ପାଳଲହଡ଼ା ବ୍ଲକର ଶରତ ଚନ୍ଦ୍ର କ୍ଲବ ପରିସରରେ ଭାରତୀୟ ଜନତା ପାର୍ଟି ପାଳଲହଡ଼ା ମଣ୍ଡଳ ପକ୍ଷରୁ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ” ଅନ୍ତର୍ଗତ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି।
ପାଲଲହଡ଼ା : (ଦର୍ଶନ ସମୀକ୍ଷା)
ଏହି ପ୍ରଶିକ୍ଷଣ ଶିବିରକୁ ପାଳଲହଡ଼ାର ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ ଦାସଙ୍କ ସଭାପତିତ୍ୱରେ ତିନୋଟି ସତ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରଥମ ସତ୍ରରେ ଶ୍ରୀ ମହାନ୍ତି ଭାରତୀୟ ଜନତା ପାର୍ଟିର ଇତିହାସ ଉପରେ ଆଲୋଚନା କରିଥିଲେ। ସେ ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଜନସଂଘ ଗଠନରୁ ଆରମ୍ଭ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତ୍ୟାଗ ଓ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ।
ଦ୍ୱିତୀୟ ସତ୍ରରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୂମିକା ଓ ଶେଷ ସତ୍ରରେ ବୁଥ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ବିଜେପିର ଉପସଭାପତି ନୃସିଂହ ଚରଣ ବରାଳ, ସାଧାରଣ ସମ୍ପାଦକ ପ୍ରହ୍ଲାଦ ସାମଲ, ମଣ୍ଡଳ ସଭାପତି ଆଶିଷ ସାମଲ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।












Leave a Reply