ରାଜା ଶ୍ରୀ ନରସିଂହ ଦେବଙ୍କ ପୁଣ୍ୟ ଜନ୍ମ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା
କଟକ, ତା: ୧୩/୦୧/୨୬।( ଦର୍ଶନ ସମୀକ୍ଷା)
ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କ ପୁଣ୍ୟ ଜନ୍ମ ଉତ୍ସବ ଉପଲକ୍ଷେ ଆଜି ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଶ୍ରଦ୍ଧାଳୁ କିଶୋରନଗର ନିକଟ ମହାନଦୀ ନାରାୟଣୀ ଘାଟ ନିକଟରୁ ପାଣି ଉଠାଇ କଳସ ଶୋଭାଯାତ୍ରାରେ କେଶରୀ ନଗ୍ର ଉଆସକୁ ଆସିଥିଲେ । ଆଜି କଳସ ଓ ବ୍ରହ୍ମଧୂନି ସ୍ଥାପନ ହୋଇଥିବା ବେଳେ ଆସନ୍ତାକାଲି ମହାମନ୍ତ୍ର ମହାନାମ ସଂକୀର୍ତ୍ତନର ମହାଉତ୍ସବ ଅନୁଷ୍ଠିତ ହେବ । ନାମକୁଞ୍ଜରେ ଗହଣ ଦଳ ଷୋଳମଣ୍ଡଳ ପକ୍ଷରୁ ଦିବାରାତ୍ର ମହାମନ୍ତ୍ର ସଂକୀର୍ତ୍ତନ ଅନୁଷ୍ଠିତ ହେବ ।

ଜନ୍ମ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ଜନ୍ମ ଦିବସ ଉପଲକ୍ଷେ ନିଶୁକ୍ଳ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ ହୋଇଛି । ଆଗ୍ରହୀ ଜନସାଧାରଣ ଆଧାରକାର୍ଡ ଦେଖାଇ ଚିକିତ୍ସା ସେବା ପାଇପାରିବେ ।












Leave a Reply