ପାରଳାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ
ପାରଳାଖେମୁଣ୍ଡି, 13/1(ତାରିଣୀ ପ୍ରସାଦ ପଣ୍ଡା) ଦର୍ଶନ ସମୀକ୍ଷା
ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଉପ ସଭାପତି ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ମୁଖ୍ୟବକ୍ତା ଅଧ୍ୟାପକ ଇଂ ଶ୍ୱେତl ପଟ୍ଟନାୟକ, ଯୋଗ ଦେଇଥିଲେ। ପ୍ରରମ୍ଭରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ବିପ୍ଳବ ରଞ୍ଜନ ପ୍ରଧାନ ସ୍ଵାଗତ ସମ୍ଭାଷଣ,ଦେଇଥିବାବେଳେ ସ୍ବଦେଶ ମନ୍ତ୍ର ପଠନ ଅଧ୍ୟାପକ ପ୍ରିୟ ବ୍ରତ ଶତପଥୀଙ୍କ ଦ୍ଵାରା କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ । ଅଧ୍ୟାପକ ଡ. ଶଶୀକାନ୍ତ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ବିବରଣୀ ପାଠ ଓ ଆଜିର ଆଭିମୁଖ୍ୟ ଜଣାଇ ଥିଲେ। ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଅର୍ଜୁନ ଜେନା, ଏବଂ ବିବେକାନନ୍ଦଙ୍କ ଜଗତ ପାଇଁ ଅବଦାନ ସମ୍ପର୍କରେ ଡ.ନରସିଂହ ଗୌଡ଼, ନିତ୍ୟାନନ୍ଦ ଚୌଧୁରୀ କବିତା ପାଠ କରିଥିଲେ।
ଅତିଥିଗଣ ବିବେକାନନ୍ଦଙ୍କ ଯୁବୋଗୋଷ୍ଠୀ ପାଇଁ ଦେଇଥିବା ଅମୁଲ୍ୟ ବାଣୀ ଈଶ୍ୱର ଅଦ୍ୱିତୀୟ ସବୁଠି ଅଛନ୍ତି ତାଙ୍କରୀ ସାନି ଧ୍ୟ ଆମେ ପ୍ରତିଟି ମୁହୂର୍ତ୍ତ ପାଉଛୁ ଅନୁଭବ କରି ଜୀବ ସେବାହିଁ ଇଶ୍ବର ସେବା କହିଥିଲେ। ବିଶେଷକରି ଯୁବଗୋଷ୍ଠୀ ହିଁ ଆମର ଜାତି ନିର୍ମାଣର ପ୍ରଜାପତି କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ଆରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ, ତର୍କ ଏବଂ ଚିତ୍ର ପ୍ରତିଯୋଗିତାରେ ପୁରସ୍କୃତ୍ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ନିର୍ମଳ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

ସଖୀ ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଜାତୀୟ ଯୁବା ଦିବସ ସହ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେୁଣ୍ଡି, 13/1(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ସଖୀୱାନ୍ ଷ୍ଟପ ସେଣ୍ଟର ( ଆଇ:ଏସ୍:ଆର:ଡି) ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ “ନିଶାମୁକ୍ତ ଯୁବା ପାଇଁ ବିକଶିତ ଭାରତ ଅଭିଯାନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ମୁନିନ୍ଦ୍ର ହୋନନାଗା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସେ କହିଥିଲେ ଯେ ଆମ ସମାଜରେ ନିଶା ଏକ ବ୍ୟାଧି ହୋପଡ଼ିଛି ଆଜିକାଲି ଯୁବାବସ୍ଥାରେ ପିଲାମାନେ ଯେଉଁ ପ୍ରକାର ନିଶାର ବହୁଳ ବ୍ୟବହାର କରି ବିପଥଗାମୀ ହେଉଛନ୍ତି , ଯଦି ନିଶାକୁ ପରିତ୍ୟାଗ କରିବା ସହ ନାରୀକୁ ଉଚିତ୍ ସମ୍ମାନ ଦେବା ତା ହେଲେ ଭବିଷ୍ୟତରେ ଆମ ସମାଜ ସୁଦୃଢ଼ ହେବା ସହ ସମାଜର ବିଶେଷ ପ୍ରଗତି ଓ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମରେ ପାରଳା ପୌରଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ , କିଶୋରୀ ନ୍ୟାୟ ପରିଷଦର ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଷ୍ଟାଫ , ଚାଇଲ୍ଡ ଲାଇନ ଷ୍ଟାଫ , ହବ୍ ଷ୍ଟାଫ୍ , ଟ୍ରାନ୍ସଜେଣ୍ଡର ସେକ୍ରେଟାରୀ ଜସ୍ମିନ ସେକ , ପୌରପାଳିକାର ଅଧ୍ୟକ୍ଷା ନିର୍ମଳା ସେଠୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଉକ୍ତ ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତାଧିକ ସଂଖ୍ୟାରେ ସାମିଲ ହୋଇ ପ୍ଲାକାର୍ଡ ଧରି ନିଶାମୁକ୍ତ ଓ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲେ ।ପରେ ୱାନ୍ ଷ୍ଟପ୍ ସେଣ୍ଟର ଠାରେ ପହଞ୍ଚି ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଶୋଭାଯାତ୍ରା ଜିଲାପାଳ’ଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ନିକଟରେ ଶେଷ ହୋଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଅନନ୍ୟା ପାତ୍ର’ଙ୍କ ସମେତ ନାଗେଶ୍ଵର ଚୌଧୁରୀ , ମଧୁସ୍ମିତା ପାଢି , ସୁନିତା ବେହେରା , ମୋହିନୀ ପ୍ରଧାନ , ଶିବାନୀ ସାମନ୍ତ , ନିରୁପମା ଜେନା , ଟି: ସୁରେଶ କୁମାର , ଦିବ୍ୟ କୁମାର ସୁଆର ଓ ହରିକୃଷ୍ଣ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ.

ପାରଳାର ଆଲଫାବେର୍ଜ୍ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ପାରଳାଖେମୁଣ୍ଡି, 13/1(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଆଲଫାବେର୍ଜ୍ ଇନ୍ତରନେସନାଲ ପ୍ରି ସ୍କୁଲର ଦ୍ଵିତୀୟ ବାର୍ଷିକୋତ୍ସବ ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବର୍ଷକୁ ବର୍ଷ ଏହି ବିଦ୍ୟାଳୟ ବଢ଼ି ଚାଲିଥିବା ଯୋଗୁଁ ପ୍ରଥମେ ଏହି ଅନୁଷ୍ଠାନର ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଅନୁଷ୍ଠାନର ଉଦ୍ୟୋକ୍ଟା ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୂର୍ତ୍ତିକାର ହୋଇ ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତ ରେ ଶିକ୍ଷ୍ୟା ଓ ଭଲ ମଣିଷ ଗଢ଼ିବା ପାଇଁ ଯେଉଁ ଦାଇତ୍ୱ ନେଇଛନ୍ତି ସେଥିପାଇଁ ଭଗବାନ ଆଶୀର୍ବାଦ କରନ୍ତୁ । ପିଲାମାନଙ୍କ ଭବିଷ୍ୟତରେ ସେମାନଙ୍କ ଚରିତ୍ର ଗଠନର ଆପଣ ମାନେ ସର୍ବଦା ଯତ୍ନବାନ ହେବାକୁ ପରାମର୍ଶ ଦେଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶ୍ରେଷ୍ଠ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଆମ ଦେଶର ସଂସ୍କାର , କଳା ଓ ସଂସ୍କୃତି ଅନ୍ୟ ଦେଶ ମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ତେଣୁ ଜଣେ ସୁନାଗରିକ ହେବା ପାଇଁ ଚରିତ୍ର ଗଠନର ଯେଉଁ ସବୁ ଉପାଦାନ ରହିଛି ସେ ସବୁ ଗଢିବାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୁଖ୍ୟ ଭୂମିକା ଓ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ , ତାଙ୍କର ମୋହନା ନିର୍ବାଚନ ମଣ୍ଡଳୀରେ ଏହିଭଳି ବିରଳ ଅନୁଷ୍ଠାନକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ବିଧାୟକ ଭାବେ ମୋର ଯାହା ସାହାଯ୍ୟ ଆବଶ୍ୟକ ପଡ଼ିବ ସେଥିପାଇଁ ମୁଁ ନିଶ୍ଚିତ ଭାବେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ଓ ସହଯୋଗ କରିବି ବୋଲି କହିଥିଲେ । ସ୍କୁଲର ପ୍ରତିଷ୍ଠାତା ସନ୍ତୋଷ ପାତ୍ର ଏବଂ ଶିବ କୁମାର ପାଟଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯିବ ସହ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ପିଲାମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା
ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସନ୍ତୋଷ କୁମାର ପାତ୍ର ଏବଂ ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀ ଶିବ କୁମାର ପାଟ୍ଟଯୋଶୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
ପାରଳାବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ବାଇପାସ ରାସ୍ତା ନିର୍ମାଣ ସଫଳ ହେଲା, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡି, 13/1(ତାରିଣୀ ପ୍ରସାଦ ପଣ୍ଡା ):
ଦୀର୍ଘ ବହୁ ବର୍ଷ ଧରି ପ୍ରତୀକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ନିର୍ମାଣ ସକାଶେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଛନ୍ତି । ଏଥିସହ ଗଜପତି ଜିଲ୍ଲାରେ ମୋଟ 8 ଗୋଟି ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାପନ କରିଛନ୍ତି. ଏହି 8 ଗୋଟି ପ୍ରକଳ୍ପରେ କେବଳ ଗଜପତି ଜିଲ୍ଲାରେ 226 କୋଟି 58 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି. ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନେଗା ଓ ପୂର୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି, ଅନ୍ୟ ୪ଟି ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣ ପାଇଁ୪୭ କୋଟି ୪୮ ଲକ୍ଷ ଟଙ୍କାର ବ୍ୟୟଅଟକଳ କରାଯାଇଛି। ସେହିପରି ସେରଙ୍ଗ-ନୂଆଗଡ଼ ରାସ୍ତା ପାଇଁ ୪୦ କୋଟି ୨୯ ଲକ୍ଷ ୯୪ ହଜାର ଟଙ୍କା, ଗୋପିଲି- କିଚିଲିଙ୍ଗ ରାସ୍ତା ପାଇଁ ୧୫ କୋଟି ୫୩ ଲକ୍ଷ ୭୧ ହଜାର ଟଙ୍କା, ବାଘଶାଳା-ଅଗରଖଣ୍ଡି ରାସ୍ତା ପାଇଁ ୧୨ କୋଟି ୨୩ ଲକ୍ଷ ୧୫ ହଜାର ଟଙ୍କା ଓ ରାମଗିରି – ଜିରାଙ୍ଗ ରାସ୍ତା ନିର୍ମାଣ ପାଇଁ ୧୨ କୋଟି ୭ ହଜାର ଟଙ୍କା ବ୍ୟୟଅଟକଳ କରାଯାଇଛି। ଏଥିସହିତ, ରାୟଗଡ଼ ବ୍ଳକର ଜିରାଙ୍ଗ ଠାରୁ କଇଁପୁର ରାସ୍ତା ୧୭ କୋଟି ୬୮ ଲକ୍ଷ ୪୨ ହଜାର ଟଙ୍କା, ଚାନ୍ଦିପୁଟ ଠାରୁ ଲୁହାଗୁଡ଼ି ରାସ୍ତା ୨୮ କୋଟି ୮ ଲକ୍ଷ ୬୭ ହଜାର ଟଙ୍କା ଓ ରା.ଉଦୟଗିରି ଠାରୁ ସମ୍ବଲପୁର ରାସ୍ତା ୫୩ କୋଟି ୨୪ ଲକ୍ଷ ୯୮ ହଜାର ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍ଘାଟନ କରିଥିଲେ | ପୂର୍ବ ବିଭାଗ ପକ୍ଷରୁ ଉପରୋକ୍ତ ୪ଟି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ | ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦୃଷ୍ଟି ଦିଆଯିବ ବୋଲି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଲୋକଙ୍କ ଦାବିକୁ ଗୁରୁତ୍ବ ଦେଇ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରୀ କରିଥିବାରୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |












Leave a Reply