ଢେ଼ଙ୍କାନାଳ ବିଜେଡି // ଆସନ୍ତା ୧୩ତାରିଖରେ ବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବେଠକ,

Spread the love

ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବେଠକ,
ଆସନ୍ତା ୧୩ତାରିଖରେ ବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ
ଢେଙ୍କାନାଳ,୯ା୨: ଦର୍ଶନ ସମୀକ୍ଷା

ଢେଙ୍କାନାଳ ବିଜୁ ଜନତା ଦଳ ଜିଲା କାର୍ଯ୍ୟାଳୟ ଠାରେ ଆଜି ପୁର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଡ଼ ନୃସିଂହ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗତ ୭ତାରିଖରେ ଗଠିତ ଜିଲ୍ଲା କମିଟିର ନୁତନ ପଦାଧିକାରିମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ଆଗାମୀ ଦିନରେ ସଂଗଠନକୁ କିପରି ମଜବୁତ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ନିର୍ବାଚନ ସମୟରେ ବିଜେପି ଓଡିଶା ବାସୀଙ୍କୁ ଯେଉଁ ସବୁ ପ୍ରତିଶୃତି ଦେଇଥିଲା ତାହା ଏବେ ମିଥ୍ୟା ବୋଲି ଲୋକମାନେ ବୁଝିସାରିଲେଣି । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଛି, ନାରୀ ନିଜକୁ ସଂପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛି , ଧାନମଣ୍ଡିରୁ ଧାନ ଉଠୁନାହିିଁି, କ୍ୱଇଣ୍ଟାଲ ପ୍ରତି ୧୦କିଲୋ କଟ୍ନୀଛଟ୍ନୀ ହେଉଛି, ଚାଷୀମାନଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଧାନ ସରକାର ଗ୍ରହଣ ନକରି ଉତ୍ପାଦନର ମାତ୍ର ୧୦ ରୁ ୨୧ଭାଗ ଧାନ କିଣୁଥିବାରୁ ଚାଷୀମାନେ ୧୮୦୦ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଯାହାଦ୍ୱାରା ଚାଷିକୂଳ ହତାସ ହୋଇପଡିଛନ୍ତି । ପଲ୍ୟୂସନ୍ ସାର୍ଟିଫିକେଟ ଏବେ ପ୍ରହସନରେ ପରିଣତ ହୋଇଛି । ଦରଦାମ୍ ବୃଦ୍ଧି ରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ବିଜେଡି ସମୟରେ ଯେଉଁସବୁ କାମ ଆରମ୍ଭ ହୋଇଥିଲା ସେହି କାମକୁ ରଙ୍ଗ ବଦଳାଇ ଓ ଫଳକ ବଦଳାଇ ବିଜେପ ସରକାର କେବଳ ବାହାବାହା ନେବାର ଉଦ୍ୟମ କରୁଛି ବୋଲି ସଭାପତି ଡ଼ ସାହୁ ମତବ୍ୟକ୍ତ କରିବା ସହିତ ଚଳିତ ମାସ ୧୩ ତାରିଖ ଦିନ ସକାଳ ୯ଘଟିକା ୩୦ମିନଟ ସମୟରେ ସହରସ୍ଥ ବାଜିଚୌକ ଛକ ନିକଟରୁ ଚାଷିମାନଙ୍କୁ ନେଇ ଏକ ବିଶାଲ ଶିଭାଯାତ୍ରା ବାହାରି ସହର ମଧ୍ୟଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବ ଏବଂ ସେଠରେ ଚାଷୀମାନଙ୍କର ବିଭିନ୍ନ ସମ୍ୟାାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ସୁଚନା ଦେଇଥିଲେ । ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ବିଜେପି ସରକାରଙ୍କର ଜନ ବିରୋଧି କାର୍ଯ୍ୟକଳାପରେ ଓଡିଶା ବାସୀ ଅତିଷ୍ଠ ହୋଇାପଡିଲେଣି , ଆଗାମି ପଞ୍ଚାୟତ ନିର୍ବାଚନରେ ଓଡିଶା ବାସୀ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି କହିବା ସହିତ ୧୩ ତାରିଖରେ ହେବାକୁ ଥିବା ବିକ୍ଷୋଭ ସମାବେଶକୁ ସଫଳ କରିବା ପାଇଁ କର୍ମିମାନଙ୍କୁ ଆହ୍ୱନ ଦେଇଥିଲେ । ପ୍ରାରମ୍ଭରେ ଗଁନ୍ଦିଆ ବିଜୁ ଜନତା ଦଳର ସଭାପତି ତଥା ସମବାୟ ବିତ୍ ସ୍ୱର୍ଗତ ବିଶ୍ୱନାଥ ଜେନାଙ୍କର ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦିପ ଷଡଙ୍ଗୀ, ଜିଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ନରୋତ୍ତମ ସାହୁ, ନରୋତ୍ତମ ରାଉତ, ନିରାକାର ରାଉତ, ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲା ବିଜେଡି ଉପସଭାପତି ଦେବାଶିଷ ମିଶ୍ର , ଅଜୟ କୁମାର ଭଞ, ତିଲୋତ୍ତମା ଚୌଧୁରୀ, ସସ୍ମିତା ମହାନ୍ତି, ଜିଲା ଆଇନସେଲ ସଭାପତି ତଥା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ବରିଷ୍ଟ ବିଜେଡି ନେତା ସୁକାନ୍ତ ମିଶ୍ର, ବିଶ୍ୱନାଥ ବେହେରା, ପ୍ରେମାନନ୍ଦ ସାହୁ, ଧର୍ମାନନ୍ଦ ବରାଳ , ଶୁଭେନ୍ଦୁ ସାହୁ, ଅଜୟ କୁମାର ସେଠି ,ସୁଧାକର ସାହୁ, ଦିଲ୍ଲୀପ ସେଣ୍ଢ, ଶୁଭଲକ୍ଷ୍ମୀ ସାହୁ , ଶ୍ରଦ୍ଧାଞଳୀ ସାହୁ, ଜିଲାପରିଷଦ ସଦସ୍ୟା ପୁର୍ଣ୍ଣିମା ଦେହୁରୀ, ଅଶୋକ ସାହୁ , ଅଶୋକ କୁମାର ପରିଡା, ନିରାକାର ପ୍ରଧାନ, ମମତାଞଲୀ ବେହେରା, ଜିଲା ସୋସିଆଲ ମେଡିଆ ସଂଯୋଜକ ଗଙ୍ଗାଧାର ରାଉତ, ଯୁବ ବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ଛାତ୍ରନେତା ଓମ୍ପ୍ରାକଶ ନାୟକ, କାଉନସିଲର ଲିପିକା ଦାସ, ମହମ୍ମଦ ସାଗିର, ବଂଶିଧର ଦଳେଇ, ରୋଜାଲିନ ସାହୁଙ୍କ ସମେତ ବିଜୁ ଜନତା ଦଳ, ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ । ଶେଷରେ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *