ଏଚଆଇଭି/ଏଡସ ନିରାକରଣ ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: କୋରାପୁଟରେ ଅନୁଷ୍ଠିତ ସ୍ୱତନ୍ତ୍ର କର୍ମଶାଳା ଯୋଗ ଦେଲେ ମାଲକାନଗିରି ସାମ୍ବାଦିକ
ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂବେଦନଶୀଳତା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋରାପୁଟ ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ ଏଚଆଇଭି /ଏଡସ ଏବଂ ଯୌନ ସଂକ୍ରମିତ ରୋଗ ର ନିରାକରଣ ଓ ସଠିକ୍ ତଥ୍ୟ ପ୍ରସାର ପାଇଁ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଏମୟୁଜେ ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ ଏବଂ ମାଲ୍ୟବନ୍ତ କାର୍ଯ୍ୟରତ ସାମ୍ବାଦିକ ସଂଘ ଆଦି ଜିଲ୍ଲା ସାମ୍ବାଦିକ ସଂଘର ବହୁ ମନୋନୀତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସମାଜରେ ବ୍ୟାପୁଥିବା ଭୁଲ୍ ତଥ୍ୟ ଓ କୁସଂସ୍କାରକୁ ଦୂର କରି ସଠିକ୍ ସୂଚନା ପ୍ରସାର କରିବାରେ ଏହି ସଂଘଗୁଡ଼ିକର କାର୍ଯ୍ୟଶୈଳୀ ଏବଂ ପ୍ରତିବଦ୍ଧତା ଉପରେ ଏଠାରେ ଆଲୋଚନା ହୋଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରୁ ମନୋନୀତ ଗଣମାଧ୍ୟମ ପ୍ରତିନିଧି (ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଏବଂ ୱେବ୍ ମିଡିଆ) ଅଂଶଗ୍ରହଣ କରିଥିଲେ। ଅନେକ ସମୟରେ ବୈଷୟିକ ଜ୍ଞାନର ଅଭାବ ଏବଂ ଭୁଲ୍ ତଥ୍ୟ ଯୋଗୁଁ ସମାଜରେ ଏହି ରୋଗକୁ ନେଇ ଅନେକ କୁସଂସ୍କାର ଦେଖାଯାଏ। ସାମ୍ବାଦିକମାନେ କିପରି ତ୍ରୁଟିହୀନ ଓ ସମ୍ବେଦନଶୀଳ ରିପୋର୍ଟ ପ୍ରସ୍ତୁତ କରିବେ, ସେଥିପାଇଁ ବିଶେଷଜ୍ଞମାନେ ତାଲିମ ପ୍ରଦାନ କରିଥିଲେ।ଏହି କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୦ ମାର୍ଚ୍ଚ (ଶୁକ୍ରବାର) ଦିନ ଅନୁଷ୍ଠିତ ହେବ। ଏଥିରେ ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ପ୍ରତିନିଧିମାନଙ୍କୁ ସମାନ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରାଯିବ।ଏହି ସମ୍ମିଳନୀରେ ଜିଲ୍ଲାପାଳ, ସି ଡି ଏମ ଏବଂ ପି ଏସ ଓ, ଏ ଡି ପି ଏସ ଓ ଏବଂ ରାଜ୍ୟ ଓଏସଏସିଏସ୍ ରୁ ଆସିଥିବା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳା ମାଧ୍ୟମରେ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହ ଜନସାଧାରଣଙ୍କ ନିକଟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।












Leave a Reply