ଆଜିର ଭାଗବତ ବାଣୀ
ଶ୍ରୀଶୁକଦେବ କହୁଛନ୍ତି –
ବ୍ୟାବହାରିକ ଜୀବନରେ ଯେପରି ମନୁଷ୍ୟ ଖଣ୍ଡିଏ ସୁନାକୁ ତରଳାଇ ସେଥିରେ କଙ୍କଣ, କୁଣ୍ଡଳ ଆଦି ନାନାପ୍ରକାର ଅଳଙ୍କାର ଗଢ଼ିଦେଇ ପାରେ, ନିପୁଣ ବିଦ୍ବାନମାନେ ସେହିପରି ଇନ୍ଦ୍ରିୟାତୀତ ଆତ୍ମସ୍ବରୂପ ଭଗବାନଙ୍କୁ ଲୌକିକ ତଥା ବୈଦିକ ଭାଷାରେ ଅନେକ ରୂପରେ ବର୍ଣ୍ଣନା କରିଥାନ୍ତି । ମେଘ ସୂର୍ଯ୍ୟଙ୍କ ହେତୁ ଉତ୍ପନ୍ନ ହୁଏ; ତଥାପି ସେ ସୂର୍ଯ୍ୟଙ୍କ ଅଂଶ ନେତ୍ର ନିମନ୍ତେ ପ୍ରତିବନ୍ଧକ ହୋଇ ଠିଆ ହୁଏ, ଫଳରେ ନେତ୍ର ଆଉ ସୂର୍ଯ୍ୟଙ୍କୁ ଦର୍ଶନ କରିପାରେ ନାହିଁ । ଠିକ୍ ସେହିପରି ଅହଙ୍କାର ବ୍ରହ୍ମ ହେତୁ ହିଁ ଉତ୍ପନ୍ନ ହୁଏ ଏବଂ ବ୍ରହ୍ମଦ୍ବାରା ଉଦ୍ଭାସିତ ହୁଏ; ଅଥଚ ବ୍ରହ୍ମର ଅଂଶ ଜୀବ ନିମନ୍ତେ ବ୍ରହ୍ମସ୍ବରୂପର ସାକ୍ଷାତକାରରେ ତାହା ପ୍ରତିବନ୍ଧକ ରୂପେ ଠିଆ ହୁଏ । ସୂର୍ଯ୍ୟ ଦ୍ବାରା ଉତ୍ପନ୍ନ ମେଘ ଛିନ୍ନବିଚ୍ଛିନ୍ନ ହୋଇଗଲେ, ନେତ୍ର ନିଜର ସ୍ବରୂପ ସୂର୍ଯ୍ୟଙ୍କୁ ଦର୍ଶନ କରିବାକୁ ସମର୍ଥ ହୋଇଯାଏ । ଠିକ୍ ସେହିପରି ଜୀବନ ହୃଦୟରେ ଜିଜ୍ଞାସା ଜାଗ୍ରତ ହୋଇଗଲେ, ଆତ୍ମାର ଉପାଧି ଅହଙ୍କାର ନଷ୍ଟ ହୋଇଯାଏ ଏବଂ ଜୀବ ନିଜ ସ୍ବରୂପର ସାକ୍ଷାତ୍କାର ପାଇଯାଏ । ବିବେକରୂପୀ ଖଡ୍ଗରେ ମାୟାମୟ ଅହଂକାରର ବନ୍ଧନ କାଟିଦେଲେ, ଜୀବ ନିଜର ବିଶୁଦ୍ଧ ଆତ୍ମସ୍ବରୂପର ସାକ୍ଷାତ୍କାର ପାଇଯଏ ।
ମଣିମା ମୋର
*ଶ୍ରୀ ଜଗନ୍ନାଥ ଶରଣଂ*
🙏












Leave a Reply