କେନ୍ଦ୍ରସରକାର ଙ୍କ ଶ୍ରମିକ, କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ଶ୍ରମିକ ଧର୍ମଘଟ ରେ ସାମିଲ ହେଲା କଂଗ୍ରେସ, ——————————-ବ୍ୟାସନଗର ଆଜି ତା ୧୨, ୨, ୨୦୨୬ ଦର୍ଶନ ସମୀକ୍ଷା
କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଶ୍ରମିକ, କର୍ମଚାରୀ ଓ କୃଷକ ବିରୋଧୀ ଆଇନ କୁ ପ୍ରତ୍ୟାହାର ଦାବିରେ ୧୦ ଗୋଟି ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ସ୍ୱାଧୀନ ଫେଡେରେସନ ଦେଶବ୍ୟାପି ସାଧାରଣଧର୍ମଘଟ ଓ ବନ୍ଧ ର ପ୍ରଭାବ ଯାଜପୁର ରୋଡ ରେ ପରିଲକ୍ଷିତ ହୋଇଥିଲା। ଏହି ସାଧାରଣ ଧର୍ମଘଟ ରେ ରାଜ୍ୟ ଅଣସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ (କେ କେ, ସି )ର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ବିଭିନ୍ନ ଶ୍ରମିକ ସଂଗଠନ ସାମିଲ ହେବା ସହିତ ବ୍ୟାସନଗର କଂଗ୍ରେସ କମିଟି ଏହି ବନ୍ଧ ରେ ସାମିଲ ହୋଇଥିଲେ ଶତାଧିକ କର୍ମୀ ଚୋରଦା ବାଇପାସ ମୁଖ୍ୟ ରାସ୍ତାରେ ରେ ବିକ୍ଷୋଭ କରିବା ଦ୍ୱାରା ଯାନବାହାନ ଠପ ହୋଇ ଯାଇ ଥିଲା ପରେ ପରେ ଯାଜପୁର ରୋଡ ସ୍ଥିତ ଅତିରିକ୍ତ ଶ୍ରମଆୟୁକ୍ତ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏକ ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ବ୍ୟାସନଗର କଂଗ୍ରେସ ସଭାପତି ତପନ କୁମାର ନାୟକ, ଆଇ, ଏନ, ଟି, ୟୁ, ସି ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ ଆରତୀ ସ୍ୱାଇଁ କେ କେ ସି ନେତା ପ୍ରତାପ କୁମାର ଦାସ ପରୀକ୍ଷିତ ମଲ୍ଲିକ, ବିଦ୍ୟାଧର ଯେନା ସେକ ଅତରୁଦ୍ଦିନ ଅହମଦୀ ଅଭିମନ୍ୟୁ ପାତ୍ର ଲଷ୍ମୀଧର ପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ପଦ୍ମନାଭ ସ୍ୱାଇଁ ହୃଦାନନ୍ଦ ସାମଲ ଦିଲ୍ଲୀପ କୁମାର ମଲ୍ଲିକ ରାଜ କିଶୋର ପ୍ରଧାନ,ସୁରେନ୍ଦ୍ର ନାୟକ ପ୍ରଫୁଲ କୁମାର ପାତ୍ର, ନରହରି ବେହେରା ବିଚିତ୍ର ପାତ୍ର, ଓ ବିଜୟ କୁମାର ମାଝି ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର ଆଉଟ ସୋରସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ନକରିବା, ଚାଷୀ ଓ ଚାଷ ଦ୍ରବ୍ୟ ର ଉଚିତ ମୂଲ୍ୟ ନ ଦେବା ତୁରନ୍ତ ୪ଗୋଟି ଶ୍ରମ କୋଡ଼, ୧୦ ଘଣ୍ଟା କାର୍ଯ୍ୟ କୁ ପ୍ରତ୍ୟାହାର କରିବା ସହିତ କୃଷକ ବିହନ ବିଲ ଓ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ରଦ୍ଧ କରିବା ଦାବି ଉପରେ ଜୋର ଦେବା ସହିତ ସରକାରୀ ଉଦ୍ୟାଗ ଗୁଡିକୁ ଘରେଇ ମାଲିକ ମାନଙ୍କ ହାତରେ ମୋଦି ସରକାର ଶାଗ, ମାଛ ଦରରେ ଦେଇଥିବା ଘଟଣା କୁ ଦୃଢ଼ ସମାଲୋଚନା କରିଥିଲେ।












Leave a Reply