Spread the love

. ଆମ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି: ମୋଦୀଙ୍କୁ ଟାର୍ଗେଟ କଲେ ମାନ୍‌

ଚଣ୍ଡିଗଡ଼: ପ୍ୟାରିସ ଅଲିମ୍ପିକ୍ସକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଭାଗୱନ୍ତ ମାନ୍‌ ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ପ୍ୟାରିସ୍ ଯିବାକୁ ଯୋଜନା କରିଥିଲେ, କିନ୍ତୁ ଏହି ଯାତ୍ରା ପାଇଁ କେନ୍ଦ୍ର ସରକାର ରାଜନୈତିକ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି।

ଅନ୍ୟ କୌଣସି ନେତା ଦେଶର ପ୍ରତିନିଧିତ୍ୱ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁ ନଥିବା ମାନ୍‌ ଅଭିଯୋଗ କରିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ତାଙ୍କ ପ୍ୟାରିସ୍ ଗସ୍ତ ଅନୁମୋଦନ ହୋଇନାହିଁ ବୋଲି ମାନ୍ ଅଭିଯୋଗ କରିଛନ୍ତି।

ତେବେ ସୁରକ୍ଷା କାରଣ ଦର୍ଶାଇ ତାଙ୍କ ଯାତ୍ରାକୁ ଅନୁମୋଦନ କରିବାକୁ କେନ୍ଦ୍ର ମନା କରିଦେଇଛି। ଏହାକୁ ନେଇ ମାନ୍ କହିଛନ୍ତି ପଞ୍ଜାବ ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ମାନ୍ କହିଛନ୍ତି।

ଭଗୱନ୍ତ ମାନ୍ ତାଙ୍କ ପତ୍ନୀ ଡ. ଗୁରୁପ୍ରୀତ କୌର ଏବଂ କିଛି ସୁରକ୍ଷା ଅଧିକାରୀଙ୍କ ସହ ଅଗଷ୍ଟ ୩ ରୁ ୯ ପର୍ଯ୍ୟନ୍ତ ପ୍ୟାରିସ୍ ଗସ୍ତ କରିବାକୁ ଯୋଜନା କରିଥିଲେ। ମାନ୍ କହିଛନ୍ତି ଯେ ପ୍ରଥମ ହକି ମ୍ୟାଚ୍ ପରେ ସେ ପ୍ୟାରିସ୍ ଯିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସିଏମ୍ ଅଫିସ୍‌ରେ ଆବେଦନ ବିଳମ୍ବରେ ପହଞ୍ଚିଛି। ତେବେ ଏହାକୁ ମାନ୍ ମିଥ୍ୟା ବୋଲି କହିଛନ୍ତି।

ସୁରକ୍ଷା କାରଣ ଦର୍ଶାଇ ବୈଦେଶିକ ମନ୍ତ୍ରଣାଳୟ ଏହି ଯାତ୍ରାକୁ ଅନୁମୋଦନ କରିବାକୁ ମନା କରିଦେଇଛି। ସୂଚନାଯୋଗ୍ୟ, ସିଏମ୍ ମାନ୍‌ଙ୍କୁ ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ବିଦେଶ ଯାତ୍ରା ସମୟରେ ଏତେ ଶୀଘ୍ର ସୁରକ୍ଷା ବ୍ୟବସ୍ଥା କରିବା ସମ୍ଭବ ନୁହେଁ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି। ଏଥିସହ, ପ୍ୟାରିସ୍ ଯିବା ପାଇଁ ମାନ୍‌ଙ୍କ ଲାଗି କୂଟନୈତିକ ପାସପୋର୍ଟର ଆବଶ୍ୟକତା ରହିଛି ଯାହା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ କରେ।

ଶୁକ୍ରବାର ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତାଙ୍କ ଗସ୍ତକୁ ଅନୁମୋଦନ କରାଯାଇ ନ ଥିବା ନେଇ ସିଏମ୍ କାର୍ଯ୍ୟାଳୟକୁ ଏକ ବାର୍ତ୍ତା ପଠାଇଛି। ଅଲିମ୍ପିକ୍ସରେ ପଞ୍ଜାବର ୧୯ ଖେଳାଳିଙ୍କୁ ଉତ୍ସାହିତ କରିବା ତାଙ୍କର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି ଏବଂ ପଞ୍ଜାବ ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ମାନ୍ ଅଭିଯୋଗ କରିଛନ୍ତି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନ୍ତ୍ରୀ ଗୋପାଳ ରାୟଙ୍କୁ ମଧ୍ୟ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନ ଥିଲା ଏବଂ ପଞ୍ଜାବ ବିଧାନସଭା ବାଚସ୍ପତି କୁଲତାର ସିଂ ସାନ୍ଧୱାଙ୍କୁ ମଧ୍ୟ ଆମେରିକା ଯିବାକୁ ଅନୁମତି ଦିଆଯାଇ ନାହିଁ। ତେବେ ସେଥିପାଇଁ ସେମାନଙ୍କୁ କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ କୁହାଯାଇ ନାହିଁ।

Related Post

Leave a Reply

Your email address will not be published. Required fields are marked *

You Missed