“ସମସ୍ତ ମଣିଷ ସ୍ୱାର୍ଥପର କିମ୍ବା ବେଇମାନ ନୁହନ୍ତି, ସମସ୍ତ ନେତା ଓ ମନ୍ତ୍ରୀମାନେ ମଧ୍ୟ ଖରାପ ନୁହନ୍ତି। କିନ୍ତୁ ମଣିଷ କେତେ ବେଇମାନ ହୋଇପାରେ, ତାହା କ୍ଷମତା ହାସଲ ପାଇଁ ରାଜନୀତିରେ ଦଳବଦଳ ଓ ମତପରିବର୍ତ୍ତନରୁ ସ୍ପଷ୍ଟ ଭାବେ ଜଣାପଡ଼େ।
ସବୁଠାରୁ ଦୁଃଖର ବିଷୟ ହେଉଛି—ଯେଉଁମାନେ ଲୋକଙ୍କୁ ଧୋକା ଦିଅନ୍ତି, ଜନମତକୁ ଦଳିଦିଅନ୍ତି, ଦେଶ ଓ ଜନସାଧାରଣଙ୍କ ସମ୍ପତ୍ତି ଲୁଣ୍ଠନ କରନ୍ତି, ଟିକସ ଫାଙ୍କନ୍ତି, ଅପରାଧରେ ସଂଶ୍ଳିଷ୍ଟ ରୁହନ୍ତି କିମ୍ବା ବ୍ୟାଙ୍କ ଋଣ ଶୋଧ କରନ୍ତି ନାହିଁ, ସେମାନଙ୍କର ମନ୍ତ୍ରୀ କିମ୍ବା ବଡ଼ ନେତା ହେବାର ସମ୍ଭାବନା ବେଶି ଦେଖାଯାଏ।
କିନ୍ତୁ ଆହୁରି ବେଶି ଦୁଃଖର କଥା ହେଉଛି, ସମାଜର ଶିକ୍ଷିତ ଲୋକମାନେ ମଧ୍ୟ ସେହିପରି ବ୍ୟକ୍ତିମାନଙ୍କୁ ସଭା ଓ ସମିତିରେ ଭାଷଣ ଦେବା ପାଇଁ ଆମନ୍ତ୍ରଣ କରନ୍ତି; କିନ୍ତୁ ସତ୍ୟବାଦୀ, ଜ୍ଞାନୀ ଓ ନୀତିବାନ ଲୋକମାନଙ୍କୁ ସେହି ସମ୍ମାନ ମିଳେନାହିଁ। ଏହା ସମାଜର ଆହୁରି ଅବକ୍ଷୟକୁ ଆମନ୍ତ୍ରଣ କରୁଛି।”
ସମସ୍ତ ମଣିଷ ସ୍ୱାର୍ଥପର କିମ୍ବା ବେଇମାନ ନୁହନ୍ତି- ଡ ସନ୍ତୋଷ କୁମାର ମହାପାତ୍ର କଟକ
















Leave a Reply