ହିନ୍ଦୀ ଭାଷାର ପ୍ରସିଦ୍ଧ କବି ଗୋପାଳ ଦାସ “ନୀରଜ”ଙ୍କ ପ୍ରସିଦ୍ଧ ଗୀତ “କାରଵାଁ ଗୁଜର ଗୟା”ର ଗୋଟିଏ ଭାବପୂର୍ଣ୍ଣ ପଦଟିଏର ପ୍ରତ୍ୟେକ ଧାଡ଼ିର ଅକ୍ଷରେ ଅକ୍ଷରେ (ଶବ୍ଦାନୁଶବ୍ଦ) ଓଡ଼ିଆ ଅନୁବାଦ ଆଧାରରେ, ଯାହା ତଳେ ଅଛି:
” ସ୍ୱପ୍ନ ସବୁ ଝଡ଼ିଗଲା ଫୁଲ ପରି
ସାଙ୍ଗ/ପ୍ରିୟଜନ କଷ୍ଟଦେଲେ କଣ୍ଟା ପରି,
ବଗିଚାର ସବୁ ଶୋଭା ଲୁଟିହୋଇଗଲା
ବବୁରୀଗଛର କଣ୍ଟା ଦ୍ୱାରା।
ଆଉ ଆମେ ଠିଆ-ଠିଆ ବସନ୍ତକୁ ଦେଖୁଥାଉ,ପଥଚାରୀ ଦଳ ଚାଲିଗଲା,
ଆମେ କେବଳ ଉଡ଼ୁଥିବା ଧୂଳିକୁ ଦେଖୁଥିଲୁ।”
ଭାବାର୍ଥ:-
“ଜୀବନର ସବୁ ସୁନ୍ଦର ସ୍ୱପ୍ନ ଫୁଲ ପରି ଝଡ଼ିଗଲା, ଆପଣାର ମନେ ହେଉଥିବା ଲୋକମାନେ କଣ୍ଟା ବିନ୍ଧିବାର କଷ୍ଟ ଦେଲେ,
ବଗିଚାର ସମସ୍ତ ସୌନ୍ଦର୍ଯ୍ୟ ଯେପରି ନଷ୍ଟ ହୋଇଗଲା। ଆମେ କେବଳ ନିରୁପାୟ ହୋଇ ଛିଡ଼ା ହୋଇ ସମୟର ସୁନ୍ଦର ଋତୁକୁ ଚାଲି ଯାଉଥିବାର ଦେଖିଲୁ, ପଥଚାରୀ ଦଳ ଚାଲିଗଲା ଆଉ ଆମ ଆଖି ସାମ୍ନାରେ ରହିଗଲା କେବଳ ଧୂଳିର ଆସ୍ତରଣ।”
ଏହା ଉପରେ,
“ନୈତିକ ଦାୟିତ୍ୱ କାହାକୁ କୁହାଯାଏ,
ତାହାର ଏକ ଉଦାହରଣ!” 👇 ସ୍ଥାନିତ ଅଛି;
ଅଷ୍ଟ୍ରେଲିଆର Australian Capital Territory (ACT)ର ଶିକ୍ଷାମନ୍ତ୍ରୀ Yvette Berry ତା୨୩.୦୭. ୨୦୨୬ରିଖରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଏହା ବାବଦରେ ଆଶ୍ଚର୍ଯ୍ୟର କଥା ହେଉଛି:-
- ତାଙ୍କ ବିରୋଧରେ ଦୁର୍ନୀତିର କୌଣସି ଅଭିଯୋଗ ପ୍ରମାଣିତ ହୋଇନଥିଲା।
- କିନ୍ତୁ ତାଙ୍କ ଶିକ୍ଷା ବିଭାଗର Director-General Katy Haire ଏବଂ ଶିକ୍ଷାମନ୍ତ୍ରୀଙ୍କ Chief of Staff Joshua Ceramidasଙ୍କ ବିରୋଧରେ “ଗୁରୁତର ଦୁର୍ନୀତିମୂଳକ ଆଚରଣ” ପ୍ରମାଣିତ ହୋଇଥିଲା।
ACT Integrity Commissionର ରିପୋର୍ଟ ପ୍ରକାଶ ପାଇବା ପରେ Yvette Berry କହିଥିଲେ,
“ମୋ ବିଭାଗର କର୍ମଚାରୀମାନଙ୍କ ବିରୋଧରେ ହୋଇଥିବା ନିଷ୍କର୍ଷ ପାଇଁ ମୁଁ ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛି।”
ଏହା ପରେ ସେ “ମନ୍ତ୍ରୀସ୍ତରୀୟ ନୈତିକ ଦାୟିତ୍ୱ” ଗ୍ରହଣ କରି ସ୍ୱଇଚ୍ଛାରେ ଇସ୍ତଫା ଦେଇଥିଲେ।
ଏହା କେବଳ କଳ୍ପନା ପ୍ରସ୍ତତ ଗପଟିଏ ନୁହେଁ ତ ଯେ,”ଜଣେ ମନ୍ତ୍ରୀଙ୍କ ବିରୋଧରେ କୌଣସି ଦୁର୍ନୀତି ପ୍ରମାଣିତ ନ ହୋଇଥିଲେ ମଧ୍ୟ, ଅଧସ୍ଥନ ଅଧିକାରୀମାନଙ୍କ କାର୍ଯ୍ୟ ପାଇଁ ସେ ନୈତିକ ଦାୟିତ୍ୱ ନେଇ ପଦ ଯେ ଛାଡ଼ିପାରନ୍ତି”,
କିନ୍ତୁ, ଏହା ବାସ୍ତବତା ଉପରେ ଆଧାରିତ ଏବଂ ଏହାକୁ ହିଁ କୁହାଯାଏ “ମନ୍ତ୍ରୀସ୍ତରୀୟହ ନୈତିକ ଦାୟିତ୍ୱ”, ଯାହାର ଆମ ଦେଶରେ ବି ଉଦାହରଣ ରହିଛି,ଯଥା;
(୧)ଲାଲ ବାହାଦୁର ଶାସ୍ତ୍ରୀ (୧୯୫୬) – ଆରିୟାଲୁର ରେଳ ଦୁର୍ଘଟଣା ପରେ ନିଜ ବିରୋଧରେ କୌଣସି ବ୍ୟକ୍ତିଗତ ଦୋଷ ପ୍ରମାଣିତ ନ ହୋଇଥିଲେ ମଧ୍ୟ ରେଳମନ୍ତ୍ରୀ ଭାବେ ନୈତିକ ଦାୟିତ୍ୱ ଗ୍ରହଣ କରି ପଦତ୍ୟାଗ କରିଥିଲେ।
(୨)ଟି. ଟି. କୃଷ୍ଣମାଚାରୀ (୧୯୫୮) – ଏଲ୍.ଆଇ.ସି.–ମୁନ୍ଦ୍ରା ପ୍ରକରଣ ପରେ ମନ୍ତ୍ରଣାଳୟର ଦାୟିତ୍ୱ ସ୍ୱୀକାର କରି ପଦତ୍ୟାଗ କରିଥିଲେ।
(୩)ନୀଳମ ସଞ୍ଜୀବ ରେଡ୍ଡୀ (୧୯୬୪) – ସୁପ୍ରିମ କୋର୍ଟଙ୍କ ଏକ ରାୟ ପରେ ନୈତିକ ଦାୟିତ୍ୱ ଦର୍ଶାଇ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ।
ନୀତିଶ କୁମାର (୧୯୯୯) – ଆସାମର ଗୈସାଲ ରେଳ ଦୁର୍ଘଟଣା ପରେ ନୈତିକ ଦାୟିତ୍ୱ ଦର୍ଶାଇ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
(୪)ମାଧବରାଓ ସିନ୍ଧିଆ (୧୯୯୩) – ରେଳ ଦୁର୍ଘଟଣା ପରେ ନୈତିକ ଦାୟିତ୍ୱ ଦର୍ଶାଇ ପଦତ୍ୟାଗ କରିଥିଲେ।
(୫)ସୁରେଶ ପ୍ରଭୁ (୨୦୧୭) – ଉତ୍ତର ପ୍ରଦେଶର ଖତୌଲି ସହ ଲଗାତାର ଘଟିଥିବା ରେଳ ଦୁର୍ଘଟଣା ପରେ ସେ ନୈତିକ ଦାୟିତ୍ୱ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ନିଜ ପଦତ୍ୟାଗ ପତ୍ର ଦେଇଥିଲେ। ପରେ ତାଙ୍କର ପଦତ୍ୟାଗ ଗ୍ରହଣ କରାଯାଇଥିଲା ଏବଂ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ସେ ରେଳମନ୍ତ୍ରୀ ପଦ ଛାଡ଼ିଥିଲେ।
ଏହି ଉଦାହରଣଗୁଡିକ ଭାରତରେ “ମନ୍ତ୍ରୀସ୍ତରୀୟ ନୈତିକ ଦାୟିତ୍ୱ” ବିଷୟରେ ଆଲୋଚନା ହେଲେ ସର୍ବାଧିକ ଉଲ୍ଲେଖ କରାଯାଉଥିବା ଉଦାହରଣମାନଙ୍କ ମଧ୍ୟରେ ଗଣାଯାଏ।
କିନ୍ତୁ, ଯେତେବେଳେ “ବୁଝିବା ସୁଝିବା (ସମଝଦାର) ଲୋକେ ବି ଅବୁଝା ହୁଅନ୍ତି’, ସେତେବେଳେ, ହିନ୍ଦୀ ଭାଷାର ବିଶିଷ୍ଟ କବି
ବୀରେନ୍ଦ୍ର ଭାଟିଆ’ଙ୍କ ଲିଖିତ “ସମଝଦାର ଲୋଗ ଥେ ଯୋ ଚୁପ୍ ରହେ” ଶୀର୍ଷକ କବିତାର ସାରମର୍ମ ସ୍ୱତଃ ମନକୁ ପଶି ଆସେ,
ଯାହା ଆମ ଓଡ଼ିଆ ଭାଷାରେ ହେଉଛି,
“ସେମାନେ ବୁଝିବା ଲୋକ ଥିଲେ
ଯେଉଁମାନେ ଚୁପ ରହିଲେ
ସେମାନେ ବର୍ତ୍ତମାନର କିଛି
ବଡ଼ ଚୁପମାନଙ୍କୁ ଜାଣୁଥିଲେ
ଚୁପର ଗଣିତକୁ ଜାଣୁଥିଲେ
ଜାଣୁଥିଲେ ସେମାନଙ୍କ ପ୍ରାପ୍ୟ ବାବଦରେ
ଯାହା ଚୁପ ରହିବାର ପୁରସ୍କାର ଥିଲା।
ଯେଉଁମାନେ ଚୁପ ରହିଲେ
ସେମାନେ ବୁଝିବା ଲୋକ ଥିଲେ
ପୁରସ୍କାରର ଯୋଗ-ବିୟୋଗର ଦକ୍ଷ ଲୋକ ଥିଲେ ,
ସେମାନେ ନିଜ ପିଲାମାନଙ୍କୁ ଦେଖିଲେ
ସେମାନଙ୍କ ସୁଖ ଦେଖିଲେ
ସେମାନଙ୍କ ଉନ୍ନତି ଦେଖିଲେ
ସେମାନଙ୍କ ପାଇଁ ସୁରକ୍ଷିତ ଭବିଷ୍ୟତ ଚାହିଁଲେ
ସେମାନେ ସୁବିଧା ଦେଖିଲେ,
ଭୌତିକ ସୁଖର ପାହାଡ଼ କିଣିଲେ
ତା’ ଉପରେ ବସି ଖୁସି ହୋଇ ରହିଲେ।
ସେମାନଙ୍କ ନୀରବତା ବର୍ତ୍ତମାନର ଗଣିତ ଥିଲା,
ଏବଂ ସୁରକ୍ଷିତ ଭବିଷ୍ୟତର ଇଚ୍ଛା ଥିଲା
ଭବିଷ୍ୟତରେ ଓହ୍ଲାଇଥିବା ଜୀବନରେ କିନ୍ତୁ
ସେମାନେ ସୁଖର ପାହାଡ଼ ତଳେ
ଦବି ଯାଇଥିବା ରୂପ ପାଇଗଲେ।
ସେମାନଙ୍କ ପିଲାମାନେ ଦୁନିଆର
ଭୀଋ ପିଲା ଋପେ ପ୍ରମାଣିତ ହେଲେ
ସମ୍ବେଦନାର ଯେତେବେଳେ
ସବୁଠାରୁ ଅଧିକ ଆବଶ୍ୟକତା ଥିଲା
ସେତେବେଳେ ସେମାନଙ୍କ ଆଖପାଖରେ ଭିଡ଼ ତ ଥିଲା ସମ୍ବେଦନା ନଥିଲା
ସେମାନେ ଭିଡ଼ ଭିତରେ ଘେରା ଏକାକୀ ଲୋକ ଥିଲେ।
ସେମାନେ ବୁଝିବା ଲୋକ ଥିଲେ
ଯେଉଁମାନେ ଚୁପ ରହିଲେ
ସେମାନେ କହୁଥିବା ଲୋକଙ୍କୁ ମୂର୍ଖ କହିଲେ
ଲଢ଼ୁଥିବା ଲୋକଙ୍କୁ ଆତଙ୍କୀ, ଉପଦ୍ରବୀ,
ବିଦ୍ରୋହୀ, ଦେଶଦ୍ରୋହୀ କହିଲେ
ଶେଷ ସମୟରେ କିନ୍ତୁ
ସେମାନେ କହୁଥିବା ଲୋକଙ୍କୁ ପଢ଼ୁଥିଲେ
ଲଢ଼ୁଥିବା ଲୋକଙ୍କଠାରୁ ଶିଖୁଥିଲେ
ଠିଆ ହୋଇ ରହିବା
ନିଜର ନିରାଶାଜନକ ଦିନରେ
ଏକାକୀପଣରେ ଘେରା ସେମାନେ
କିଛି କହିବାକୁ ଚାହୁଁଥିଲେ
ସ୍ୱର କିନ୍ତୁ ଗଳାରେ ଦବି ରହିଲା
ଏବଂ ସେମାନେ ବିନା ଅଭିବ୍ୟକ୍ତିରେ
ଦୁନିଆରୁ ବିଦାୟ ନେଲେ।
ନିଜର ଅଭିବ୍ୟକ୍ତିକୁ ପ୍ରକାଶ କରି ନ ପାରିବା
ସେମାନଙ୍କର ସବୁଠାରୁ ବଡ଼ ଦୁଃଖ ଥିଲା
ସେମାନେ ଶେଷ ସମୟରେ ଜାଣିପାରିଲେ ଯେ,ଯାହାକୁ ସେମାନେ ବୁଝିବାର ଗଣିତ କହୁଥିଲେ ପ୍ରକୃତରେ ତାହା ଭୀଛତା ଥିଲା।”
ବିଶେଷ ଦ୍ରଷ୍ଟବ୍ୟ:- . ପୃଥିବୀର ସବୁ ଗଣତନ୍ତ୍ରରେ ନୈତିକ ଦାୟିତ୍ୱର ସଂଜ୍ଞା ସମାନ ନୁହେଁ। କେଉଁଠି ଅଧସ୍ଥନ ଅଧିକାରୀଙ୍କ ଭୁଲ ପାଇଁ ମଧ୍ୟ ମନ୍ତ୍ରୀ ପଦତ୍ୟାଗ କରନ୍ତି ତ, ଆଉ କେଉଁଠି କେତେ ବଡ଼ ବିବାଦ କିମ୍ବା ଘଟଣା ଘଟିଲେ ମଧ୍ୟ ପଦତ୍ୟାଗର ପ୍ରଶ୍ନ ଉଠେ ନାହିଁ।
ଏହି ଲେଖାରେ କୌଣସି ଦେଶ କିମ୍ବା ବ୍ୟକ୍ତିଙ୍କ ସହ ତୁଳନା କରାଯାଇନାହିଁ। ଯଦି କୌଣସି ପାଠକଙ୍କ ମନରେ ନିଜ ଦେଶର କୌଣସି ସମସାମୟିକ ଘଟଣାର କଥା ଆସେ, ତାହା ସମ୍ପୂର୍ଣ୍ଣ ତାଙ୍କର ନିଜସ୍ୱ ବିବେଚନା। ଜୟ ଜଗନ୍ନାଥ।
(ଉପରେଥିବା ଚିତ୍ରଟିକୁ ଛୁଇଁଦେଇ ଓ ବଡ଼ କରିଦେଲେ ସହଜରେ ଦେଖି/ପଢି ହେବ।)
















Leave a Reply