ଦିନ ଥିଲା, ମଣିଷ ପୃଥିବୀକୁ ସ୍ଥିର ଓ ସୂର୍ଯ୍ୟ ପୃଥିବୀର ଚାରିପାଖରେ ଘୁରୁଛି ବୋଲି ଭାବୁଥିଲା । ଏପରିକି ସେତେବେଳର ଶାସକମାନେ ଏବଂ ଅସୀମ ପ୍ରଭାବଶାଳୀ ଚର୍ଚ୍ଚର ମଧ୍ୟ ସେଭଳି ବିଶ୍ଵାସ ଥିଲା । ପରନ୍ତୁ ତତ୍କାଳୀନ ସମୟର ଏହି ଲୋକପ୍ରିୟ ବିଶ୍ୱାସ ବିରୋଧରେ ଯାଇ “ପୃଥିବୀ ନୁହେଁ ସୂର୍ଯ୍ୟ ହିଁ ସ୍ଥିର ଏବଂ ପୃଥିବୀ ତା’ର ଚତୁଃପାର୍ଶ୍ଵରେ ଘୁରୁଛି” ବୋଲି କହିବାର ଅଦମ୍ୟ ସାହସ ବିଶିଷ୍ଟ ବୈଜ୍ଞାନିକ ଗାଲିଲିଓ ଦେଖାଇଥିଲେ । ପୃଥିବୀ ଓ ସୂର୍ଯ୍ୟ ସମ୍ପର୍କରେ ଚର୍ଚ୍ଚର ଏହି ବ୍ୟାଖ୍ୟାକୁ ଅସ୍ବୀକାର କରିବା ଅପରାଧରେ ସେତେବେଳର ଶାସକ ଗୋଷ୍ଠୀ ଓ ଚର୍ଚ୍ଚ ଦ୍ଵାରା ଦଣ୍ଡିତ ହେବାକୁ ପଡିଥିଲା। ୧୬୩୩ ମସିହାରେ ୭୭ ବର୍ଷ ବୟସରେ ତାଙ୍କୁ ପ୍ରତାଡିତ କରି ଜେଲର ଅନ୍ଧାର କୋଠରୀ ଭିତରେ ଭର୍ତ୍ତି କରାଯାଇଥିଲା । ଅନ୍ଧାର କୋଠରୀ ଭିତରେ ସେ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇବା ସହ ଶେଷରେ ୮ ଜାନୁଆରୀ ୧୬୪୨ରେ ମୃତ୍ୟୁବରଣ କରିଥିଲେ ।
ତେବେ ଯେଉଁ କ୍ୟାଥୋଲିକ୍ ଚର୍ଚ୍ଚ ତାଙ୍କ ଦ୍ଵାରା ଆବିଷ୍କୃତ ବୈଜ୍ଞାନିକ ସତ୍ୟକୁ ଦିନେ ମିଥ୍ୟା ବୋଲି କହି ତାଙ୍କୁ ସେତେବେଳେ ନିର୍ଯ୍ୟାତିତ ଓ ଦଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଦୀର୍ଘ ୪୦୦ ବର୍ଷ ପରେ ସେମାନେ ନିଜେ ହିଁ ନିଜର ଭୂଲକୁ ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ । “ସୂର୍ଯ୍ୟ ନୁହେଁ ପୃଥିବୀ ହିଁ ଘୁରୁଛି” ବୋଲି କହି ବିଜ୍ଞାନର ପ୍ରମାଣିକ ସତ୍ୟକୁ ମାନିବାକୁ ବାଧ୍ୟ ହୋଇଥିଲେ । ୨୦୧୧ ମସିହାରେ କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟାଳୟ ଭାବେ ପରିଚିତ ଭେଟିକାନ୍ ସିଟିରେ ବୈଜ୍ଞାନିକ ଗ୍ୟାଲିଲିଓଙ୍କ ସ୍ମୃତିରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ସର୍ବସାଧାରଣରେ ପୋପ ଚର୍ଚ୍ଚର ଭୂଲ ପାଇଁ କ୍ଷମା ମାଗିଥିଲେ ।
ଆଜି (୧୫ ଫେବୃଆରୀ) ବିଶ୍ଵର ଏହି ମହାନ୍ ବୈଜ୍ଞାନିକଙ୍କ ଜନ୍ମବାର୍ଷିକୀ । ଏହି ଅବସରରେ ତାଙ୍କର ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଓ ଭଲପାଇବା ।
ପୃଥିବୀ ନୁହେଁ ସୂର୍ଯ୍ୟ ହିଁ ସ୍ଥିର ଏବଂ ପୃଥିବୀ ତା’ର ଚତୁଃପାର୍ଶ୍ଵରେ ଘୁରୁଛି” ବୋଲି କହିବାର ଅଦମ୍ୟ ସାହସ ବିଶିଷ୍ଟ ବୈଜ୍ଞାନିକ ଗାଲିଲିଓ ଦେଖାଇଥିଲେ ।
















Leave a Reply