ପାଲା ଓ ଦାସକାଠିଆ ମାଧ୍ୟମରେ ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୫.୦୬.(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ଆଜି ସକାଳେ ପାରଳାଖେମୁଣ୍ଡି ସଦର ମହକୁମା ରାଜନଗର ନିକଟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ସଚେତନତା ପାଲା ନାଟକ ମାଧ୍ୟ୍ୟମରେ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ମୁନୀଦ୍ର ହୋନନାଗା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ, ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ସହକାରୀ ଜିଲ୍ଲାପାଳ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତିରେ ସ୍ଥାନୀୟ କଳାକାର ହରେକୃଷ୍ଣ ବିଶ୍ୱାଳ ଓ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ଦାସକାଠିଆ ନାଟକ ମାଧ୍ୟମରେ ସ୍ୱତନ୍ତ୍ର ସଘ ସଂଶୋଧନ ଉପରେ ସଚେତନତା କରାଯାଇଛି।
କାଶୀନଗର ଥାନା ଅଞ୍ଚଳରେ ଚୋରି : ଦୁଇ ଘରୁ 9 ତୋଳା ସୁନା ଓ 26 ହଜାର ଟଙ୍କା ଚୋରି ପାରଳାଖେମୁଣ୍ଡି, 5/6(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ପୁଣି ଚୋରି ଘଟଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି. କାଶୀନଗର ଥାନା ଅନ୍ତର୍ଗତ ଭୂପତିଲକ୍ଷ୍ମୀପୁର ଗ୍ରାମରେ ଗତ ବୁଧବାର ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ସୂଚନା ମିଳିଛି।

ଦୁର୍ବୃତ୍ତମାନେ ଦୁଇଟି ଘରର ଆଲମୀରା ଭାଙ୍ଗି ପ୍ରାୟ ୯ ତୋଳା ସୁନା ଗହଣା ସହ ୨୬ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ, ଭୂପତିଲକ୍ଷ୍ମୀପୁର ଗ୍ରାମର କେ.ରାମୁଙ୍କ ଘରୁ ୨ ତୋଳା ସୁନା ଚୋରି ହୋଇଥିବା ବେଳେ ପଡ଼ୋଶୀ ଡ଼ି.ରବିଙ୍କ ଘରୁ ୭ ତୋଳା ସୁନା ଓ ୨୬ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି. କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି ।
ସୁପ୍ରସିଦ୍ଧ ପାରଳା ରଥଯାତ୍ରା ପାଇଁ 3 ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ
ପାରଳାଖେମୁଣ୍ଡି, 5/6 (ତାରିଣୀ ପ୍ରସାଦ ପଣ୍ଡା):
ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ରଥଯାତ୍ରା ଅତ୍ୟନ୍ତ ପ୍ରସିଦ୍ଧ ଓ ଲୋକପ୍ରିୟ ଅଟେ. ଜୁଲାଇ୧୬ରେ ହେବାକୁ ଥିବା ଦକ୍ଷିଣର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି. ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ରଥ ନିର୍ମାଣ ପାଇଁ ପାରଳାଖେମୁଣ୍ଡି ଯୁବରାଣୀ ସୁଶ୍ରୀ କଲ୍ୟାଣି ଗଜପତିଙ୍କ ଆଗ୍ରହ କ୍ରମେ ସାଜସଜା ତଥା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଷ୍ଟୋରରୁମରୁ ତିନି ରଥର କାଠକୁ ଅଣାଯାଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି. ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ତିନି ରଥର କାଠ ଗୁଡିକୁ ବାହାର କରି ପୃଥକ ପୃଥକ ଭାବେ ନିରୀକ୍ଷଣ କରାଯାଇ ସଜା ଯାଉଛି I ରଥ ନିର୍ମାଣ କମିଟିର ଉପାଧ୍ୟକ୍ଷ ତଥା ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ରଥ ନିର୍ମାଣର ମୁଖ୍ୟ ଅଶୋକ ମହାରାଣା ଏବଂ ତାଙ୍କ ଟିମ୍ ଦ୍ବାରା ରଥ ନିର୍ମାଣ କାମ ଆରମ୍ଭ ପାଇଁ ଗତବର୍ଷର ତିନି ରଥର ବିଭିନ୍ନ ଅଂଶ ଗୁଡିକୁ ଅନୁଧ୍ୟାନ ସହ ନିରୀକ୍ଷଣ କରାଯାଉଛି | ଆଗାମୀ ଦେବସ୍ନାନ ପୁର୍ଣିମା ଠାରୁ 3 ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି.












Leave a Reply