ଭୁବନେଶ୍ୱର// ଘୁମୁସର ଉନ୍ନୟନ ମଞ୍ଚର ଦ୍ବି-ଦିବସୀୟ ଘୁମୁସର ଉତ୍ସବ ୧୧ ତାରିଖ ବୁଧବାର ସନ୍ଧ୍ୟାରେ ଭଞ୍ଜ କଳା ମଣ୍ଡପ ଠାରେ ଉଦ୍ଜାପିତ ହୋଇଯାଇଛି।

Spread the love

ଉତ୍କଳୀୟ ସ୍ୱାଭିମାନ ଜାଗରଣ: ଘୁମୁସର ଉନ୍ନୟନ ମଞ୍ଚର ଧ୍ୟେୟ ହେଉ

ଭୁବନେଶ୍ୱର,୧୧/୨(ବାଲକୃଷ୍ଣ ପଟ୍ଟନାୟକ) ଦର୍ଶନ ସମୀକ୍ଷା: ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପାରମ୍ପରିକ ଏବଂ ଲୋକ ସଂସ୍କୃତିର ଗନ୍ତାଘର ଘୁମୁସରର ସାରସ୍ୱତ ବିଭବକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ନୂତନ ଭାବେ ଭୁବନେଶ୍ୱରରେ ଗଠିତ ‘ଘୁମୁସର ଉନ୍ନୟନ ମଞ୍ଚର ଦ୍ବି-ଦିବସୀୟ ଘୁମୁସର ଉତ୍ସବ ୧୧ ତାରିଖ ବୁଧବାର ସନ୍ଧ୍ୟାରେ ଭଞ୍ଜ କଳା ମଣ୍ଡପ ଠାରେ ଉଦ୍ଜାପିତ ହୋଇଯାଇଛି। ଉତ୍ସବର ଦ୍ଵିତୀୟ ଦିନ ପୂର୍ବାହ୍ନରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସଂପ୍ରତି ଓଡ଼ିଆ ଭାଷା ସମ୍ମୁଖୀନ ହେଉଥିବା ସଂକଟର ଦୁରୀକରଣ ନହେଲେ ଓଡ଼ିଆ ଅସ୍ମିତା ମଧ୍ୟ ବିପନ୍ନ ହୋଇପଡିବ ବୋଲି କହିଥିଲେ। ଗତ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଭାଷା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଇଛି।

Oplus_131072

ମାଆଙ୍କ ଅନୁରୋଧରେ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରି ଆମ ଭାଷାକୁ ମର୍ଯ୍ୟାଦା ଦେଇଥିବା ଜଗନ୍ନାଥ ଦାସ, ଉଚ୍ଚାଙ୍ଗ ଓଡ଼ିଆରେ ବାକ୍ୟ ରଚନା କରି ଆମ ଭାଷାକୁ ସମୃଦ୍ଧ କରିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ସ୍ମରଣ କରି ଆମକୁ ଆମ ଭାଷା ସ୍ବାଭିମାନ ଜାଗ୍ରତ କରିବାକୁ ହେବ। ଘୁମୁସର ଉନ୍ନୟନ ମଞ୍ଚ ଏ ଦିଗରେ ଉଦ୍ୟମ କରିବା ଆବଶ୍ୟକ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଏବଂ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ ଘୁମୁସର ମାଟି ସାହିତ୍ୟ ଦୃଷ୍ଟିରୁ ଯେତିକି ସମୃଦ୍ଧ ଇତିହାସ ଓ ଶିଳ୍ପ ସ୍ଥାପତ୍ୟ ଦୃଷ୍ଟିରୁ ମଧ୍ୟ ସେତିକି ସମୃଦ୍ଧ ବୋଲି କହିଥିଲେ। ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କୋଣାର୍କ, ଘୁମୁସର ଶିଳ୍ପୀଙ୍କ କାଷ୍ଟ କୋଣାର୍କ ବିରଞ୍ଚି ନାରାୟଣ ମନ୍ଦିର ଏବଂ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଅବଦାନରେ ସଂମ୍ରୁଦ୍ଧ ବୋଲି କହିଥିଲେ। ଏହି ସମସ୍ତ ମହିମା ଏବଂ ବିଭ୍ବତିକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବାର ଦାୟିତ୍ୱ ଘୁମୁସର ଉନ୍ନୟନ ମଞ୍ଚ କରିବା ଉଚିତ ବୋଲି କହିଥିଲେ। ଉତ୍ସବରେ ମଞ୍ଚର ସଭାପତି ବାଲ୍ମିକୀ ପଟ୍ଟନାୟକ ଏବଂ ସମ୍ପାଦକ ସଙ୍କଟର ପାତ୍ର ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଡକ୍ଟର ସାନ୍ତନୁ କୁମାର ରଥ।
ଅପରାହ୍ନରେ ଭଞ୍ଜ କଳା ମଣ୍ଡପ ମୁକ୍ତ ମଞ୍ଚରେ ଘୁମୁସରର ଲୋକନୃତ୍ୟ ଦଣ୍ଡନାଚର ବୀଣାକାର, ପ୍ରଭାନୃତ୍ୟ,ଅଗ୍ନିଗେଳ, ଲୋକପ୍ରିୟ ମଣିଷ ବାଘ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଅନୁଷ୍ଠିତ ଘୁମୁସରର ପ୍ରତିଷ୍ଠିତ ଚଳଚ୍ଚିତ୍ର, ନାଟକ ଏବଂ ସଙ୍ଗୀତର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବର୍ଷୀୟାନ ନାଟ୍ୟ ବ୍ୟକ୍ତିତ୍ୱ ଏବଂ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଘୁମୁସର ବିଦ୍ରୋହ ଆଧାରିତ ନାଟକ ‘ମୁ ଚକରା କହୁଛି’ ମଞ୍ଚସ୍ଥ ହୋଇଥିଲା। ନାଟକକୁ ରଚନା କରିଥିଲେ ମନ୍ମଥ କୁମାର ଶତପଥୀ ଏବଂ ପରିବେଷଣ କରିଥିଲେ ଖୋର୍ଦ୍ଧାର ‘ସୂତ୍ରଧର ନାଟ୍ୟାନୁଷ୍ଠାନ। ଉଭୟ ଦିନର ଉତ୍ସବକୁ ସହସ୍ରାଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *