Spread the love


ଶ୍ରୀ ଅରୋବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ. ଭି. – ୫୫ ରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ୍ ଭି. – ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତା ର ଅଭିଯୋଗ ଆସି ଅଛି । ଅଭିଯୋଗ ସଂକ୍ରାନ୍ତରେ ଅବଗତ ହେବା ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ତୁରନ୍ତ ଏହାର ତଦନ୍ତ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭଜନ ଚାଉଳର ଷ୍ଟକ୍ ରେଜିଷ୍ଟର ଯାଞ୍ଚ୍ କରିଥିଲେ । ଷ୍ଟକ୍ ରେଜିଷ୍ଟର ତଥା ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ୍ ପରେ ଜଣା ପଡ଼ିଛି ଯେ ପ୍ରାୟ ୪୨ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ପୁନଃ ପ୍ରକ୍ରିୟାକରଣ ପାଇଁ କୌଣସି ମିଲ୍ କୁ ପଠା ଯାଇ ଅଛି । କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ଯାହା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ଵାରା ସ୍ଵତନ୍ତ୍ର ପୋଷଣ ଯୁକ୍ତ ( fortified rice ) ଯାହା କି ପୁନଃ ପ୍ରକ୍ରିୟାକରଣ ପାଇଁ କୌଣସି ଆବଶ୍ୟକତା ନାହିଁ । ମଧ୍ୟାହ୍ନ ଭୋଜନ ଚାଉଳ ଅନିୟମିତତା ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକା ରହି ଅଛି ଓ ଉକ୍ତ ଅନିୟମିତତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଅଛି । ନୋଟିସ୍ ର ପ୍ରତିଉତ୍ତର ଅନୁଯାୟୀ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ।

Leave a Reply

Your email address will not be published. Required fields are marked *