ଗଜପତିର ମହେନ୍ଦ୍ରଗିରିରେ ନିଆରା ମହାଶିବରାତ୍ର ପାଳନ….. ଆଜି ଶିବରାତ୍ର, ହେଲେ ଗତକାଲି ଶନିବାର ରାତ୍ରରେ ଲକ୍ଷାଧିକ ଭକ୍ତ ମହେନ୍ଦ୍ରଗିରିରେ ପାଳିଲେ ଜାଗର

Spread the love

ଗଜପତିର ମହେନ୍ଦ୍ରଗିରିରେ ନିଆରା ମହାଶିବରାତ୍ର ପାଳନ….. ଆଜି ଶିବରାତ୍ର, ହେଲେ ଗତକାଲି ଶନିବାର ରାତ୍ରରେ ଲକ୍ଷାଧିକ ଭକ୍ତ ମହେନ୍ଦ୍ରଗିରିରେ ପାଳିଲେ ଜାଗର ପାରଳାଖେମୁଣ୍ଡି, 15/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଓଡ଼ିଶାର ହିମାଳୟ ପୁରାଣ ପ୍ରସିଦ୍ଧ ଗଜପତିର ମହେନ୍ଦ୍ରଗିରି ଠାରେ ପ୍ରତେକ ବର୍ଷ ଏକ ବିରଳ ଓ ନିଆରା ଶିବରାତ୍ର ପାଳନ ହୋଇଥାଏ. ଅର୍ଥାତ ଶିବରାତ୍ରର ପୂର୍ବ ରାତ୍ରରେ ଶିବରାତ୍ରୀ ପାଳନ ସହ ଜାଗର ପାଳନ କରାଯାଇଥାଏ. ଆଜି ରବିବାର ସମଗ୍ର ଭାରତରେ ଶିବରାତ୍ରୀ ପାଳନ କରାଯାଉଛି. ହେଲେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଗତକାଲି ରାତିରେ ଶିବରାତ୍ର ପାଳନ ସହ ଲକ୍ଷାଧିକ ଭକ୍ତ ଜାଗର ପାଳନ କରିଛନ୍ତି. ଗତକାଲି ଶନିବାର ରାତ୍ରରେ ମହେନ୍ଦ୍ରଗିରି ଠାରେ ଥିବା ଗୋକର୍ନେଶ୍ଵର ମନ୍ଦିର ସମେତ ଭୀମ, କୁନ୍ତୀ, ଯୁଧିଷ୍ଠିର ଆଦି ମନ୍ଦିର ଗୁଡିକ ଠାରେ ଭକ୍ତମାନେ ରାତ୍ର ସାରା ଜାଗର ଜାଳି ଜାଗର ପାଳନ କରିଥିଲେ. ପୁରାଣରେ ବର୍ଣିତ କିମ୍ବଦନ୍ତୀ କହେ ମହେନ୍ଦ୍ରଗିରିରେ ମହେନ୍ଦ୍ର ହେଉଛନ୍ତି ସ୍ୱୟଂ ମହାଦେବ ଶିବ. ସୂର୍ଯ୍ୟ ହେଉଛନ୍ତି ବିଷ୍ଣୁଙ୍କ ଅବତାର. ଦୁହିଁଙ୍କ ମିଳନରେ ହୁଏ ଶିବରାତ୍ରିର ଜାଗର ପାଳନ ସହ ସକାଳର ସୂର୍ଯ୍ୟ ଉଦୟ. ଯାହାକି ଲୋକମାନଙ୍କ ସମସ୍ତ ପାପ କ୍ଷୟ ହେବା ସହ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ. ମହେନ୍ଦ୍ର ଶିଖରରୁ ସୂର୍ଯ୍ୟ ଉଦୟ କରି ଭକ୍ତଙ୍କ ସମସ୍ତ ପାପକୁ କ୍ଷୟ କରିଥାନ୍ତି. ତେଣୁ ପ୍ରତେକ ବର୍ଷ ମହେନ୍ଦ୍ରଗିରିରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ. ଶିବରାତ୍ରର ରାତି ସରି ସକାଳ ହେବା କ୍ଷଣି ମହେନ୍ଦ୍ର ଶିଖରରୁ ସୂର୍ଯ୍ୟ ଉଦୟର ଦର୍ଶନ କରିବା ଦ୍ୱାରା ଲୋକଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ. ତେଣୁ ଚଳିତ ବର୍ଷ ମଧ୍ୟ ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟରୁ ଭକ୍ତଙ୍କ ପ୍ରବଳ ସୁଅ ଛୁଟି ଥିଲା. ମୋଟାମୋଟି ଭାବେ ମହେନ୍ଦ୍ରଗିରିରେ ଗତକାଲି ଶନିବାର ରାତ୍ରରେ ଲକ୍ଷାଧିକ ଭକ୍ତ ମହାଶିବରାତ୍ର ପାଳନ ସହ ଜାଗର ପାଳନ କରିଥିଲେ. ଭକ୍ତମାନଙ୍କ ପାଇଁ ଗଜପତି ପ୍ରଶାସନ ତରଫରୁ ଅନ୍ନଛତ୍ର, ଜଳଛତ୍ର, ଶୌଚାଳୟ ଓ ଆଲୋକୀକରଣର ସୁବ୍ୟବସ୍ଥା ଆଦି କରାଯାଇଥିଲା. ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗଜପତି ଏସପି ଯତ୍ରୀନ୍ଦ୍ର ନାଥ ପଣ୍ଡାଙ୍କ ପ୍ରତେକ୍ଷ ନେତୃତ୍ୱରେ 5 ପ୍ଲାଟୁନ ପୋଲିସ ଫୋର୍ସ, 100 ହୋମଗାର୍ଡ, 6 ଡ଼ିଏସପି, 11 ଏନସିପେକ୍ଟର ଓ 35 ସବ -ଇନସପେକ୍ଟର ନିୟୋଜିତ ହୋଇଥିଲେ. ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଏଡିଏମ ମୁନିନ୍ଦ୍ରା ହେନଗା, ଉପ -ଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ସମେତ ବହୁ ପଦାଧିକାରୀ ମହେନ୍ଦ୍ର ଶିଖରରେ ଉପସ୍ଥିତ ରହି ଚଳିତ ବର୍ଷର ମହାଶିବରାତ୍ର ସହ ଜାଗର ପାଳନକୁ ଅତ୍ୟନ୍ତ ସଫଳତା ଓ ଶୃଙ୍ଖଳାର ସହ ପାଳନ କରିବାରେ ସକ୍ଷମ ହୋଇଥିଲେ.

Leave a Reply

Your email address will not be published. Required fields are marked *