*ଆଜିର ସମାଜକୁ ଭିନ୍ନ ବାର୍ତ୍ତା:
ମାତୃ ଦିବସରେ ନଦୀ ମାଆର ସେବା
ନିମାପଡ଼ା : ଦର୍ଶନ ସମୀକ୍ଷା
ମାତୃ ଦିବସରେ ନିଆରା ଦୃଶ୍ୟ । ନଦୀ ମାଆକୁ ବଞ୍ଚେଇବାକୁ ଅବିନବ ପ୍ରୟାସ । ଏକାଠି ହେଲେ ଛାତ୍ରଛାତ୍ରୀ, ଅଧ୍ୟାପକ, ସାମ୍ବାଦିକ, ସମାଜସେବୀ । କୁଶଭଦ୍ରା ନଦୀକୁ ସଫେଇ କରିଥିଲେ । ଚୀରସ୍ରୋତା କରିବାକୁ ଆହ୍ୱାନ ଉଠାଇଛନ୍ତି । କୁଶଭଦ୍ରା କାନ୍ଦୁଛି ପରିବାର ଓ ନିମାପଡ଼ା ସ୍ୱଂୟ ଶାସିତ ମହାବିଦ୍ୟାଳର ଭୂତ୍ୱତ୍ତ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ସଫେଇ ହୋଇଥିଲା ନଦୀ । ପାଣି ଭିତରେ ପଶି ଦଳ କାଢିବା ସହ ନଦୀରୁ ଆବର୍ଜନାକୁ ଗୋଟାଇଥିଲେ ସମସ୍ତେ । ଏପରିକି ନିମାପଡ଼ାର ଅନନ୍ୟ ଐତିହ୍ୟ ଗ୍ରାମ ଗୋପୀନାଥପାଟଣାର ଗ୍ରାମ ଶ୍ମଶାନ ରାସ୍ତାକୁ ମଧ୍ୟ ସଫେଇ କରିଥିଲେ । ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଏଭଳି ସାମାଜିକ ବାର୍ତ୍ତା ସମଗ୍ର ସମାଜ ପାଇଁ ପ୍ରେରଣା ପାଲଟିଛି । କୁଶଭଦ୍ରା କାନ୍ଦୁଛି ପରିବାରର ଉପଦେଷ୍ଟା ବିକାଶ ଚନ୍ଦ୍ର ବାରିକ, ଆବାହକ ନିଗମାନନ୍ଦ ସାହୁ, ବରିଷ ସଦସ୍ୟ ନିରଞ୍ଜନ ସାହୁ, ଭୂତତ୍ତ୍ୱବୀତ ମାନସ ରଂଜନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଶରତ ସେନାପତି, ଅଧ୍ୟାପିକା ମମତାରାଣୀ ସ୍ୱାଇଁ, ଋତୁପର୍ଣ୍ଣା ସାହୁ, ସଦସ୍ୟ ଅଭିଷେକ ସାହୁ ଏବଂ 40ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସମସ୍ତଙ୍କ ଆହ୍ୱାନ ଥିଲା ନଦୀ ଆମର ମାଆ । ମାଆ ବଞ୍ଚିଲେ, ଆମେ ବଞ୍ଚିବା ।












Leave a Reply