Spread the love

ଅପ୍ରିୟ କଥା !
ପବିତ୍ର ଉତ୍କଳ *ଦିବସ ଅବସରରେ ଆପଣଙ୍କୁ ଶୁଭେଛା ଓ ଅଭିନନ୍ଦନ ।ଆଜିର ଅପ୍ରିୟ କଥା ସମର୍ପିତ ଭାଷା ପ୍ରେମୀ ଯୋଦ୍ଧା ମାନଙ୍କୁ ।ମାତୃଭାଷା ଓଡ଼ିଆକୁ ନେଇ ପ୍ରାୟ ୫୦ରୁ ଉର୍ଦ୍ଧ କବିତା ଭିନ୍ନ ଭିନ୍ନ ପ୍ରସଙ୍ଗ ଓ ରୁଚିରେ ଆପଣ ମାନଙ୍କୁ ଭେଟି ଦେଇ ସାରିଛି ।ସବୁ ପୋଷ୍ଟ କରିବା ସମ୍ଭବ ନୁହେଁ ।ତଥାପି ଆଜିର ଦିନକୁ ଆପଣଙ୍କ ପରି ସ୍ଵାଭିମାନୀ ଓଡ଼ିଆ ମାନଙ୍କ ପାଇଁ ସ୍ମରଣୀୟ କରିବାକୁ ଚେଷ୍ଟା କରୁଛି ।

ଅ, ଆ, ଇ ,ଈ, ଉ, …. ଅ ପ୍ରଥମ ଅକ୍ଷର ।୧ ,୨ ,୩,୪,୫….. ସଂଖ୍ୟାରୁ ୧ ପ୍ରଥମ । ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଅପ୍ରେଲ ୧ । ଓଡ଼ିଆର ପରିଚୟ ଦିବସ ! ଅପ୍ରେଲ ୧ ! ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା ଆଜିର ଦିନରେ। ପୁର୍ବଜ ମାନେ ବଳିଦାନ ଦେଇ ଆମ ମାତୃଭାଷାକୁ ବଞ୍ଚେଇ ଆମ ହାତରେ ସମର୍ପି ଦେଇଛନ୍ତି ।କିନ୍ତୁ ଆମେ ଅନ୍ୟ ଭାଷା ପ୍ରେମରେ ପାଗଳ ହୋଇ ମୁହଁରେ ଓଡ଼ିଆ ଉଚ୍ଚାରଣ କରିବାକୁ କୁଣ୍ଠା ବୋଧ କରୁଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ଆଧୁନିକ ବାପା ମାଆ । ଆମ ମାତୃଭାଷା ସମସ୍ତ ଭାଷା ଉପରେ ଭାରି ପଡ଼ିଛି।ଖାଲି କହିଲେ ହେବନି ।ମୁଁ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରୁଛି । ତଥ୍ୟ ପ୍ରମାଣ ସହିତ ଅନେକ ପ୍ରମାଣରୁ ମାତ୍ର ୩ ଟି ଉଦାହରଣ ମାଧ୍ୟମରେ ବୁଝେଇ ବାକୁ ଚେଷ୍ଟା କରିଛି ରାଷ୍ଟ୍ରଭାଷା ଓ ମାତୃଭାଷାର ଫରକ୍ ।
(୧) ଖାଦ୍ୟ – ଆମ ଓଡ଼ିଶାରେ ଧାନରୁ ଚାଉଳ ,ଚାଉଳରୁ ଭାତ (ହିନ୍ଦୀରେ ଚାବଲ୍ – ଚାବଲ୍ – ଚାବଲ୍ ।ଅର୍ଥାତ୍ ରୋଷେଇ ପୂର୍ବରୁ ଚାଉଳ ଓ ରୋଷେଇ ପରେ ବି ଚାଉଳ )
(୨) ବସନ – ଆମ ଓଡ଼ିଆରେ ପିନ୍ଧା ବସନକୁ କନାରୁ ପୋଷାକ ଭାବରେ ପ୍ୟାଣ୍ଟ୍,ସାର୍ଟ ..କୁହାଯାଏ ।(ହିନ୍ଦୀରେ କପଡା – କପଡା – କପଡା ।କଥା କଥାରେ କୁହନ୍ତି କପଡା ଖରିଦ୍ କରନେ ଯା ରହା ହୁ)
(୩) ଲିଙ୍ଗ – ପୁଲିଙ୍ଗ /ସ୍ତ୍ରିଲିଙ୍ଗ ।ଆମ ଓଡ଼ିଆରେ ପୁଅ ହେଉ କି ଝିଅ ,ପୁରୁଷ ହେଉ କି ମହିଳା ମୁଁ ଯାଉଛି ,ମୁଁ ଖାଉଛି,ମୁଁ ଖେଳୁଛି …ଲିଙ୍ଗର ଆବଶ୍ୟକତା କଣ ଦରକାର । ବସ,ଟ୍ରକ୍,ପୋଲିସ,ସରକାର, ମିଟିଂ ଏଥିରେ ଲିଙ୍ଗର ଅର୍ଥ କଣ? (ହିନ୍ଦୀରେ ଯା ରହା (ପୁରୁଷ).. ଯା ରହି(ମହିଳା) ,ଟ୍ରେନ ଓ ବସ,ସରକାର,ପୋଲିସ, ମିଟିଂ ଭିତରେ ବି ସ୍ତ୍ରିଲିଙ୍ଗ ପୁଲିଙ୍ଗ ଦେଖାଯାଏ)
ଆଜ୍ଞା ଦିଲ୍ଲୀରେ ୨୦ ବର୍ଷ ରହିବା ପରେ ବି ଆଜିଯାଏ ପୁଲିଙ୍ଗ/ସ୍ତ୍ରିଲିଁଙ୍ଗ ମୁଁ ବୁଝି ପାରୁନି ।
(୪) ଅନ୍ୟାନ୍ୟ ..ସାଧାରଣ ଭାବରେ ହିନ୍ଦୀରେ ପ୍ରବଚନକୁ କୁହନ୍ତି କଥା ଚାଲିଛି ।
ଆମ ଓଡ଼ିଆରେ ଆମେ ପ୍ରତି ମୁହୂର୍ତ୍ତରେ କଥା ହେଉଛନ୍ତି ।
କବିତାକୁ ସମ୍ପୂର୍ଣ୍ଣ ପଢି ଯଦି କିଏ ଜ୍ଞାନୀ ଗୁଣି ବୁଝେଇ ପାରିବେ ମୋ ଭାଷା ଠାରୁ କିଏ ମହାନ୍ ,ମୁଁ ଡିବେଟ କରିବାକୁ ପ୍ରସ୍ତୁତ।
ମୋ ମାତୃଭାଷା ହେଉଛି କୋଇଲି । ସ୍ଵାଧୀନ । ସ୍ଵର ନିଆରା । ଅନ୍ୟ ଭାଷା ହେଲା ପଞ୍ଜୁରୀ ଭିତରେ ଥିବା ବନ୍ଦୀ ଶୁଆ ।ଯେତେ ହେଲେ ବି ପରାଧୀନ।ମାଲିକ ଯାହା ଶିଖେଇବ ସେତିକି ଗାଇବ। ଉଚ୍ଚାରଣରେ କୋଇଲି ପରି ମଧୁରତା ଆସିବ କୋଉଠି ? ମୋ ମାତୃଭାଷାରେ ଭାବ ଅଛି । ଅନ୍ୟ ଭାଷାରେ ତାହା ଅଭାବ ଅଛି ।

ବିଦେଶୀ Fast food ଭାଷା English ଉପରେ ଆଲୋଚନା ହେଉ।୨୬ letter ସବୁକିଛି। ଆମ ମାତ୍ରା ଓ ଯୁକ୍ତାକ୍ଷର ରସ ବିଦେଶି ପାଇବେ କୋଉଠୁ ? ବିଦେଶୀଙ୍କୁ ଆଣ୍ଠେଇବାକୁ ପଡୁଛି ୨୬ ଭିତରେ । In-laws ଲଗେଇ ଦେଲେ ଶଶୁର ଘର ପାଇଁ ସବୁକୁଛି । ବାପା – ଶଶୁର ମଧ୍ୟରେ ପାର୍ଥକ୍ୟ … Father /Father in law । ମାଆ- ଶାଶୁ ମଧ୍ୟରେ ପାର୍ଥକ୍ୟ Mother- Mother in law ।ଭାଇ – ଶଳା ଭିତରେ ପାର୍ଥକ୍ୟ ହେଲା Brother- Brother in laws। ଭଉଣୀ – ଶାଳୀ ମଧ୍ୟରେ ପ୍ତାର୍ଥକ୍ୟ Sister- Sister in laws। କକା ମଉସା – All are uncle. ମାଉସୀ,ଖୁଡି – All are aunty ।ଏମିତି ଅନେକ ଉଦାହରଣ .. ସ୍ୱାଭିମାନୀ ଓଡ଼ିଆ ଭାବରେ ସଂକଳ୍ପ ନିଅନ୍ତୁ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର କରି ଦୁନିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା। ଆଶା କରୁଛି କବିତା ଗୁଡ଼ିକ ଭଲ ଭାବରେ ପଢିବେ । ସ୍ଵାଧୀନ ଭାବରେ କୋଇଲି ବନି ନିଜ ମାତୃଭାଷାକୁ ବଞ୍ଚେଇବେ ।ପରାଧୀନ ଭାବରେ ପଞ୍ଜୁରୀ ଭିତରେ ଚିତ୍କାର କରି ମୁଣ୍ଡ ବିକ୍ରି କରିବେନି ।

ରାଷ୍ଟ୍ରଭାଷା ହିନ୍ଦୀ ଓ ବିଦେଶୀ ଭାଷା English ସହିତ ଅନ୍ୟ ସବୁ ଭାଷା ଶିଖନ୍ତୁ । କାହାର କୌଣସି ଅସୁବିଧା ନାହିଁ ।କିନ୍ତୁ ଆମ ମାତୃଭାଷା ଓଡ଼ିଆ ଉପରେ ଭାରୀ ନ ହୁଅନ୍ତୁ ଅନ୍ୟ ଭାଷା।କାରଣ ମାତୃଭାଷା ଆମକୁ ଗର୍ଭରେ ଧାରଣ କରିଥିବା ଜନ୍ମ କଲା ମା ।ଅନ୍ୟ ଭାଷା ମାଉସୀ ହେଇ ପାରେ କିନ୍ତୁ ମା ର ସମ୍ମାନ ପାଇ ପାରିବନି ।
ସମଗ୍ର ଓଡ଼ିଶା ତଥା ଓଡ଼ିଆ ଭାଇ ଭଉଣୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ।
ସ୍ଵତନ୍ତ୍ର ଓଡ଼ିଶାର ବରପୁତ୍ରଙ୍କୁ କୋଟି କୋଟି ସଲାମ ।

ଭାଷା ଜନନୀ କି ଜୟ ।

ବନ୍ଦେ ଉତ୍କଳ ଜନନୀ ।
👇🏾👇🏾🙏🙏

Related Post

Leave a Reply

Your email address will not be published. Required fields are marked *