‘୧୯୬୪ରେ ଭୁବନେଶ୍ୱରରେ କଂଗ୍ରେସ ଅଧିବେଶନ ପାଇଁ ବିଜୁ ପଟନାୟକ ବମ୍ବେରୁ ୧୦୦ ନୂଆ ଜିପ ମଗାଇଥିଲେ।
ସେତେବେଳେ ଭୁବନେଶ୍ୱରରେ ହାତ ଗଣତି ସାମ୍ବାଦିକ ଥିଲେ।
ମାତୃଭୂମି ପ୍ରତିନିଧି ଭାବେ ମୋତେ ଅନୁଗୁଳ ଟିକରପଡ଼ା ଡ୍ୟାମ ଶିଳାନ୍ୟାସ ଖବର ସଂଗ୍ରହ ପାଇଁ ଗୋଟେ ଜିପ ଦିଆଯାଇଥିଲା। ଟିକରପଡାରୁ ମୁଁ ଅନୁଗୁଳ ସହରକୁ ଆସି ଟେଲିଗ୍ରାଫରେ କଟକରେ ଥିବା ମାତୃଭୂମି ଅଫିସକୁ ଖବର ପଠାଉଥିଲି’- ବରେନ୍ଦ୍ର କୃଷ୍ଣ ଧଳ (ଆତ୍ମଜୀବନୀ: ମୋ ଜୀବନ କାହାଣୀ)
ବରେନ୍ଦ୍ର କୃଷ୍ଣ ଧଳ (୧୭ ମାର୍ଚ୍ଚ ୧୯୩୯ – ୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖ ଦିନ କଟକ ଜିଲ୍ଲାର ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ସେ, ସ୍ୱରାଜ, ଆଜ-କାଲ(ବଙ୍ଗଳା)[୨], ସମ୍ବାଦ, ପ୍ରଜାତନ୍ତ୍ର ଆଦି ଖବରକାଗଜ ସହିତ ଜଡ଼ିତ ରହିଆସିଛନ୍ତି ।
ବରେନ୍ଦ୍ର କୃଷ୍ଣ ଧଳଙ୍କ ନେତୃତ୍ୱରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ “ଲେଖକ ସାମୁଖ୍ୟ” ଗଠନ କରାଯାଇଥିଲା । ୧୯୮୨-୮୮ ଓ ୧୯୯୨ରେ ସେ ଏହି ଅନୁଷ୍ଠାନର ମହାସଚିବ ଭାବରେ କାର୍ଯ୍ୟକରିଛନ୍ତି । ୧୯୯୦-୯୩ ମସିହା ପର୍ଯ୍ୟନ୍ତ, ସେ “ନ୍ୟାସନାଲ ଇୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ”ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରତିବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେଉଥିବା “ଭୁବନେଶ୍ୱର ପୁସ୍ତକ ମେଳା” ଆରମ୍ଭ କରିଥିଲେ











