ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ରୟାଲ ଆର୍କେଡ ଆସୋସିଏସନ୍ ଅଫ ଆଲଟିଜ୍ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଓଡ଼ିଶାରେ ବ୍ୟବସାୟିକ କଂପ୍ଲେକ୍ସର ସୁସଂଗଠିତ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି ।
ରୟାଲ ଆର୍କେଡ ରାଜ୍ୟରେ ଅନ୍ୟତମ ପ୍ରଥମ ବ୍ୟବସାୟିକ କଂପ୍ଲେକ୍ସ ଭାବରେ ସାମୂହିକ ମାଲିକାନା, ଉତ୍ତରଦାୟିତ୍ୱ ଏବଂ ଗଣତାନ୍ତ୍ରିକ ଉପାୟରେ ପରିଚାଳନା ଲକ୍ଷ୍ୟରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ କାର୍ଯ୍ୟ କରୁଛି । ଏକ ଆଦ୍ୟ ଗ୍ରହଣକାରୀର ଗୁଣଗୁଡିକ ପ୍ରଦର୍ଶନ କରି ଏହି ଆସୋସିଏସନ ଏକ ସ୍ୱଚ୍ଛ, ଅନୁପାଳନକାରୀ ଏବଂ ବୃତ୍ତିଗତ ଭାବରେ ପରିଚାଳିତ ପରିଚାଳନା ବିଧିବ୍ୟବସ୍ଥା ସ୍ଥାପନ କରିଛି ।
୨୦୨୪ ଏପ୍ରିଲରେ ନିର୍ବାଚିତ ଏବଂ ଶ୍ରୀ ରଞ୍ଜନ ଷଡଙ୍ଗୀ (ସଭାପତି)ଙ୍କ ନେତୃତ୍ୱରେ ଏବଂ ତାଙ୍କ ସହିତ ଶ୍ରୀ ଅଶୋକ ସାହୁ (ଉପସଭାପତି), ଶ୍ରୀ ଅରୁଣ ପାତ୍ର (ସମ୍ପାଦକ), ସୁଶ୍ରୀ ସୀମା କୁମାରୀ (କୋଷାଧ୍ୟକ୍ଷ) ଏବଂ ତିନିଜଣ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଶ୍ରୀ ଲଗ୍ନଜିତ ଦାଶ, ଶ୍ରୀମତୀ ଲାବଣ୍ୟ ପଟ୍ଟନାୟକ ଓ ଶ୍ରୀ ସଞ୍ଜୟ ଜଲାନ୍ଙ୍କୁ ନେଇ ଗଠିତ କାର୍ଯ୍ୟନିର୍ବାହୀ କମିଟି ତଥା ବ୍ରିଗେଡିୟର ଡି.ବି. ପାଣି (ନିରାପତ୍ତା ଓ ଶୃଙ୍ଖଳା), ସିଏ ଧନଞ୍ଜୟ ମୋହନ (ଫାଇନାନ୍ସ ଓ ଆକାଉଣ୍ଟିଂ), କ୍ୟାପଟେନ ମନୋଜ ସାହୁ (ଆଇନ)ଙ୍କ ସମର୍ଥନରେ ଏହି ପ୍ରୟାସ ହାତକୁ ନିଆଯାଇଥିଲା । ଏହି କମିଟି ଅନୁପାଳନ, ଉତ୍ତରଦାୟିତ୍ୱ ଏବଂ ସମାବେଶୀ ନିଷ୍ପତ୍ତି ଗ୍ରହଣ ଉପରେ ଦୃଷ୍ଟିନିବଦ୍ଧକାରୀ ସୁସଂଗଠିତ ପ୍ରଶାସନିକ ଓ ଆର୍ଥିକ ପ୍ରକ୍ରିୟାଗୁଡିକ ପ୍ରଚଳନ କରିଛନ୍ତି ।
ଏଜିବିଏମ୍ ଗତବର୍ଷ ତୁଳନାରେ ଘଟିଥିବା ପ୍ରଗତିର ସମୀକ୍ଷା କରିବା ସହିତ ପରିଚାଳନାଗତ ବିଷୟ ଓ ଅଗ୍ରାଧିକାରତା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କଂପ୍ଲେକ୍ସର ରକ୍ଷଣାବେକ୍ଷଣ, ପରିଚାଳନା ଏବଂ ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଏକ ଦୀର୍ଘସୂତ୍ରୀ ନକ୍ସା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଆଲଟିମାନେ ଅଂଶଗ୍ରହଣ କରିଥିଲେ, ଯାହା ସାମୂହିକ ଦାୟିତ୍ୱବୋଧର ଏକ ବର୍ଦ୍ଧିତ ସଂସ୍କୃତିକୁ ପ୍ରତିଫଳିତ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ଗୃହ ମାଲିକମାନଙ୍କ ପରିବାରଗୁଡିକ ମଧ୍ୟ ଆସୋସିଏସନର ସହଭାଗୀ ଦୃଷ୍ଟିକୋଣକୁ ସକ୍ରିୟ ଭାବରେ ସମର୍ଥନ କରି ଏହି ସମାବେଶରେ ଯୋଗଦେଇଥିଲେ । ଏହା ବ୍ୟବସାୟିକ ପରିବେଶ ମଧ୍ୟରେ ଏକତାର ଭାବ ସମ୍ପର୍କରେ ଆଲୋକପାତ କରିଥିଲା ।
ଋୟାଲ ଆର୍କେଡର ପ୍ରୟାସଗୁଡିକ ଓଡ଼ିଶାରେ ଭବିଷ୍ୟତର ବ୍ୟବସାୟିକ ବିକାଶ ନିମନ୍ତେ ଏକ ସୂଚନାମୂଳକ ମଡେଲ ଭାବରେ ଉଭା ହୋଇଛି, ଯାହା କାର୍ଯ୍ୟତଃ ଓ ଶୃଙ୍ଖଳିତ ପରିଚାଳନା ଜରିଆରେ ୨୦୨୩ ଆଇନର ସଫଳ କାର୍ଯ୍ୟାନ୍ୱୟନକୁ ପ୍ରଦର୍ଶିତ କରୁଛି ।












Leave a Reply