ବୌଦ୍ଧ :ମୁଖ୍ୟ ଶାସନ ସଚିବ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଗସ୍ତ କରି ମେଗା ପ୍ରକଳ୍ପ ର ସମୀକ୍ଷା କଲେ..
ବୌଦ୍ଧ କୁନା ଦିଗାଲ (ଦର୍ଶନସମୀକ୍ଷା)
ଜିଲ୍ଲା ହରଭଙ୍ଗା ବ୍ଲକ୍ ପାଣୀଘରା ଠାରୁ ମହାନଦୀ ର ପାଣି ବୌଦ୍ଧ ର ହରଭଙ୍ଗା ବ୍ଲକ୍ ଓ କନ୍ଧମାଳ ଜିଲ୍ଲା ର ଫୁଲବାଣୀ, ଟିକାବାଲି, ଚକାପାଦ, ଜି ଉଦୟ ଗିରି, ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଲକ୍ କୁ ହର ଘର ଜଳ ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଏହି ଦୁଇ ଗୋଟି ଜ଼ିଲ୍ଲା ରେ କାର୍ଯ୍ୟ ଚାଲୁ ରହିଛି l ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କୁ ବୌଦ୍ଧ ହରଭଙ୍ଗା ବ୍ଲକ୍ ଗସ୍ତ ରେ ଆସି ଅନୁଧ୍ୟାନ ବେଳେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ l କନ୍ଧମାଳ ଓ ବୋୖଦ୍ଧ ଜିଲ୍ଲା ଗ୍ରସ୍ତ ରେ ମୁଖ୍ୟ ଶାସନ ସଚିବ ଆସି ମେଗା ପାନୀୟ ଜଳ ପ୍ରୋଜେକ୍ଟ ର ସମୀକ୍ଷା କରିଥିଲେ l ଉକ୍ତ ପ୍ରକଳ୍ପ 350 କୋଟି ରୁ ଉର୍ଦ୍ଧ ରେ ନିର୍ମାଣ ଧୀନ ହେଉଥିବା ବେଳେ ପ୍ରକଳ୍ପ ର ବିଶୋଧନାଗାର ଠାରେ ପହଞ୍ଚି ଥିଲେ l ସେଠାରେ ଏଲ ଏଣ୍ଡ ଟି ଠିକା ସଂସ୍ଥା ର ଅଧିକାରୀ ଙ୍କ ସହ ପ୍ରୋଜେକ୍ଟ ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ l କହିଥିଲେ ପ୍ରକଳ୍ପ ଅବଧି ର ଦୁଇ ମାସ ପୁରିଲାଣି କିନ୍ତୁ କାର୍ଯ୍ୟ ସରୁନି କାହିଁକି ବଲି ପ୍ରଶ୍ନ କରିଥିଲେ l କେବେ ଲୋକ ପାଣି ପାଇବେ ? କାହିଁକି ସରୁନି ପ୍ରକଳ୍ପ ବଲି ଠିକା କମ୍ପାନି କୁ କୈଫିୟତ ମାଗିଥିଲେ l ପ୍ରଶ୍ନ ର ଉତ୍ତର ରେ ଠିକା ସଂସ୍ଥା ମୁଖ୍ୟ ଜୁନ ମାସ ସୁଦ୍ଧା ସମସ୍ତ କାମ ସରିବା ସହ ପାଣି ଯୋଗାଣ ର ଟ୍ରାଏଲ ରନ ହେବ ବୋଲି କହିଥିଲେ l ଅନ୍ୟପଟେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପାଖାପାଖି ଅଞ୍ଚଳ କୁ ପାଣି ଯୋଗାଇ ଦିଆଯିବ ବଲି ମୁଖ୍ୟ କହିଛନ୍ତି l କିନ୍ତୁ ବାସ୍ତବିକ କ୍ଷେତ୍ର ରେ ଦେଖିଲେ ଶୀତ ଋତୁରେ ହରଭଙ୍ଗା ଅଂଚଳ ରେ ପାନୀୟ ଜଳ ସମସ୍ୟା ଦେଖାଗଲାଣି l କିପରି ଛଅ ଗୋଟି ବ୍ଲକ୍ କୁ ଯୋଗାଇ ଦିଆଯିବ ମହାନଦୀ ର ପାଣି l ଧଳପୁର ଠାରୁ ମାରଡ଼ା ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ୍ ମହାନଦୀ କୁଳ ରେ ବାଲୁକା ସ୍ତୁପ l ପ୍ରକଳ୍ପ କେତେ ପାନୀୟ ଜଳ ଉପଯୋଗୀ ହେବେ ଜିଲ୍ଲା ବାସି ଅପେକ୍ଷାରେ l ଉକ୍ତ ଗସ୍ତ ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l ଏହି ସମୀକ୍ଷା ସମୟରେ ବୌଦ୍ଧ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ, କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ l












Leave a Reply