ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ସ୍ୱାମୀଜୀଙ୍କ ଜନ୍ମପୀଠ ମୟୂରଗ୍ରାମ ରେମୁଣା ଠାରେ ମହାଡମ୍ବରରେ ପାଳିତ ହୋଇଯାଇଛି l

Spread the love

ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ସ୍ୱାମୀଜୀଙ୍କ ଜନ୍ମପୀଠ ମୟୂରଗ୍ରାମ ରେମୁଣା ଠାରେ ମହାଡମ୍ବରରେ ପାଳିତ ହୋଇଯାଇଛି l
ବାଲେଶ୍ଵର: ଦର୍ଶନ ସମୀକ୍ଷା

ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ରୂପାୟନ ର ଅଧ୍ୟକ୍ଷ୍ୟା ଡ: ଶ୍ରଦ୍ଧାଞ୍ଜଳି ରାଏ , ମୁଖ୍ୟ ବକ୍ତା ରୂପେ ଶ୍ରୀମତୀ ରାଜେଶ୍ୱରୀ ପାଣିଗ୍ରାହୀ, ବରେଣ୍ୟ ଅତିଥି ଶ୍ରୀମତୀ ଶର୍ମିଠା ପତି , ଅଧ୍ୟାପକ ପ୍ରଶାନ୍ତ ବରାଳ, ବରେଣ୍ୟ ବକ୍ତା ଅରବିନ୍ଦ ପଣ୍ଡା , ସ୍ମୃତିପରିଷଦ ର
ସଂଗଠନ ସମ୍ପାଦକ ପରମାନନ୍ଦ ବାରିକ ମଂଚାସୀନ ହୋଇ ମହାନ ଟୀକାକାର ତଥା ଗୋବର୍ଦ୍ଧନ ପୀଠ ର ଏକମାତ୍ର ଓଡ଼ିଆ ଭାବେ ଦଶମ ଶଙ୍କରାଚାର୍ଯ୍ୟ ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ କୃତୀ ଓ କିର୍ତ୍ତୀ ଗାନ କରିବା ସହ ସ୍ୱାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ l ଶ୍ରୀମତୀ ସୁକାନ୍ତି ପଣ୍ଡା ମଙ୍ଗଳାଷ୍ଟକ ପାଠ କରିଥିଲେ l ରୂପାୟନର ଶ୍ରୀମତୀ ବେବିରାଣୀ ଦାସ ଙ୍କ ସୁଲଳିତ କଣ୍ଠରେ ପ୍ରାରମ୍ଭିକ ଭଜନ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଗ୍ରାମର କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଗୀତ ସମସ୍ତଙ୍କ ମନ ମୋହି ନେଇଥିଲା l ସ୍ମୃତି ପରିଷଦ ର ସଭାପତି ନାଟ୍ୟକାର ନିର୍ଦେଶକ ସମୀକ୍ଷକ ତଥା ସାହିତ୍ୟିକ ବିଜୟ କୁମାର ମହାକୁଡ଼ ଙ୍କ ପୌରହିତ୍ୟରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସାଂସ୍କୃତିକ ସମ୍ପାଦକ ଇଂ କମଳ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *