ଗଜପତି ବ୍ରେକିଂ // ପ୍ରଶାସନର ଚଢ଼ଉ….. ବିଭିନ୍ନ ହୋଟେଲରୁ 15 ଘରୋଇ ଗ୍ୟାସ ସିଲିଣ୍ଡର ଜବତ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଓ ପ୍ରସୂତିକାଳୀନ ଛୁଟିରେ ଥିବା ବେଳେ ବେଆଇନ ଭାବେ ଚାକିରୀରୁ ବହିଷ୍କାର ପ୍ରତିବାଦରେ ମେଡ଼ିକାଲ ଗେଟ୍ ସାମ୍ନାରେ ଛୋଟ ଶିଶୁକୁ ଧରି ଧାରଣାରେ ବସିଲେ ମହିଳା

Spread the love

ପାରଳାଖେମୁଣ୍ଡିରେ ପ୍ରଶାସନର ଚଢ଼ଉ….. ବିଭିନ୍ନ ହୋଟେଲରୁ 15 ଘରୋଇ ଗ୍ୟାସ ସିଲିଣ୍ଡର ଜବତ ପାରଳାଖେମୁଣ୍ଡି, 20/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ କରାଯାଇ ବେଆଇନ ବ୍ୟବହାର ପାଇଁ ରଖା ଯାଇଥିବା 15 ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ଗୁଡିକୁ ଜବତ କରାଯାଇଛି. ପାରଳା ଉପ-ଜିଲ୍ଲାପାଳ ଅନୁପ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଗଠିତ ସ୍କ୍ୱାୱାର୍ଡ ସହରର ବିଭିନ୍ନ ହୋଟେଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରାଯାଇଛି। ଏଥିରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ୧୫ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ସହରର ଫୁଡ ଲୋଗିନ୍‌ରୁ ૪,ଏସଭିଏଲ୍ ଷ୍ଟିଲ୍‌ରୁ ୩, ସାଇ ଇଣ୍ଟର ରନ୍ୟାସନାଲ ହୋଟେଲରୁ ୩, ଡଲଫିନ୍ ହୋଟେଲ୍‌ରୁ ४ ଶ୍ରୀକୁଞ୍ଜ ହୋଟେଲରୁ ଗୋଟିଏ ଘରୋଇ ସିଲିଣ୍ଡର ଜବତ କରାଯାଇଛି। ଏହାସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କଲେ ଆଇନ ଅନୁଯାଇ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାଯାଇଛି। ପ୍ରକାଶ ଯେ ମଧ୍ୟପ୍ରାଚ୍ୟରେ ଲାଗି ରହିଥ‌ିବା ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ୍ ଉପରେ ସିଧାସଳଖ ପ୍ରଭାବ ପଡିଛି । ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ କିଛି ଅସାଧୁ ବ୍ୟବସାୟୀ ଏପରି ଘଡିସନ୍ଧି ମୂହୁର୍ତ୍ତରେ ସକ୍ରିୟ 6 ହୋଇ ବ୍ୟାପକ କଳାବଜାରୀ କରିବା ସହ କୁତ୍ରିମ ଉପାୟ ଅବଲମ୍ବନ କରି ଦରଦାମ ବୃଦ୍ଧି କରିବାର ବହୁ ଦୃଷ୍ଟାନ୍ତ ରହିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବାର ଜଣାଯାଇଛି।ଏହି ଚଢ଼ଉରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁହଂସ ଭୋଇ, ସବ୍ୟସାଚୀ ବସ୍ତିଆ, ସହକାରୀ ଯୋଗାଣ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ଯୋଗାଣ ନିରୀକ୍ଷକ ରୀତା ବେହେରା ଓ ବାଦଲ ସାମନ୍ତରାୟଙ୍କ ସମେତ ବିଭାଗୀୟ କର୍ମଚାରୀନ ସାମିଲ ହୋଇଥିଲେ।
ଗଜପତିରେ କାଳ ବୈଶାଖୀଜନିତ ବଜ୍ରାଘାତରେ ଜଣେ ମୃତ୍ୟୁ

ପାରଳାଖେମୁଣ୍ଡି, 20/3 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ କାଳ ବୈଶାଖୀଜନିତ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ସେରଙ୍ଗ ଥାନା ଅନ୍ତର୍ଗତ ବି.କଳାକୋଟ ପଞ୍ଚାୟତର କଳାକୋଟ ଗ୍ରାମର ରବୀନ୍ଦ୍ର ଗମାଙ୍ଗ (୫୫)ଗତକାଲି ଗାଇ ଚରାଇ ଘରକୁ ଫେରୁଥିବା ବେଳେ ଅଚାନକ କାଳ ବୈଶାଖୀଜନିତ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ହଠାତ କାଳ ବୈଶାଖୀଜନିତ ବର୍ଷା ଓ ବଜ୍ରାଘାତ ଲାଗି ରହିଥିବା ବେଳେ ରବୀନ୍ଦ୍ର ନିଜ ଗୋରୁ ଗାଈକୁ ଧରି ଘରକୁ ଫେରୁଥିବା ବେଳେ ଘର ନିକଟସ୍ଥ ପଡିଆରେ ପ୍ରବଳ ବଜ୍ରାଘାତ ହେବା ଯୋଗୁଁ ଘଟଣା ସ୍ଥଳରେ ରବୀନ୍ଦ୍ରଙ୍କ ଗୁରୁତର ହୋଇ ଗାଁ ଲୋକଙ୍କ ଦ୍ୱାରା ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା. ହେଲେ ଡାକ୍ତର ଆଲୋକ ବିଶ୍ୱାଳ ଚିକିତ୍ସା ଆରମ୍ଭ କରିବା ସମୟରେ ରବୀନ୍ଦ୍ର ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ. ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଶୋକ ପ୍ରକାଶ ପାଇଛି. ଗରିବ ରବୀନ୍ଦ୍ରଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି.
ପ୍ରସୂତିକାଳୀନ ଛୁଟିରେ ଥିବା ବେଳେ ବେଆଇନ ଭାବେ ଚାକିରୀରୁ ବହିଷ୍କାର ପ୍ରତିବାଦରେ ମେଡ଼ିକାଲ ଗେଟ୍ ସାମ୍ନାରେ ଛୋଟ ଶିଶୁକୁ ଧରି ଧାରଣାରେ ବସିଲେ ମହିଳା

ପାରଳାଖେମୁଣ୍ଡି, 20/3(ତାରିଣୀ ପ୍ରସାଦ ପଣ୍ଡା ):

ପ୍ରସୂତିକାଳୀନ ଛୁଟିରେ ଥିବା ସମୟରେ ଜଣେ ମହିଳା କର୍ମଚାରୀଙ୍କୁ ବେଆଇନ ଭାବେ ଅନ୍ୟାୟରେ ଚାକିରୀରୁ ବହିସ୍କାର କରିବା ପ୍ରତିବାଦରେ ସମ୍ପୃକ୍ତ ମହିଳା ଜଣକ ମେଡ଼ିକାଲ ଗେଟ୍ ସାମ୍ନାରେ ତାଙ୍କ ଛୋଟ ଶିଶୁକୁ ଧରି ଆମରଣ ଅନଶନ ଆରମ୍ଭ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ମେଡ଼ିକାଲରେ ମେଡ଼ିକାଲ୍ ରେକର୍ଡ ଆସିଷ୍ଟାଣ୍ଟ ଭାବେ ସଞ୍ଜୁ ବେହେରା ଏଲ୍ ଆଣ୍ଡ କେ ଆଉଟ ସୋରସିଂ ଅଜେନ୍ସୀ ଦ୍ଵାରା ନିଯୁକ୍ତି ପାଇଥିଲେ l କୋଭିଡ ସମୟରେ ମଧ୍ୟ ସଞ୍ଜୁ ବେହେରା କଠିନ କାର୍ଯ୍ୟ ମଧ୍ୟ କରିଥିଲେ l ହେଲେ ଗତ ୨୦୨୩ ମସିହାରେ ସଞ୍ଜୁ ବେହେରା ପ୍ରସୂତିକାଳୀନ ଛୁଟିରେ ଥିବା ସମୟରେ ତାଙ୍କୁ ଅନ୍ୟାୟ ଭାବରେ ଚାକିରିରୁ ବହିଷ୍କାର କରି ତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି l ଛୁଟି ପରେ ଚାକିରୀରେ ଯୋଗ ଦେବାକୁ ସଞ୍ଜୁ ଆସିବା ପରେ ତାଙ୍କୁ ତତ୍କାଳୀନ ମେଡ଼ିକାଲ୍ ଅଧିକାରୀ ଲାଞ୍ଚ ମାଗିଥିଲେ l ଲାଞ୍ଚ ଦେଇ ନ ପାରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଥିଲା ବୋଲି ସଞ୍ଜୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ,ଘଟଣା ନେଇ ସେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବାରମ୍ବାର ଅଭିଯୋଗ କରି ଆସିଥିଲେ ମଧ୍ୟ ଗୁହାରୀ କେହି ଶୁଣି ନ ଥିଲେ l ଶେଷରେ ବାଧ୍ୟ ହୋଇ ମେଡିକାଲ୍ ଗେଟ୍ ସାମ୍ନାରେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି. ଚାକିରୀରେ ପୁନଃ ନିଯୁକ୍ତି ସହ ପ୍ରସୂତୀକାଳୀନ ସମୟର ବକେୟା ଦରମାର ଅର୍ଥ ପ୍ରଦାନ ଓ ନିଯୁକ୍ତି ଦେଇଥିବା ମହିଳାଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ କରିବାକୁ ଦାବି କରିଛନ୍ତି l ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଚାଲୁ ରହିବ ବୋଲି ସେ କହିଛନ୍ତି. ହେଲେ ଧାରଣାରେ ବସିଥିବା ସଞ୍ଜୁଙ୍କ ସହ ମୋହନା ମେଡିକାଲ ପକ୍ଷରୁ ଆଲୋଚନା କରାଯାଇ ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି.
ଗଜପତିରେ ବୁଲା କୁକୁର କାମୁଡାରେ 5 ଗୁରୁତର ପାରଳାଖେମୁଣ୍ଡି, 19/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ସଦର ମହକୁମାରେ ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. ଏହି ବୁଲା କୁକୁର କାମୁଡ଼ାରେ ୫ ଜଣ ଗୁରୁତର ହୋଇଛନ୍ତି। ରାୟଗଡ଼ ଗ୍ରାମର ଟିଲ ବେହେରା (୫୮), ଯଶବନ୍ତ ଭୂୟାଁ (୧୩), ରେଶମା ଶବର (୧୨), ଭୈରବ ଶବର(୮), କନ୍ତାରୁଣି ବେହେରା (୭୫) ଆହତ ହୋଇଥିବା ବେଳେ ସେମାନେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବୁଲା କୁକୁର ମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ କାମୁଡ଼ି ଆହତ କରିଛି. ବର୍ତ୍ତମାନ ସମସ୍ତେ ଏନେଇ ଆତଙ୍କିତ ହୋଇପଡିଛନ୍ତି. ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ ପାରଳାଖେମୁଣ୍ଡି, 20/3(ତାରିଣୀ ପ୍ରସାଦ ପଣ୍ଡା ):

ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସ ଅବସରରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ପାରଳାଖେମୁଣ୍ଡି ସହରରେ ପଥପ୍ରାନ୍ତ ନାଟକ ଆଜି ଆୟୋଜିତ ହୋଇଯାଇଛି. ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ତୃତୀୟ ଲିଙ୍ଗୀମାନଙ୍କୁ ସମାଜରେ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଏକ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ସାଧାରଣଙ୍କୁ ସଚେତନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଧୁ ବରାଡ଼, ସମ୍ପାଦିକା ଜସ୍ମିନ ଶେଖ, ମୁଖ୍ୟତଃ ପଥପ୍ରାନ୍ତ ନାଟକକୁ ପରିଚାଳନା କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା.

Leave a Reply

Your email address will not be published. Required fields are marked *