ଆଠଗଡ଼ // ଦଳିତ ଆଦିବାସୀ ଓ ସଂଖ୍ୟା ଲଘୁ ସମାବେଶ ଓ ଵି.ଆର ଆମ୍ବେଦକର ଙ୍କ ର ପୂର୍ଣଵୟାବ ପ୍ରତିମୂର୍ତ୍ତି ଉନ୍ମୋଚନ

Spread the love

ଦଳିତ ଆଦିବାସୀ ଓ ସଂଖ୍ୟା ଲଘୁ ସମାବେଶ ଓ ଵି.ଆର ଆମ୍ବେଦକର ଙ୍କ ର ପୂର୍ଣଵୟାବ ପ୍ରତିମୂର୍ତ୍ତି ଉନ୍ମୋଚନ।
ଆଠଗଡ:ତା:୨୭/୦୧(ଦର୍ଶନ ସମୀକ୍ଷା)

ମା ମାନେ ନିଜର ସୁରକ୍ଷା ନିମନ୍ତେ ନିଜର ହାତ ମୁଠାକୁ ଟାଣ କରିବା ସହିତ ହାତ ଉଠାଇବା ଜରୁରୀ ଏହାସହିତ ବଞ୍ଚିବା ତଥା ଅଧିକାର ପାଇଁ ଆଉ ଗୋଟେ ଲଢେଇର ଆବଶ୍ୟକ ବୋଲି ଜନରାଜ ଦିବସ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ଦଳିତ ଆଦିବାସୀ ଓ ସଂଖ୍ୟା ଲଘୁ ସମାବେଶରେ ମୁଖ୍ୟାତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରକାଶ କରିଛନ୍ତି । ଆଠଗଡ ଦଳିତ ଆଦିବାସୀ ଓ ଵହୁଜନ ମଞ୍ଚ ଆନୁକୂଲ୍ୟରେ ବିଶାଳ ଅନୁଷ୍ଠିତ ଦଳିତ ଆଦିବାସୀ ସଂଖ୍ୟାଲଘୁ ଓ ଵହୁଜନ ସମାବେଶ ଅବସରରେ ଆଠଗଡ ଏନ୍ଏସି ର ପୂଜ୍ୟପୂଜା ପୀଠ ଠାରେ ସମ୍ବିଧାନ ପ୍ରଣେତା ଵି.ଆର୍.ଆମ୍ବେଦକର ଙ୍କ ର ପୂର୍ଣଵୟାବ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗଦେଇ ପ୍ରତିମୂର୍ତ୍ତି ର ଅନାବରଣ କରି ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ପରେ ଆଠଗଡ ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଘଡେ଼ଇ ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଓ ସାଧାରଣ ସଭାରେ ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟ,କଟକର ଓଡିଆ ଵିଭାଗର ପ୍ରଧ୍ୟାପିକା ଡଃ ସୁଜାତା ସାହାଣୀ, ବରିଷ୍ଠ ଆଇନଜୀବି ପ୍ରଶାନ୍ତ ପଟ୍ଟନାୟକ ଥିଲେ। ସଂପ୍ରତି ଦେଶରେ ସାମ୍ପ୍ରଦାୟିକ ଦଙ୍ଗା, ଜାତିଆଣ ସଂଘର୍ଷ, ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଉତ୍ପିଡନ,ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ମୌଳବାଦୀ ମାନଙ୍କ ଅଭୁଦୟ ଯୋଗୁଁ ସମ୍ବିଧାନ ସଙ୍କଟରେ ରହିଛି। ତତ୍କାଳୀନ ସାମାଜିକ, ଅର୍ଥନୈତିକ ଵ୍ୟଵସ୍ଥା କୁ ଲକ୍ଷ ରଖି ସମତା ଭିତ୍ତିକ ସମାଜ ଗଠନ ପାଇଁ ଉଦ୍ୟମ କରିଥିଲେ। ଏହି ପଥ ଦେଇ କାର୍ଯ୍ୟ କରି ଦେଶ ମାତୃକା ର ସେବା ପାଇଁ ଆହ୍ୱାନ ଦେଇଥିଲେ। ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା,ମିନତୀ ଗାଗରାଇ, ବଳଭଦ୍ର ବାଘ, ସଂଖ୍ୟାଲଘୁ ସଂପ୍ରଦାୟର ନାରୀ ନେତ୍ରୀ ମିତାଲି ରାଉତ, ଛାତ୍ର ନେତା ଖଲ୍ଲିଦ ମହମ୍ମଦ, ପ୍ରଫୁଲ୍ଲ ନାଏକ, କାଶୀନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାନ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ଦୁଷ୍ମନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *