦ ବୋଲ,
ଭାଷିଲା ପଥର ବୁଡ଼ିଲା ଶୋଲ।”
















Leave a Reply