ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ ସ୍ମୃତି ଅନୁଭୂତି…..
ରାଉରକେଲା: (ଦର୍ଶନ ସମୀକ୍ଷା)
ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାର ର ୱିଙ୍ଗ ସୁର ତରଙ୍ଗ ପକ୍ଷରୁ ସ୍ମୃତି ଅନୁଭୂତି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଅନୁଷ୍ଠାନର ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟି ମା’ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା। ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗ ର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ l ଏହି ଅବସରରେ ଅତିଥି ଶ୍ରୀ ରାଉତ ଙ୍କୁ ତାଙ୍କର ଅବଦାନ ପାଇଁ ଶ୍ରେଷ୍ଠ ମିଡ଼ିଆ ସହଯୋଗୀ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ଅତିଥି ଶ୍ରୀ ରାଉତ
ସୁର ତରଙ୍ଗ ର ସଦସ୍ୟ ଲୀନା ସେନାପତି,ମନୋଜ୍ ମହନ୍ତ, ଇତି ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସହଯୋଗୀ ଭାବେ ସମ୍ମାନିତ କରିଥିଲେ । ସେହିପରି ଅର୍ଚ୍ଚନା ଶତପଥୀ ଓ ଡକ୍ଟର୍ ସତ୍ୟନାରାୟଣ ମିଶ୍ରଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂସ୍ଥାର ଗାୟକ ଓ ଗାୟିକା ଲୀନା ସେନାପତି, ଶୁଭସ୍ମିତା ଦାସ, ବିମଳ ସାହୁ, , ମନୋଜ ମହାନ୍ତ, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମୀନାକ୍ଷୀ ମହାରଣା, ଅର୍ଚ୍ଚନା ଶତପଥୀ,ଭେଙ୍କଟ ରାଓ, ବିମଳ ସାହୁ, ଅନିରୁଦ୍ଧ ସାହୁ, ସୁଜିତ୍ ବେହେରା ପ୍ରମୁଖ ସୂର୍ ତରଙ୍ଗ ର ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହିତ ସୁନ୍ଦର ସୁନ୍ଦର ଗୀତ ପରିବେଷଣ କରିଥିଲେ।
ସେୟାର ର ଉପଦେଷ୍ଟା ସୁରେଶ ରାଉତରାୟ ଏବଂ ଡାକ୍ତର ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ନିବେଦିତା ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ଶେଷରେ ଡକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ଥାପକ ଶ୍ରୀ ପରିଡ଼ା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।












Leave a Reply