Spread the love

ଚଳିତ ବର୍ଷ ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଅର୍ଥନୀତିଜ୍ଞ ରବର୍ଟ ଇ ହଲ ଓ ମାଇକେଲ ଉଡଫୋର୍ଡଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମାଇକ୍ରୋଇକୋନୋମିକ ଫାଉଣ୍ଡେସନ ଅଫ ମାକ୍ରୋଇକୋନୋମିକ ଷ୍ଟାବିଲାଇଜେସନ ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ଦିଆଯିବ।
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

ଏହି ଦୁଇ ଅର୍ଥନୀତିଜ୍ଞ ନୂଆ ମାକ୍ରୋ ଇକୋନୋମିକ୍ ମଡେଲ୍ ବିକଶିତ କରିଛନ୍ତି। ଏହା ଅର୍ଥନୀତିକୁ ସ୍ଥିର ରଖିବା ପାଇଁ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ଏହି ମଡେଲ୍‌ଗୁଡ଼ିକ ଦ୍ୱାରା ସରକାର ଆର୍ଥିକ ନୀତି ଓ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତିକୁ ଉପଯୁକ୍ତ ସମୟରେ ଲାଗୁ କରିପାରିବେ।

ଫଳରେ ଅର୍ଥନୀତିରେ ହଠାତ୍ ଦେଖାଦେଉଥିବା ଉତ୍‌ଥାନ-ପତନର ପ୍ରଭାବକୁ ହ୍ରାସ କରାଯାଇପାରିବ। ଏହାକୁ ବିକଶିକ କରିଥିବାରୁ ଦୁଇ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ବାବଦରେ ପ୍ରାୟ ୧୨ ଲକ୍ଷ ଆମେରିକୀୟ ଡଲାର ମିଳିବ। ଏହାକୁ ଦୁଇ ଜଣଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ।

ରବର୍ଟ ଇ ହଲ୍ ୧୯୪୩ ମସିହାରେ ଆମେରିକାର ପାଲୋ ଆଲ୍ଟୋରେ ଜନ୍ମଗ୍ରହଣ କରିଥିଲେ। ସେ ଏବେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମାଇକେଲ୍ ଉଡଫୋର୍ଡ ୧୯୫୫ ମସିହାରେ ଆମେରିକାର ଚିକୋପି ସହରରେ ଜନ୍ମଗ୍ରହଣ କରିଥିଲେ। କଲୋମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ମାଇକେଲ।

ଅର୍ଥନୀତି କିପରି ବିଭିନ୍ନ ପରିବର୍ତ୍ତନର ମୁକାବିଲା କରେ ଓ ଏହାକୁ କିପରି ଅଧିକ ସ୍ଥିର ରଖାଯାଇପାରିବ, ସେ ସମ୍ପର୍କରେ ନୀତି ନିର୍ଦ୍ଧାରକଙ୍କୁ ସହାୟତା କରୁଥିବା ଅର୍ଥନୀତିକ ନିଷ୍ପତ୍ତିରେ ସେମାନଙ୍କ ଅବଦାନକୁ ନୋବେଲ ପୁରସ୍କାର ଜରିଆରେ ସ୍ୱୀକୃତି ମିଳିଛି।