ମାଲକାନଗିରି//ଓର୍କେଲ୍ ପୋଲିସର ବେଆଇନ ଲଘୁ ଖଣିଜ ଚାଲାଣ ଉପରେ ତୀକ୍ଷ୍ମ ନଜର ବଳରେ ୨ଟି ଟ୍ରାକ୍ଟର ଜବତ-ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)

Spread the love

ବେଆଇନ ଲଘୁ ଖଣିଜ ଚାଲାଣ
୨ଟି ଟ୍ରାକ୍ଟର ଜବତ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ବେଆଇନ ଭାବେ ବାଲି ନେଇ ଯାଉଥିବା ଦୁଇଟି ଟ୍ରାକ୍ଟରକୁ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ହରପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ବାଲିମେଳା – କୁଡୁମୁଲୁଗୁମ୍ମା ରାସ୍ତାରେ ପେଟ୍ରୋର୍ଲିଂ କରୁଥିବା ବେଳେ ଉକ୍ତ ରାସ୍ତାରେ ଗାଡ଼ିରେ ବାଲି ବୋଝଇ କରି ଆସୁଥିବା ଦୁଇଟି ଟ୍ରାକ୍ଟର ନମ୍ବର =ଓଡି-୩୦-ହେଚ -୦୧୧୯ ଓ ଅନ୍ୟ ଏକ ଟ୍ରାକ୍ଟର ନମ୍ବର -ଓଡି-୩୦-ଏଫ-୮୩୮୮ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ ଦୁଇଟି ଯାକ ଟ୍ରାକ୍ଟର ଚାଳକ ମାନେ କୌଣସି କାଗଜପତ୍ର ଦେଖାଇପାରି ନଥିବାରୁ ଏସଆଇ ଶବର ଦୁଇଟି ଯାକ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ। ଏ ନେଇ ପୋଲିସ ପକ୍ଷରୁ ଓର୍କେଲ ଥାନାରେ ଦୁଇଟି ଟ୍ରାକ୍ଟର ବିରୁଦ୍ଧରେ ବେଆଇନ ଲଘୁ ଖଣିଜ ସାମଗ୍ରୀ ତଥା ବାଲି ସ୍ମଗଲିଙ୍ଗ ଘଟଣାରେ ପୃଥକ ପୃଥକ ମାମଲା କେସ ନମ୍ବର-୧୫/୨୦୨୬ଏବଂ ଅନ୍ୟ ଏକ କେସ ନମ୍ବର -୧୬/୨୦୨୬
ରେ ଦଫା-୩୦୩/(୨)(୫) ଆର /ଡବ୍ଲୁ ଦଫା -୧୮ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ ଏବଂ ଅନ୍ୟ ଏକ ମାମଲାର ତଦନ୍ତ ଏସଆଇ ମିଳନ ବରିହା ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *