ଭଗବାନଙ୍କ କୃପାରୁ ନିଶ୍ଚିତ ଉଦ୍ଧାର ହେବ ହିଁ’ – ଏପରି ଭରସା କରି ଆବଶ୍ୟକ ସାଧନାର ତ୍ଯାଗ କରିବା ଅନୁଚିତ,

Spread the love

ଶ୍ର୍ରୀମଦ ଗୀତା ସାର

ମନୁଷ୍ଯ ଜନ୍ମରେ ସତସଙ୍ଗ ମିଳିବା, ଗୀତା ପରି ସଦଗ୍ରନ୍ଥ ସହିତ ପରିଚୟ ହୋଇଯିବା, ଭଗବାନଙ୍କ ନାମ ସହିତ ପରିଚୟ ହୋଇଗଲେ ସାଧକକୁ ଜାଣିନେବା ଦରକାର ଯେ ଭଗବାନଙ୍କ ବିଶେଷ କୃପା ତା ଉପରେ ବର୍ଷୀୟାନ ହୋଇଛି; ଏବେ ତ ଆମର ଏ ଜନ୍ମ ମରଣ ଚକ୍ର ରେ ଉବୁଟୁବୁ ହେଉଥିବା ଭବସାଗରରୁ ନିଶ୍ଚିତ ଉଦ୍ଧାର ହେବ , ଏଥିରେ ସନ୍ଦେହ ନାହିଁ. କାରଣ ଯଦି ଆମର ଉଦ୍ଧାର ହେବା ନ ହୋଇଥାନ୍ତା ତେବେ ଏପରି ସୁଯୋଗ ମିଳିନଥାନ୍ତା. ପରନ୍ତୁ ‘ଭଗବାନଙ୍କ କୃପାରୁ ନିଶ୍ଚିତ ଉଦ୍ଧାର ହେବ ହିଁ’ – ଏପରି ଭରସା କରି ଆବଶ୍ୟକ ସାଧନାର ତ୍ଯାଗ କରିବା ଅନୁଚିତ, ପ୍ରତ୍ଯୁତ ତତ୍ପରତା ଓ ଉତ୍ସାହ ପୁର୍ବକ ସାଧନାରେ ସଂଲଗ୍ନ ରହିବା ଉଚିତ. ସମୟ ସାର୍ଥକ ହେବା ସହିତ ବ୍ଯର୍ଥ ଅତିବାହିତ ନହେଉ ଏପରି ସାବଧାନୀ ସତତ ରହିବା ବିଧେୟ. କିନ୍ତୁ ନିଜର କଲ୍ଯାଣ ପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ; ଯିଏ ଏ ସବୁର ପ୍ରବନ୍ଧ କରିଛି, ସେ ଆଗକୁ ମଧ୍ଯ ଆବଶ୍ୟକ ପ୍ରବନ୍ଧ କରିବ ,

ଏପରି ଦୃଢ ବିଶ୍ବାସ ରଖିବାକୁ ହେବ. ଯେପରି ମନେକର ତୁମକୁ କିଏ ଭୋଜନ ପାଇଁ ନିମନ୍ତ୍ରଣ ଦେଲା, ଗୋଡହାତ ଧୋଇ,ଆସନ ପକାଇ ବସାଇ ପାଣିଢାଳ ଥୋଇ ପତ୍ର ପକାଇଲା ; ସେତେବେଳେ ଯଦି କେହି ଏପରି ଶଙ୍କା କରିବ ଯେ ନିମନ୍ତ୍ରଣ କରିଥିବା ବ୍ଯକ୍ତି ଭୋଜନ ଦେବ କି ନାହିଁ, ଏହା ଏକଦମ ମୂର୍ଖତାପୂର୍ଣ୍ଣ ବିଚାର. କାରଣ ଆମନ୍ତ୍ରଣ ଦେବା ବ୍ଯକ୍ତି ର ଯଦି ଭୋଜନ ନକରାଇବା ଉଦ୍ଦେଶ୍ଯ ଥାନ୍ତା ସେ ନିମନ୍ତ୍ରଣ ଦେଇ ଭୋଜନ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ଯବସ୍ଥା କାହିଁକି କରିଥାନ୍ତା ? ଏବେ ତ ବାସ୍ ଯାହା ଯାହା ଭୋଜନ ସାମଗ୍ରୀ ଆସିବ ତାର ଉପଯୋଗ ପ୍ରଭୁଙ୍କୁ ସମର୍ପଣ ପୁର୍ବକ ଧନ୍ୟବାଦ ସହ ଆନନ୍ଦରେ ଗ୍ରହଣ କରିବା ଉଚିତ. ଏହିପରି ଭଗବାନ ଆମକୁ କରୁଣାକରି ନର ଶରୀର ଦେଲେ ଓ ଆତ୍ମ କଲ୍ଯାଣ ବା ଉଦ୍ଧାର ପାଇଁ ସତସଙ୍ଗ, ସଦଗୁରୁ ପ୍ରଦତ୍ତ ଭଗବାନଙ୍କ ନାମ ଦେଲେ ତେବେ ଆମର ଉଦ୍ଧାର ନିଶ୍ଚିତ ହେବ ଏଥିରେ ସନ୍ଦେହ କରିବା ଅନାବଶ୍ୟକ. ଏପରି ଦୃଢ ବିଶ୍ବାସ କରି ଆମକୁ ନିମିତ୍ତମାତ୍ର ହୋଇ ସାଧନ କରିବା ପରମ ଆବଶ୍ୟକ (ଗୀତା ୭୵୧୯)
.
ଜୟ ଜଗନ୍ନାଥ ସ୍ବାମୀ

Leave a Reply

Your email address will not be published. Required fields are marked *