କଥା ତ ଏତିକି ବାସ//ଉପରେ ରହିଲେ ବାଘ 🐅 ଖାଉଛି,ନଈପାଣିରେ ପଶିଲେ କୁମ୍ଭୀର 🐊 ଟାଣି ନେଉଛି ବାରମ୍ବାର ରଙ୍ଗ ବଦଳାଉଥିବା ଏଣ୍ଡୁଅ -ତୁଷାର କାନ୍ତ ଶତପଥି ଭୁବନେଶ୍ୱର

Spread the love

ଉପରେ ରହିଲେ ବାଘ 🐅 ଖାଉଛି,
ନଈପାଣିରେ ପଶିଲେ କୁମ୍ଭୀର 🐊 ଟାଣି ନେଉଛି।

ତା୧୩.୦୨.୨୦୨୬ରିଖର
“କଥା ଏତିକି,👇ବାସ୍”
“ଉପରେ ରହିଲେ ବାଘ 🐅 ଖାଉଛି,
ନଈପାଣିରେ ପଶିଲେ କୁମ୍ଭୀର 🐊 ଟାଣି ନେଉଛି।”

ବାରମ୍ବାର ରଙ୍ଗ ବଦଳାଉଥିବା ଏଣ୍ଡୁଅ ଚରିତ୍ରଧାରୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏଭଳି ଚରିତ୍ର ବିଷୟରେ ଜାଣିବା ପୂର୍ବରୁ,
(୧)ତା୨୨.୦୯.୨୦୧୯ରିଖରେ ଆମେରିକାର Huston ସହର ଅନ୍ତର୍ଗତ NRG ଷ୍ଟାଡିୟମରେ ଏକ ବିଶାଳ ଜନସମାଗମର “How di,Modi,Shared Dream, Bright Future” ଶୀର୍ଷକ ଏକ ଉତ୍ସବରେ,ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ, ଟ୍ରମ୍ପ ମହାଶୟଙ୍କର ଗୋଟିଏ ହାତକୁ ନିଜର ଗୋଟିଏ ହାତରେ ଟେକିଧରି ବାରମ୍ବାର “ଅବ କି ବାର, ଟ୍ରମ୍ପ ସରକାର “ଭଳି ଆହ୍ୱାନ ଦେବାପରେ, ଏହାର ପ୍ରତ୍ୟୁତ୍ତରରେ ଉପସ୍ଥିତ ଜନତା ବି ତାହାକୁ ବାରମ୍ବାର ଦୋହରାଇଥିଲେ।
(୨) ପୁନଃଶ୍ଚ, ଏଭଳି ଉତ୍ସବର ଦ୍ଵିତୀୟ ଦଫା,ତା୨୪.୦୯.୨୦୨୦ରିଖରେ ଆମ ଦେଶର ପ୍ରଥମ ସମ୍ପୂର୍ଣ୍ଣ ରାମରାଜ୍ୟ ଗୁଜରାଟର “ନରେନ୍ଦ୍ର ମୋଦି ଷ୍ଟାଡିୟମ”ରେ “NAMASTE TRUMP,SHARED DREAM, BRIGHT FUTURE” ଶୀର୍ଷକ ଏକ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମିଷ୍ଟର ଟ୍ରମ୍ପଙ୍କ ସମ୍ମାନାର୍ଥେ,ସେ କାରରେ ଯାଇଥିବା ରାସ୍ତାର ବସ୍ତି ତଥା ଅନଗ୍ରସର ଅଞ୍ଚଳର ଦୁଇକଡକୁ ରଙ୍ଗୀନ ପାଲରେ ଆଚ୍ଛାଦିତ କରାଯାଇଥିଲା, ତାଙ୍କ ଦୃଷ୍ଟିରେ ଗୁଜରାଟ ଭଳି ରାମରାଜ୍ୟର ଏଭଳି ଦୃଷ୍ଟି ଏଡାଯିବାପାଇଁ ।
ଏହି ନିର୍ବାଚନରେ ମଧ୍ୟ ତାଙ୍କର ସଫଳତା ପାଇଁ ଅନେକ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ତରଫରୁ ନିର୍ଜଳା ପୂଜାର୍ଚ୍ଚନା, ହୋମ, ଯଜ୍ଞ ଓ ପ୍ରାର୍ଥନା କରାଯାଇଥିଲା। କିନ୍ତୁ, ତା୦୩.୧୧.୨୦୨୪ରିଖର ନିର୍ବାଚନରେ ଟ୍ରମ୍ପ ମହାଶୟ ହାରି ଯାଇଥିଲେ।
(୩)୨୦୧୬,୨୦୧୯ ଓ ୨୦୨୪ ମସିହାର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ଜିତାପଟପାଇଁ ଆମଦେଶର
“ହିନ୍ଦୁସେନା ସଙ୍ଗଠନ”ର ମୂଖ୍ୟ ଶ୍ରୀ ବିଷ୍ଣୁ ଗୁପ୍ତା ଅନେକଥର ଯଜ୍ଞ, ହୋମ , ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥିଲେ।୨୦୧୬ ମସିହାରେ ତାଙ୍କର ଏଭଳି କାର୍ଯ୍ୟକ୍ରମରୁ ପ୍ରେରଣା ପାଇ ଦେଶର ବହୁସ୍ଥାନରେ ଏଭଳି ବହୁତ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା, ବିଶେଷକରି ଟ୍ରମ୍ପ ମୁସଲମାନ ବିରୋଧୀ ମନୋଭାବ ସମ୍ପନ୍ନ ହୋଇଥିବାରୁ।
ଟ୍ରମ୍ପ ତା୧୪.୦୬.୧୯୪୬ ରିଖରେ ଜନ୍ମଗ୍ରହଣ କରିଥିବାରୁ, ୨୦୧୬ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ପ୍ରତ୍ୟେକ ଜନ୍ମଦିନ ଜୁନ ୧୪ ତାରିଖରେ , ଆମ୍ଭେମାନେ ଏଠାରେ “କେକ୍ କଟା ଜନ୍ମଦିନ ପାଳନ ଉତ୍ସବ”ର ଆୟୋଜନ ବି କରୁଥିଲୁ।
(୪)୨୦୨୪ ମସିହାରେ ଦ୍ୱିତୀୟଥର ପାଇଁ ଟ୍ରମ୍ପ ମହାଶୟ ବିଜୟ ହାସଲ କରିବାପରେ ଆମ ଯଶସ୍ୱୀ ବାବା ରାମଦେବ ମହାଶୟ, ତା୦୭.୧୧.୨୦୨୪ରିଖରେ ସମ୍ବାଦ ପରିବେଷଣକାରୀ ସଂସ୍ଥା ANIକୁ ସାକ୍ଷାତକାର ଦେଇ କହିଥିଲେ ଯେ”ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ‘ସନାତନ’ର ସମର୍ଥକ ଏବଂ ଭାରତକୁ ଭଲ ପାଆନ୍ତି। ଏହା ଉଭୟ ଆମେରିକା ଓ ଭାରତବର୍ଷର ନୁଆ ରାଷ୍ଟ୍ରବାଦ।”
(୫) କିନ୍ତୁ,ଦ୍ୱିତୀୟଥରର ଜିତାପଟପରେ ମିଷ୍ଟର ଟ୍ରମ୍ପଙ୍କର ଭାରତବର୍ଷ ତଥା ମୋଦିଜୀଙ୍କ ପ୍ରତି ମନୋଭାବ ସମ୍ପୂର୍ଣ୍ଣ ଓଲଟିପଡିବା ତଥା ସେ ଅଧିକ ଟାରିଫ ଲଗାଇବାକୁ ଧମକ ଦେବାପରେ, ତା୦୭.୧୧.୨୦୨୪ରିଖରେ ସେହି ଯଶସ୍ୱୀ ବାବା ରାମଦେବ ତାଙ୍କୁ କରିଥିବା ଭୂୟସୀ ପ୍ରଶଂସାରୁ ଓହରିଯାଇ ତା୨୩.୦୩.୨୦୨୫ରିଖରେ କହିଥିଲେ, “ଟ୍ରମ୍ପ ଆନ୍ତର୍ଜାତିକ ଅର୍ଥନୈତିକ ସ୍ଥାୟିତ୍ୱରେ ବାଧା ଆଣୁଛନ୍ତି,ସେ ଜଣେ ଟାରିଫ ସନ୍ତ୍ରାସବାଦୀ।”
(୬)୨୦୧୬,୨୦୧୯ ଓ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କର ଜିତାପଟପାଇଁ ଯେଉଁ ବିଷ୍ଣୁ ଗୁପ୍ତାଙ୍କ ହୋମ,ଯଜ୍ଞ, ପ୍ରାର୍ଥନା ଓ ପୂଜାର୍ଚ୍ଚନାରେ ଅନୁପ୍ରାଣିତ ହୋଇ ଦେଶର କୋଟି କୋଟି ଲୋକ ଏଭଳି କରିଥିଲେ, ମିଷ୍ଟର ଟ୍ରମ୍ପ ଓଲଟି ପଡିବା ପରେ ସେହି ଶ୍ରୀ ଗୁପ୍ତା ବି ଓଲଟିପଡି ତା୨୨.୦୯.୨୦୨୫ରିଖରେ କହିଥିଲେ ଯେ, “ଟ୍ରମ୍ପ ତାଙ୍କର ଭଲପଣିଆ ହରେଇଛନ୍ତି। ତାଙ୍କର ପାକିସ୍ତାନ ପ୍ରିତୀ ମୋ ( ଗୁପ୍ତାଙ୍କର) ହୃଦୟକୁ ବିଦାରିତ କରୁଛି।”
(୭)ଟ୍ରମ୍ପ ଓଲଟି ପଡ଼ିଲେ କାହିଁକି ଏହାର ଫଳାଫଳ:-
(କ)ତା୦୫.୧୧.୨୦୨୪ରିଖର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ ତା ୨୧.୦୯.୨୦୨୪ରିଖରୁ
ତା୨୩.୦୯.୨୦୨୪ରିଖ ପର୍ଯ୍ୟନ୍ତ ଆମେରିକାରେ ରହିଥିଲେ, ଯେତେବେଳେ କି ମିଷ୍ଟର ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନଥିଲେ।ସେ ଆଶା କରିଥିଲେ ଯେ “ତାଙ୍କର ଘନିଷ୍ଠ ବନ୍ଧୁ ଆମ ଯଶସ୍ୱୀ ମୋଦିଜୀ ତାଙ୍କୁ ଭେଟିବେ” ,କିନ୍ତୁ ଏଭଳି ଘଟିନଥିଲା,
(ଖ) ହୁଏତ, ” ମୋଦିଜୀ ଟ୍ରମ୍ପଙ୍କୁ ନ ଭେଟିବା” ଘଟଣାରେ ଫିଡିକିଯାଇ, ଟ୍ରମ୍ପ ମହାଶୟ ତା୨୦.୦୧.୨୦୨୫ରିଖରେ ହୋଇଥିବା ତାଙ୍କର ଦ୍ୱିତୀୟଥରର ଶପଥ ଗ୍ରହଣ ଉତ୍ସବକୁ ବହୁତ ରାଷ୍ଟ୍ରୀର ମୂଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ମୋଦିଜୀଙ୍କୁ ବ୍ୟକ୍ତିଗତଭାବେ
ନିମନ୍ତ୍ରଣ କରିନଥିଲେ ଓ ମୋଦିଜୀ ଯାଇନଥିଲେ,
(ଗ)ତା୧୩.୦୨.୨୦୨୫ରିଖରୁ ତା୧୫.୦୨.୨୦୨୫ରିଖ ଭିତରେ ଟ୍ରମ୍ପ ମହାଶୟଙ୍କ ସହିତ ମୋଦିଜୀଙ୍କ ଭେଟପାଇଁ ମୋଦିଜୀ WHITE HOUSE ରେ ପହଞ୍ଚିବା ସମୟରେ ଜଣେ ସାଧାରଣ ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ, ଟ୍ରମ୍ପ ନିଜେ ଦୁଆରମୁହଁ ପର୍ଯ୍ୟନ୍ତ ଆସିନଥିଲେ,
(ଘ) “ଅପରେସନ ସିନ୍ଦୂର” ଜରିଆରେ ପାକିସ୍ତାନ ଉପରେ ଆମର ଐତିହାସିକ ବିଜୟପରେ, ପାକିସ୍ତାନ କର୍ତ୍ତୃପକ୍ଷ ମିଆଁଉ ମିଆଁଉ 🐈 ହୋଇ ତା୧୦.୦୫.୨୦୨୫ରିଖରେ ସମଝୋତା କରିବାପାଇଁ ଆମ କର୍ତ୍ତୃପକ୍ଷଙ୍କ ପାଖରେ ନେହୁରା ହେବାପରେ , ଆମ ପକ୍ଷରୁ ତାହା ଗୃହିତ ହୋଇଥିଲା। ତେବେ, ଏହା ଘୋଷଣାହେବାର ଠିକ୍ ୧୦ ମିନିଟ ପୂର୍ବରୁ ମିଷ୍ଟର ଟ୍ରମ୍ପ, ତାଙ୍କର ସାମାଜିକ ଗଣମାଧ୍ୟମ ଜରିଆରେ ସମଗ୍ର ପୃଥିବୀକୁ ଜଣେଇଥିଲେ ଯେ “ପାକିସ୍ତାନ ଓ ଭାରତକୁ ଅଧିକ ଟାରିଫ (ଶୁଳ୍କ)ର ଭୟ ଦେଖେଇ ମୁଁ ପୃଥିବୀକୁ ଦୁଇଦେଶ ମଧ୍ୟରେ ଗୋଟିଏ ପରମାଣୁ ଅସ୍ତ୍ରଜନିତ ଯୁଦ୍ଧରୁ ରକ୍ଷା କରିଛି ଓ ମୋତେ ‘ଶାନ୍ତିପାଇଁ ନୋବେଲ ପୁରସ୍କାର’ ମିଳିବା ଉଚିତ୍।”
ଆମଦେଶ ତରଫରୁ ବାରମ୍ବାର ” ପାକିସ୍ତାନ ଓ ଭାରତ ଭିତରେ ସମଝୋତାରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ନାହଁ” କୁହାଗଲେ ମଧ୍ୟ, ଦୁନିଆଁର ବିଭିନ୍ନ ପ୍ରାନ୍ତରେ ମିଷ୍ଟର ଟ୍ରମ୍ପ ୬୦ଥରରୁ ଅଧିକଥର କହି ସାରିଲେଣି ଯେ , “ସେ ହିଁ ଅଧିକ ଟାରିଫର ଭୟ ଦେଖାଇ ଏଭଳି ସମଝୋତା କରେଇଛନ୍ତି।”
(ଙ)ଆମଦେଶରୁ ଆମେରିକାକୁ ରପ୍ତାନି ହେଉଥିବା ପାଖାପାଖି ୩%ଟାରିଫକୁ ଟ୍ରମ୍ପ ତା୦୭.୦୮.୨୦୨୫ ରିଖରୁ ୨୫%କୁ ବଢେଇ ଦେଇଥିଲେ। ଏହାଦ୍ୱାରା ସେଠାରେ ଆମ ଦ୍ରବ୍ୟର ମୂଲ୍ୟ ଅଧିକ ହେବାରୁ ଆମ ରପ୍ତାନି କମିଯିବା ଫଳରେ ଆମ ଉତ୍ପାଦନକାରୀ ତଥା ଦେଶର କ୍ଷତି ହୋଇଥିଲା।
(ଚ) ଆମେ ଋଷିଆରୁ ଅଶୋଧିତ ତୈଳ ଆମଦାନୀ କରୁଥିବା ଅଭିଯୋଗରେ ତା୦୬.୦୮.୨୦୨୫ରିଖରେ ସେ ଆମ ଉପରେ ଆହୁରି “୨୫% ଋଷିଆ ଟାରିଫ” ଲଗେଇ, ସମୁଦାୟ ଟାରିଫକୁ ୫୦% କରେଇ
ଦେଇଥିଲେ, ଯଦିଓ ଚଇନା ନିଜର ପେଟ୍ରୋଲ ଓ ଡିଜେଲ ଚାହିଦାର ସର୍ବାଧିକ ୪୮% ଋଷିଆରୁ ଆମଦାନୀ କରୁଥିଲେ ବି ଟ୍ରମ୍ପ ଚାଇନା ଉପରେ ଏଭଳି ଟାରିଫ ଲଗାଇ ନାହାନ୍ତି।ଆମେରିକାର କଥାରେ ଆମେ ଇରାନରୁ ଅଶୋଧିତ ତୈଳ ସାମଗ୍ରୀ ଆମଦାନୀ କରୁନାହୁଁ କିନ୍ତୁ ଆମେରିକାର ଏଭଳି ଧମକକୁ ଖାତିର ନକରି ଚାଇନା ନିଜର ଚାହିଦାର ପାଖାପାଖି ୧୫% ସେଠାରୁ ଆମଦାନୀ କରୁଥିଲେ ମଧ୍ୟ, ଟ୍ରମ୍ପ ନୀରବ ରହୁଛନ୍ତି,
(ଛ) ସତେକି ଯେମିତି ଏତିକି ଯଥେଷ୍ଟ ନଥିଲା, ଆମେରିକୀୟ ତା୧୫.୧୦.୨୦୨୫ରିଖରେ (ଭାରତୀୟ ସମୟ ଅନୁସାରେ ଏହି ଖବର ୧୬ ଅକ୍ଟୋବର ୨୦୨୫)ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ଟ୍ରମ୍ପ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ (ଟ୍ରମ୍ପଙ୍କୁ) ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଜଣେ ଭଲ ବନ୍ଧୁ।ମୋଦୀ ଜଣେ ମହାନ ବ୍ୟକ୍ତି। କିନ୍ତୁ ମୁଁ (ଟ୍ରମ୍ପ)ଚାହୁଁନାହିଁ ଯେ ଆପଣମାନେ ଏହି ‘ଭଲପାଇବା’ (Love) ଶବ୍ଦକୁ ଅନ୍ୟ ଅର୍ଥରେ ନିଅନ୍ତୁ, କାରଣ ମୁଁ ତାଙ୍କର ରାଜନୈତିକ କ୍ୟାରିୟର ନଷ୍ଟ କରିବାକୁ ଚାହୁଁନାହିଁ।”
ଏହି ମନ୍ତବ୍ୟର ପୃଷ୍ଠଭୂମି:-
-ଋଷିଆ ତେଲ:- ଟ୍ରମ୍ପ ଦାବି କରିଥିଲେ ଯେ ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଋଷିଆଠାରୁ ତେଲ କିଣିବା ବନ୍ଦ କରିବ।
-କ୍ୟାରିୟର ନଷ୍ଟ କଥା କାହିଁକି କହିଲେ?:- ଟ୍ରମ୍ପଙ୍କ କହିବା କଥା ଥିଲା ଯେ, “ଯଦି ସେ ମୋଦୀଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଅଧିକ କହିବେ, ତେବେ ହୁଏତ ଭାରତରେ ମୋଦୀଙ୍କୁ ରାଜନୈତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।” (କାରଣ ଭାରତୀୟ ରାଜନୀତିରେ ଅତ୍ୟଧିକ ଆମେରିକା ପ୍ରୀତିକୁ ବିରୋଧୀ ସମାଲୋଚନା କରିପାରନ୍ତି)।
-ଭାରତର ପ୍ରତିକ୍ରିୟା:-
ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ତରଫରୁ ଏହି ଦାବିକୁ ଅସ୍ୱୀକାର କରାଯାଇଥିଲା। ସରକାରୀ ସ୍ତରରେ କୁହାଯାଇଥିଲା ଯେ “ଋଷିଆଠାରୁ ତେଲ କିଣିବା ବିଷୟରେ ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ ଏବଂ ଭାରତ ନିଜର ଜାତୀୟ ସ୍ୱାର୍ଥ ଅନୁସାରେ ନିଷ୍ପତ୍ତି ନେଉଛି।”
(ଜ) ଆମେରିକୀୟ ତା୦୪.୦୧.୨୦୨୬ରିଖରେ (ଭାରତୀୟ ସମୟ ଅନୁସାରେ ଜାନୁଆରୀ ୫)ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରୁ ୱାଶିଂଟନ୍ ଡିସି ଫେରୁଥିବା ସମୟରେ “ଏୟାର୍ ଫୋର୍ସ ୱାନ୍(Air Force One) ବିମାନ” ଭିତରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଯେ,
“ମୋଦିଜୀ ଜଣେ ବହୁତ ଭଲ ମଣିଷ। ସେ ଜାଣିଥିଲେ ଯେ ମୁଁ (ରୁଷ ତୈଳ ଆମଦାନୀକୁ ନେଇ) ଖୁସି ନାହିଁ ବା ରାଗିଛି। ମୋତେ ଖୁସି କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା… ସେଥିପାଇଁ ସେ ମୋତେ ଦେଖା କରିବାକୁ ଚାହୁଁଥିଲେ ଏବଂ କହିଥିଲେ- ‘ସାର୍, ମୁଁ କ’ଣ ଆପଣଙ୍କୁ ଦେଖା କରିପାରିବି?”
(୮) ଏହା ପରର ଘଟଣାବଳୀ:-
(କ) ତା୧୩.୦୨.୨୦୨୫ରିଖରେ ମୋଦିଜୀ ଆମେରିକାରେ ଥାଇ ସେଠାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ “ବାଣିଜ୍ୟ କାରବାର ଚୁକ୍ତି” ଉପରେ ଆଲୋଚନା ଆରମ୍ଭ କରିଥିଲେ। ତାପରେ ଦୁଇ ସରକାରଙ୍କ ପ୍ରତିନିଧିସ୍ତରୀୟ ବିଚାର ବିମର୍ଶ ଚାଲିଥିବା ସମୟରେ ଉପରେ ବର୍ଣିତ ଘଟଣାବଳୀଗୁଡିକ ପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ୍ ଆଲୋଚନା ପରେ ୨୦୨୬ ଫେବୃଆରୀ ପ୍ରାରମ୍ଭରେ “ବାଣିଜ୍ୟିକ ତିକ୍ତତା” ହ୍ରାସ ପ୍ରକ୍ରିୟା ଖୁବ୍ ଦ୍ରୁତ ଗତିରେ ଘଟିଥିଲା।
(ଖ)ଫେବୃଆରୀ ୨, ୨୦୨୬:- ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ‘ଟ୍ରୁଥ୍ ସୋସିଆଲ୍’ (Truth Social) ମାଧ୍ୟମରେ ଘୋଷଣା କରିଥିଲେ ଯେ, ଭାରତ ଉପରେ ଟାରିଫ (ଶୁଳ୍କ)୧୮% କୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଚୁକ୍ତି ହୋଇଛି।
(ଗ)ଫେବୃଆରୀ ୬, ୨୦୨୬:- ସରକାରୀ ଭାବେ “ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ମିଳିତ ବିବୃତ୍ତି” ପ୍ରକାଶ ପାଇଲା, ଯେଉଁଥିରେ ଆନୁଷ୍ଠାନିକ ଭାବେ “ଏକ ଅନ୍ତରୀଣ ଚୁକ୍ତି ପାଇଁ ରୂପରେଖ” (Framework for an Interim Agreement) ଘୋଷଣା କରାଗଲା।
(ଗ)ଫେବୃଆରୀ ୭, ୨୦୨୬ (ରାତି ୧୨:୦୧ EST):- ୨୫% “ଋଷିଆ ଟ୍ୟାକ୍ସ” (Russia Tax) କୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରାଗଲା। ଏହାଦ୍ୱାରା ମୋଟ ଶୁଳ୍କ ତତ୍କାଳ ୫୦% ରୁ ହ୍ରାସ ପାଇ ପୁଣି ୨୫% କୁ ଚାଲିଆସିଲା। ଏହି ତା୦୭.୦୨.୨୦୨୬ ରିଖରୁ, ୨୫% ଟାରିଫ
୧୮% କୁ କମିଗଲା। ଏହା, ତା୦୭.୦୮.୨୦୨୫ରିଖ ପୂର୍ବର ହାରାହାରି ୩% ଟାରିଫ ତୁଳନାରେ ୧୫% ଅଧିକ।ଆମର ଆମେରିକାରୁ ଆମଦାନୀ ଉପରେ ଟାରିଫକୁ ଯଥେଷ୍ଟ କମାଇ ଦିଆଯାଇଛି ଯାହାଫଳରେ ଏଠାରେ ଆମେରିକାର ଦ୍ରବ୍ୟ ଶସ୍ତା ହୋଇ ବେଶି ବିକ୍ରି ହେବ। ଟ୍ରମ୍ପ ମଧ୍ୟ କହିଛନ୍ତି ଯେ, ” ଭାରତ ଆମେରିକାରୁ ଏବେ ବର୍ଷକୁ ଆମଦାନୀ କରୁଥିବା ୪୭ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀକୁ ୧୦୦ ବିଲିଅନକୁ ବଢେଇବ। ଏହା ଆମେରିକାର ” ଶୁଭ ଲାଭ ହିଁ ଶୁଭ ଲାଭ ” ତଥା ଆମର କ୍ଷତି କରାଇବ କି ନାହିଁ, ତାହା ଭବିଷ୍ୟତରେ ଜଣାପଡ଼ିବ।
(୯)ଆମପ୍ରତି ଅପମାନ ତଥା ଧମକ:-
“ନିରୀକ୍ଷଣ ଦଳ” (Monitoring Team) ଏବଂ ପୁଣି ୨୫% (Snapback) ଚେତାବନୀ:-
ତା ୦୬.୦୨.୨୦୨୬ରିଖରେ, ଯେଉଁଦିନ ଚୁକ୍ତିଟି ଆନୁଷ୍ଠାନିକ ରୂପ ନେଲା, ସେହିଦିନ ରାଷ୍ଟ୍ରପତି ଟ୍ରମ୍ପ ଏକ କଡ଼ା ଚେତାବନୀ ସହ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଛନ୍ତି, ଯାହା ହେଉଛି;
“ଭାରତ ‘ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ’ଋଷିଆରୁ ତେଲ ଆମଦାନୀ ବନ୍ଦ କରୁଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ବାଣିଜ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ଗୋଟିଏ ନିରୀକ୍ଷଣଦଳ (ଯେଉଁମାନଙ୍କୁ ନ୍ୟୁଜ୍ ରିପୋର୍ଟରେ ତାଙ୍କର “ଗ୍ରାଉଣ୍ଡ୍‌ରେ ଥିବା ଆଖି” ବୋଲି କୁହାଯାଉଛି) ଗଠିତ ହୋଇଛି।ଯଦି ନିରୀକ୍ଷଣଦଳ ଜାଣିପାରିବେ ଯେ,’ଭାରତବର୍ଷ ପୁଣି ଋଷିଆରୁ ତେଲ କିଣିବା ଆରମ୍ଭ କରିଛି’, ତେବେ ସେହି ୨୫% ଦଣ୍ଡମୂଳକ ଶୁଳ୍କ ତୁରନ୍ତ ପୁଣି ଥରେ ଲାଗୁ କରାଯିବ।”
ଦ୍ରଷ୍ଟବ୍ୟ: ଏହି ନିରୀକ୍ଷଣର ଏକ ଅଂଶ ଭାବରେ, ଭାରତ ଦର୍ଶାଇଛି ଯେ “ଆମେ ଆମେରିକୀୟ ଶକ୍ତିଉତ୍ପାଦଗୁଡ଼ିକୁ ଆପଣେଇବୁ ଏବଂ ପାଞ୍ଚ ବର୍ଷ ମଧ୍ୟରେ ୫୦୦ ବିଲିୟନ ଡଲାରର ‘ବାଏ ଆମେରିକାନ(Buy American)’ ରୂପରେଖ ପାଇଁ ପ୍ରତିଶ୍ରୁତିବଦ୍ଧ”।
(୧୦) ଆମର ଆଦର୍ଶ ମୋଦିଜୀ, ବାବା ରାମଦେବଜ ତଥା ବିଷ୍ଣୁ ଗୁପ୍ତା ମହାଶୟଙ୍କର ମତାମତ ଅନୁସାରେ ପରିଚାଳିତ ଆମେ ଅନୁଗତଗଣ, ବାରମ୍ବାର ରଙ୍ଗ ବଦଳାଉଥିବା ଏଣ୍ଡୁଅ ଚରିତ୍ରର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏଭଳି ଚରିତ୍ର ସହିତ ତାଳଦେଇ “କେଉଁଦିନ ଟ୍ରମ୍ପଙ୍କ ମଙ୍ଗଳପାଇଁ ପ୍ରାର୍ଥନା, ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରିବୁ ତଥା କେଉଁଦିନ ତାଙ୍କର ଫଟୋକୁ ଜାଳିବୁ” ତାହା ଜାଣିପାରୁନଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛୁ। ଆମେ “ଉପରେ ରହିଲେ ବାଘ 🐅 ଖାଉଛି,
ନଈପାଣିରେ ପଶିଲେ କୁମ୍ଭୀର 🐊 ଟାଣି ନେଉଛି”ଭଳି ଓଡ଼ିଆ ଲୋକକଥାଟିର ସାରମର୍ମର ଶିକାର ହେଉଛୁ ଅର୍ଥାତ୍,
“ନା ଏ କୂଳର ହେଉଛୁ ନା
ସେ କୂଳର ହେଉଛୁ,
ହଇରେ ବିଧାତା ତୁ ଏ କଣ କରୁଛୁ?”
(୧୧) ଏସବୁ ବାବଦରେ ଆମର ଅତ୍ୟନ୍ତ ନିରପେକ୍ଷ ମୂଖ୍ୟସ୍ରୋତ ଗଣମାଧ୍ୟମସମୂହ ତରଫରୁ ଏକଦମ ନୀରବତା ଅବଲମ୍ବନ କରାଯାଉଥିବାରୁ, ସେସବୁଥିର ମାଲିକଗଣ ଧନ୍ୟବାଦର ହକଦାର।
ସହଜରେ ତ ସେମାନେ କଟ୍ଟରପନ୍ଥୀ ଦେଶଭକ୍ତ।
ଏବଂ, ଖାସ୍ ଏଇଥିପାଇଁ “ଗଣମାଧ୍ୟମ” ବାବଦରେ ପ୍ରସିଦ୍ଧ ସାମ୍ବାଦିକ”ଲର୍ଡ ନର୍ଥକ୍ଲିଫ୍ -Lord Northcliffe(*)” ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ?:-
“News is what somebody somewhere wants to suppress; all the rest is advertising-
ଖବର ହିଁ ସେଇଟା, ଯାହାକୁ କେହି କେଉଁଠି ଚାପି ଦେବାକୁ କିମ୍ବା ଲୁଚାଇବାକୁ ଚାହୁଁଛି; ବାକି ସବୁ କେବଳ ବିଜ୍ଞାପନ।”
(୧୨) ତେଣୁ, ମୋଦିଜୀଙ୍କ କାର୍ଯ୍ୟାଳୟ (PMO) ତରଫରୁ ଦୈନିକ ଭୋର ସମୟରେ ଟିଭି, ସାମାଜିକ ଗଣମାଧ୍ୟମ , ଆମ ପ୍ରତ୍ୟେକଙ୍କରଫୋନ, ହ୍ୱଟସଆପ ଇଉନିବରସିଟି ଇତ୍ୟାଦି ଜରିଆରେ ,
“(କ) ଟ୍ରମ୍ପଙ୍କ ମଙ୍ଗଳପାଇଁ ପ୍ରାର୍ଥନା, ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରାଯିବ, ଅଥବା (ଖ) ତାଙ୍କର ଫଟୋକୁ ଜଳାଯିବ” ତାହା ଜଣାଇ ଦିଆଯିବା ଉଚିତ ନୁହେଁ କି?

Just Asking to Know.

Leave a Reply

Your email address will not be published. Required fields are marked *