Spread the love

ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍ ବିକ୍ରମଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଝାଡାରେ ରକ୍ତ ପଡିବା, ମୁଣ୍ଡ ବୁଲେଇ ହେବା ଓ ପେଟ କାଟିବା ସହିତ ଗୋଡ଼ରେ ଯନ୍ତ୍ରଣା ଯୋଗୁଁ ଆଜି ଏମକେସିଜିର ଡିନ ପ୍ରଫେସର ଡ଼ାକ୍ତର ସୁଚିତ୍ରା ଦାଶ, ଅଧିକ୍ଷକ ପ୍ରଫେସର ଡ଼ାକ୍ତର ଦୁର୍ଗା ମାଧବ ଶତପଥୀ, ସର୍ଜରୀ ପ୍ରଫେସର ଡ଼ାକ୍ତର ଶିବ ପଟ୍ଟନାୟକ ଓ ପ୍ରଫେସର ଡ଼ାକ୍ତର ମନୋଜ ସେଠୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍ ବିକ୍ରମଙ୍କୁ ତାଙ୍କ ଶଯ୍ୟା ନିକଟରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ପୁଣି ଥରେ ଏକ୍ସ ରେ ସହିତ କାର୍ଡିଓଲୋଜି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲେ। ଗଲ ବ୍ଲାଡର୍ ଷ୍ଟୋନ ଯୋଗୁଁ ପେଟରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଗତ ରାତି ତମାମ ବିକ୍ରମ ଶୋଇ ପାରିନଥିବା ଡାକ୍ତରଙ୍କୁ ଆଲୋଚନା ବେଳେ କହିଛନ୍ତି। ସମସ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଅଧିକ୍ଷକ ପ୍ରଫେସର ଡ଼ାକ୍ତର ଦୁର୍ଗା ମାଧବ ଶତପଥୀ।

Leave a Reply

Your email address will not be published. Required fields are marked *