Spread the love

ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ
କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍‌ସିବି ମହିଳା ଟିମ୍‌କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍‌ଓମ୍ୟାନ୍‌ ଏକାଡେମୀ ଓ ଚାଟ୍‌ବଟ୍‌ ଉନ୍ମୋଚନ କଲେ
ନୂଆଦିଲ୍ଲୀ : (ଦର୍ଶନ ସମୀକ୍ଷା)

ଭାରତର ୧ ନମ୍ବର ଫେସ୍‌ ୱାଶ୍‌ ବ୍ରାଣ୍ଡ୍‌ ହିମାଳୟ ୱେଲ୍‌ନେସ୍‌ ରାଷ୍ଟ୍ରୀ କନ୍ୟା ଶିଶୁ ଦିବସ ସହିତ ତାଳଦେଇ ୧ଡର୍‌ଓମ୍ୟାନ ଏକାଡେମୀ ଶୁଭାରମ୍ଭ କରିଛି । କିଶୋରୀ ବାଳିକାମାନଙ୍କୁ ଚାଲେଞ୍ଜର ଊଦ୍ଧ୍ୱର୍କୁ ଉଙ୍ଖିବା ନିମନ୍ତେ ସମର୍ଥନ ଦେଉଥବମା ଏବଂ ସେମାନଙ୍କର ପସନ୍ଦର କ୍ଷେତ୍ରରେ ୧ ନମ୍ବର ହେବାକୁ ଆକାଂକ୍ଷା ରଖିବା ନିମନ୍ତେ ପ୍ରେରଣା ଦେଉଥିବା ୧ଡର୍‌ଓମ୍ୟାନ ଇନିସିଏଟିଭ୍‌ର ଗତିଶୀଳତାକୁ ଆଧାର କରି ଏହି ପ୍ଲାଟଫର୍ମ କିଶୋରୀ ବାଳିକା ଏବଂ ସେମାନେ ପ୍ରଶଂସା କରୁଥିବା ତଥା ଲକ୍ଷ୍ୟ ରଖୁଥିବା ମହିଳା କ୍ରିକେଟରଙ୍କ ମଧ୍ୟରେ ତାରତମ୍ୟ ଦୂର କରିବାକୁ ଡିଜାଇନ କରାଯାଇଛି ।
୧ଡର୍‌ଓମ୍ୟାନ ଏକାଡେମୀ ବାସ୍ତବ ସୁଯୋଗ ସୃଷ୍ଟି କରିବାର ପ୍ରତିବଦ୍ଧତା ଭାବରେ ଡିଜାଇନ କରାଯାଇଛି । ଏହି ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି ପୂର୍ବାପେକ୍ଷା ଅଧିକ ନିକଟତର ହେଉଥିବା ପରାମର୍ଶ ଓ ପ୍ରେରଣା ପ୍ରଦାନକାରୀ କଥୋପକଥନ ନେତୃତ୍ୱରେ ପରିଚାଳିତ ଅନୁଭୂତି । ୧ଡର୍‌ଓମ୍ୟାନ ଏକାଡେମୀ ଜରିଆରେ ହିମାଳୟ ୱେଲ୍‌ନେସ୍‌ ସମଗ୍ର ଭାରତରୁ ଆକାଂକ୍ଷୀ ଯୁବ କ୍ରିକେଟରମାନଙ୍କୁ ୧୦୦ଟି ସ୍କଲାରସିପ୍‌ ମଧ୍ୟରୁ ଗୋଟିଏ ହାସଲ କରିବା ସୁଯୋଗ ଲାଭ କରିବା ଏବଂ ସେହି ସମୟରେ ଆର୍‌ସିବି ମହିଳା ଟିମ୍‌ ନିକଟରୁ ପ୍ରତ୍ୟକ୍ଷ ଭାବରେ କ୍ରିକେଟ ଖେଳ ସମ୍ପର୍କିତ ଅନ୍ତର୍ଦୃଷ୍ଟି ଓ ଆତ୍ମବିଶ୍ୱାସ ସୃଷ୍ଟିକାରୀ ମାର୍ଗଦର୍ଶନ ହାସଲ କରିବା ପାଇଁ ନାମ ପଞ୍ଜିକୃତ କରିବାକୁ ଆହ୍ୱାନ କରୁଛି ।
ଏକ ଆନ୍ତଃକ୍ରିୟାଶୀଳ ଚାଟ୍‌ବଟ୍‌ ଭାବରେ ଡିଜାଇନ କରାଯାଇଥିବା ଏହି ଏକାଡେମୀ ବ୍ୟକ୍ତିଗତ ପ୍ରତିଜବାବ କ୍ଷେତ୍ରରେ ଆରସିବି ଟିମ୍‌ ନିକଟରୁ ଏକ ସ୍ୱାଗତ ବାର୍ତ୍ତା ଏବଂ ଆର୍‌ସିବି ମହିଳା ଖେଳାଳିମାନଙ୍କ ନିକଟରୁ ଉପାଦେୟ ସୂଚନାଗୁଡିକ ସହିତ ଖୋଲୁଛି । ଏହାର ଅନୁଭୂତି ଏଭଳି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ହାସଲ ଯୋଗ୍ୟ ମନେହେବ, ଯାହା ପ୍ରେରଣାକୁ କାର୍ଯ୍ୟନ୍ୱୟନରେ ଏବଂ ରୋଲ୍‌ ମଡେଲମାନଙ୍କୁ ବାସ୍ତବ ପରାମର୍ଶଦାତାରେ ପରିଣତ କରିବ । ଏହି ଯାତ୍ରା ସମ୍ପୂର୍ଣ୍ଣ କରୁଥିବା ଅଂଶଗ୍ରହଣକାରୀ ଏକ ପ୍ରମାଣପତ୍ର ପ୍ରାପ୍ତ କରିବେ ଏବଂ ସେମାନଙ୍କ ଚୂଡାନ୍ତ ଦାଖଲ ସ୍କଲାରସିପ୍‌ ଆବେଦନ ଭାବରେ ବିବେଚିତ ହେବ ଏବଂ ଏହା ଅର୍ଥପୂର୍ଣ୍ଣ, ଦୀର୍ଘସୂତ୍ରୀ ପ୍ରଭାବ ପକାଇବା ନିମନ୍ତେ ହିମାଳୟର ପ୍ରତିବଦ୍ଧତାକୁ ପୁନଃଦୃଢୀଭୂତ କରୁଛି ।
ଏହାର ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ରାଜେଶ କ୍ରିଷ୍ଣମୂର୍ତ୍ତି, ବିଜିନେସ୍‌ ଡାଇରେକ୍ଟର- କଞ୍ଜୁମର ପ୍ରଡକ୍ଟସ୍‌ ଡିଭିଜନ, ହିମାଳୟ ୱେଲ୍‌ନେସ୍‌ କମ୍ପାନୀ, କହିଥିଲେ, “ହିମାଳୟରେ ଆମର ଆଭିମୁଖ୍ୟ ପରିମାପଯୋଗ୍ୟ ପ୍ରଭାବ ପକାଉଥିବା ଉଦେ୍ଦଶ୍ୟଭିତ୍ତିକ ପ୍ରୟାସ ସୃଷ୍ଟି କରିବାରେ କେନ୍ଦ୍ରିତ ହୋଇଛି । ୧ଡର୍‌ଓମ୍ୟାନ ଏକାଡେମୀ ଶୁଭାରମ୍ଭ ସହିତ ଆମେ ପ୍ରେରଣାରୁ ଊଦ୍ଧ୍ୱର୍କୁ ଉଠି କାର୍ଯ୍ୟାନ୍ୱୟନ କରିବା, କିଶୋରୀ ବାଳିକାମାନଙ୍କ ନିମନ୍ତେ ଶିକ୍ଷଣ, ଆତ୍ମବିଶ୍ୱାସ ଏବଂ ଦୀର୍ଘସୂତ୍ରୀ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଏକ ସୁସଂରଚିତ ପଥ ନିର୍ମାଣ କରିବା ନିମନ୍ତେ ଏହି ପ୍ରତିବଦ୍ଧତାକୁ ମଜଭୁତ କରୁଛୁ ।”
ଏହି ପ୍ରୟାସ ପଛରେ ଥିବା ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି ରାଗିଣୀ ହରିହରନ୍‌, ମାର୍କେଟିଂ ଡାଇରେକ୍ଟର- ବିୟୁଟି ଆଣ୍ଡ୍‌ ପର୍ସନାଲ କେୟାର, ହିମାଳୟ ୱେଲ୍‌ନେସ୍‌ କହିଥିଲେ, “କିଶୋଳୀ ବାଳିକାମାନେ ସେମାନଙ୍କର ରୋଲ୍‌ ମଡେଲମାନଙ୍କୁ ଦୂରରେ ଥାଇ ପ୍ରଶଂସା କରିବେ ନାହିଁ, ବରଂ ଯେଭଳି ସେମାନଙ୍କ ନିଜର ଯାତ୍ରାରେ ସମର୍ଥନ ପାଉଥିବା ଅନୁଭବ କରିବେ ତାହା ସୁନିଶ୍ଚିତ କରିବାକୁ ୧ଡର୍‌ଓମ୍ୟାନ ସୃଷ୍ଟି କରାଯାଇଥିଲା । ଏହି ଏକାଡେମୀ ସାମ୍ପ୍ରତିକ ପିଢି ନିମନ୍ତେ ଭରସାଯୋଗ୍ୟ ସ୍ୱରଗୁଡିକ ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ, ପରାମର୍ଶ ଦେବା ବ୍ୟବସ୍ଥାକୁ ସୁଲଭ୍ୟ, ସମ୍ପର୍କିତ ଓ ପ୍ରାସଙ୍ଗିକ କରି ଆମକୁ ଏହି ଉଦେ୍ଦଶ୍ୟ ଅଧିକ ପରିବ୍ୟାପ୍ତ କରିବାକୁ ସୁଯୋଗ ଦେଉଛି ।”
ଅଭିଷେକ ଆଶାତ୍‌, ଜେନେରାଲ ମ୍ୟାନେଜର- ବିୟୁଟି ଆଣ୍ଡ୍‌ ଫେସ୍‌ କେୟାର, ହିମାଳୟ ୱେଲ୍‌ନେସ୍‌ କହିଥିଲେ, “୧ଡର୍‌ଓମ୍ୟାନ ଏକାଡେମୀ କେବଳ ସଚେତନତା ନୁହେଁ, କାର୍ଯ୍ୟକୁ ପ୍ରେରଣା ଦେବା ନିମନ୍ତେ ଡିଜାଇନ କରାଯାଇଛି । ଉପଯୁକ୍ତ ମାର୍ଗଦର୍ଶନ ଭିତ୍ତିକ ଭାବ ବିନିମୟ, ସମ୍ବଳ ଏବଂ ସ୍କଲାରସିପ୍‌ ଜରିଆରେ ଆମେ କିଶୋରୀ ବାଳିକାମାନଙ୍କୁ ସେମାନଙ୍କ ଜୀବନର ଗଠନ ପର୍ଯ୍ୟାରେ ସମର୍ଥନ କରିବା ଲକ୍ଷ୍ୟ ରଖିଛୁ । ଏହା ଆମର ବ୍ରାଣ୍ଡ୍‌ ଉଦେ୍ଦଶ୍ୟର ଏକ ଅର୍ଥପୂର୍ଣ୍ଣ ସମ୍ପ୍ରସାରଣ ହୋଇଛି, ଯେଉଁଥିରେ ସୁସ୍‌ଥତା କେବଳ ଉତ୍ପାଦ ସମ୍ପର୍କିତ ନୁହେଁ, ବରଂ ତାହା ଆତ୍ମବିଶ୍ୱାସ, ସାମର୍ଥ ଏବଂ ଦୀର୍ଘସୂତ୍ରୀ ପ୍ରଭାବକୁ ପରିପୋଷଣ କରିବା ସମ୍ପର୍କିତ ଅଟେ ।”
ଏହି ପ୍ରୟାସକୁ ଡିଜିଟାଲ ଜଗତରୁ ଊଦ୍ଧ୍ୱର୍କୁ ନେଇ ହିମାଳୟ ୱେଲ୍‌ନେସ୍‌ ମଧ୍ୟ ମହିଳା କ୍ରିକେଟ ଏକାଡେମୀ ସହଯୋଗୀତାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଜରିଆରେ କ୍ଷେତ୍ରସ୍ତରରେ ୧ଡର୍‌ଓମ୍ୟାନ ପ୍ରୟାସକୁ ଜୀବନ୍ତ କରି ଗଢିତୋଳିଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୨୦୦ରୁ ଅଧିକ ଖେଳାଳି ପଞ୍ଜିକରଣ କରିଥିବାବେଳେ ୨୫ଜଣ କିଶୋରୀ ବାଳିକା ଟିମ୍‌ ଆରସିବିକୁ ଭେଟିବାର ସୁଯୋଗ ପାଇଥିଲେ, ଯାହା ସେମାନଙ୍କ ପାଇଁ ପ୍ରେରଣାକୁ ସଂଯୋଗର ଏକ ପ୍ରଭାବଶାଳୀ ବାସ୍ତବ ଦୁନିଆଁ ମୁହୂର୍ତ୍ତରେ ରୂପାନ୍ତରିତ କରିଥିଲା ।

Leave a Reply

Your email address will not be published. Required fields are marked *