କଥା ଏତିକି , ବାସ୍ //ବିବି ଅଉର ମିଆଁ ରାଜି,ତୋ କ୍ୟା କରେଗା କାଜି,ଭକ୍ତ, ବାବାଙ୍କ ସଙ୍ଗେ ଥାଇ ମୁଁ କାହିଁ ପାଇଁ ଗରଜଇ- ତୁଷାର କାନ୍ତ ଶତପଥୀ ଭୁବନେଶ୍ଵର

Spread the love

ତା୧୭.୦୧.୨୦୨୬ରିଖର
“କଥା ଏତିକି 👇, ବାସ୍।”
” ବିବି ଅଉର ମିଆଁ ରାଜି
ତୋ କ୍ୟା କରେଗା କାଜି,
ଭକ୍ତ, ବାବାଙ୍କ ସଙ୍ଗେ ଥାଇ
ମୁଁ କାହିଁ ପାଇଁ ଗରଜଇ?”

” ଜଣେ ମାଗଣାଖୋର ବାବା ୪ କୋଟି ଟଙ୍କାର ପୋର୍ସେ (Porsche) କାର ଚଳାଇ ପ୍ରୟାଗର ମାଘ ମେଳାରେ ପହଞ୍ଚିଥିଲେ। ଏହା ପୂର୍ବରୁ ତାଙ୍କ ପାଖରେ ୩.୫ କୋଟି ଟଙ୍କାର ଡିଫେଣ୍ଡର କାର୍ ଥିଲା। ପ୍ରୟାଗରାଜର ସନ୍ତସନ୍ତିଆ ଘରେ ରହି ବର୍ଷ ବର୍ଷ ଧରି ପାଠ ପଢୁଥିବା ପିଏଚଡି, ଏମବିଏ, ଏଲଏଲବି ଏବଂ ନେଟ (NET JRF) କୃତକାର୍ଯ୍ୟ ଯୁବକମାନେ ଆଜି ବି ବେକାର ହୋଇ ବସିଛନ୍ତି, କିନ୍ତୁ ବାବା ସେମାନଙ୍କ ବେକାରୀ ଉପରେ ଚଢ଼ି ଚିମୁଟା ପୋତି ଦେଇଛନ୍ତି। ଡିଫେଣ୍ଡର, ହେଲିକପ୍ଟର, ଲ୍ୟାଣ୍ଡ ରୋଭର, ପୋର୍ସେ ଗାଡ଼ି ମାଳକୁ ମାଳ। ଗଣତନ୍ତ୍ରକୁ ଆମେ ପାତାଳରେ ପୋତି ଦେଇଛୁ; କିଏ ହିସାବ ମାଗିବ କି ସେ କେଉଁ ଚାକିରି କରିଛନ୍ତି, କେଉଁ ବ୍ୟବସାୟ କରିଛନ୍ତି କିମ୍ବା କେଉଁବ୍ୟାଙ୍କରୁ ଋଣ ନେଇଛନ୍ତି?
ଏହି ବାବାଙ୍କ କହିବା କଥା ଯେ ସେ ସାଧାରଣ ଜନତାଙ୍କ ବିଶ୍ୱାସ ଉପରେ ୧୦ କୋଟିର ଗାଡ଼ି ଚଢ଼ାଇ ସନାତନର ସେବା କରୁଛନ୍ତି। ସେ ଏହାକୁ “ସନାତନର ବୈଭବ” ବୋଲି କହି ନିଜର ରକ୍ଷା କରୁଛନ୍ତି ଏବଂ କହିଛନ୍ତି ଯେ ଏହି ଗାଡ଼ିଗୁଡ଼ିକ ଆଶ୍ରମ ନାମରେ ପଞ୍ଜୀକୃତ।
ଇଡି, ସିବିଆଇ, ଆୟକର ବିଭାଗ ଓ ବୁଲଡୋଜରବାବା ତାଙ୍କ ପାଖକୁ
ଯିବାକୁ ସାହସ କରନ୍ତି ନାହିଁ ଯେହେତୁ ସବୁ ବଡ଼ବଡ଼ିଆ କ୍ଷମତାଶାଳୀ ତାଙ୍କର ଚେଲା ଓ ଏମାନଙ୍କ ବି ସାଧାରଣ ଚେଲାମାନଙ୍କର ଭୋଟକୁ ନି‌ୟନ୍ତ୍ରିନ୍ତ କରିଥାଆନ୍ତି। ଏମାନଙ୍କର ସଂଖ୍ୟା ବି ଯଥେଷ୍ଟ ଓ ଦିନକୁ ଦିନ ବୃଦ୍ଧି ପାଉଛି ।
ଭାରତ ପରି ଦେଶରେ ଯେଉଁଠି ଅଧା ଜନସଂଖ୍ୟା ୫ କିଲୋ ମାଗଣା ଚାଉଳରେ ଚଳୁଛନ୍ତି, ସେଠି ଏହି ବାବାମାନେ ଅରବପତି ହେଉଛନ୍ତି ଏବଂ ବଡ଼ ବଡ଼ ନେତାମାନେ ତାଙ୍କ ପାଦ ଛୁଉଁଛନ୍ତି।
ଅନେକ ବାବା ଅଛନ୍ତି ଯେଉଁମାନେ ବହୁତ କମ ପାଠ ପଢିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତିରେ ଖେଳୁଛନ୍ତି। ଜଣେ ୧୧ ବର୍ଷ ବୟସରେ ପାଠ ପଢ଼ା ଭୟରେ ଘରୁ ପଳାଇଥିଲେ ଏବଂ ପରେ ଛତୁଆ ଖୁଆଇ ଖୁଆଇ ନିଜକୁ ‘ଛତୁଆ ବାବା’ ଭାବେ ପ୍ରସିଦ୍ଧ କରିଥିଲେ। ଏହି ବାବାମାନେ ବିଶେଷକରି କେବଳ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀମାନଙ୍କୁ ଲୁଟ୍ କରୁଛନ୍ତି।
ଯେବେ ଦେଶର ଗରିବ ଏବଂ ଶୋଷିତ ବର୍ଗ ଏହି ଅନ୍ଧବିଶ୍ୱାସରୁ ଦୁରେଇ ଯିବେ, ସେବେ ହିଁ ଏହି ବାବାମାନେ ହାତରେ ଭିକ ଥାଳି ଧରି ବୁଲିବେ। “
ଉପରେଥିବା ଲେଖାଟି ହେଉଛି You Tubeରେ ପ୍ରସାରିତ ଗୋଟିଏ ହିନ୍ଦୀ ଭାଷାର ଭିଡିଓର ମୋ କର୍ତ୍ତୃକ ଓଡ଼ିଆଭାଷାରେ ଅନୁବାଦିତ ସାରାଂଶ।
ଭିଡିଓରେ ପ୍ରସ୍ତୁତକର୍ତ୍ତା ଆଶା କରିଥିବା”ଯେବେ ଦେଶର ଗରିବ ଏବଂ ଶୋଷିତ ବର୍ଗ ଏହି ଅନ୍ଧବିଶ୍ୱାସରୁ ଦୁରେଇ ଯିବେ, ସେବେ ହିଁ ଏହି ବାବାମାନେ ହାତରେ ଭିକ ଥାଳି ଧରି ବୁଲିବେ।” ବାବଦରେ ପଢ଼ିବାପରେ ମୋର”ବୁଡିଗଲା ଗୋଡ଼ ତଳକୁ ତଳକୁ” ଭଳି ଓଡ଼ିଆ ଲୋକକଥାଟି ମନେ ପଡିଗଲା।ଗରିବ ଏବଂ ଶୋଷିତ ବର୍ଗ ସବୁ କ୍ଷେତ୍ରରେ ଅବହେଳିତ ହୋଇ ହୋଇ ଏଭଳି ଅନ୍ଧବିଶ୍ୱାସକୁ ହିଁ ଜୀବନର ସାହାଭରସା ଋପେ ଗ୍ରହଣ କରି “ଓମ୍ ଭବତି/ଭବନ୍ ୦୫କେଜି ମାଗଣା ଦାନା” କୁ ଆପଣେଇ ନେଇଛନ୍ତି।
“ଆଜିର କଥା ବାସ୍ ଏତିକି।”
ଆପଣଙ୍କର ଅନ୍ୟ କିଛି ମତାମତ ଅଛି କି?
Just Asking to Know.

Leave a Reply

Your email address will not be published. Required fields are marked *