ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି ୩ ଗ୍ରାମ ନିକଟସ୍ଥ ତଥା ବାଲିମେଳା ଜୟପୁର ମୁଖ୍ୟ ରାସ୍ତା ରେ ଗତ ର
କାଲି ରବିବାର ସନ୍ଧ୍ୟା ପ୍ରାୟ ୭.୩୦ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ବାଇକ ଓଡି ୩୦ଏ ସି୪୪୭୩ ଟି କୋଣସି କାରଣରୁ ଭାରଶ୍ୟାମ ହରାଇ ରାସ୍ତା ପାର୍ଶ୍ୱ ସୁରକ୍ଷା ପାଚେରୀକୁ ଧକ୍କା ଦେଇ ବାଇକ ଦୁର୍ଘଟଣାଗ୍ରସ ହୋଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଗୁରୁତର ଆହତ ଅବସ୍ଥାରେ ପଡିରହିଥିଲେ।ସ୍ଥାନୀୟ ଅଞ୍ଚଳବାସୀ ଏବଂ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବାଇକ ଆରୋହିଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଛ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ଆବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ।ସେଠାରେ ଡାକ୍ତର ପୁନର୍ବାର ଚିକିତ୍ସା ଆରମ୍ଭ କରିଥିଲେ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା କୋଣସି ସୁଧାର ନହେବାରୁ ଡାକ୍ତର ତାଙ୍କୁ ଉଚ୍ଚ ଚିକତ୍ସା ପାଇଁ କୋରାପୁଟ ସହୀଦ ଲକ୍ଷଣ ନାୟକ ହସ୍ପିଟାକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଇଦେଇଇଥିଲେ ,କୋରାପୁଟ ମେଡିକାକୁ ଯିବା ରାସ୍ତାରେ ତଥା ବୈପାରିଗୁଡା ନିକଟରେ ମେଡିକାଲରେ ପହଞ୍ଚିବା ପୁର୍ବରୁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା
ତେବେ ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ବାଲିମେଳା ସହରର ଡ୍ରଗ ଲାଇନ ଆଖଣ୍ଡଳମଣି ମନ୍ଦିର ଲାଇନର ସ୍ବର୍ଗତ ମହେଶ୍ୱର ଖାଡେଙ୍ଗାଙ୍କ ପୁଅ ପ୍ରଣବ କିଶୋର ଖାଡେଙ୍ଗା-(୨୨)ବୋଲି ଜଣା ପଡ଼ିଛି
ଏ ନେଇ ଯୁବକଙ୍କ ମାମୁଁ କାର୍ତ୍ତିକେଶ୍ୱର ପଣ୍ଡା ଓର୍କଲ ଥାନାରେ ଦ୍ୱାରସ୍ତ ହୋଇ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି .ଉକ୍ତ ଏତଲାକୁ ଭିତ୍ତି କରି ଥାନାରେ ଏକ ଦୁର୍ଘଟଣା କେସ ନମ୍ବର-୧୩/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଏଏଆଇ ସୁରେଶ ବି ସି ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରଣବଙ୍କ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ମେଡିକାକୁ ପଠାଇଥିଲେ . ସୋମବାର ଶବ ବ୍ୟବଛେଦ ସରିବା ପରେ ତାଙ୍କ ପ୍ରଣବ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ . ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରୀ ରହିଥବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି .ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପ୍ରଣବ ଘରର ଏକ ମାତ୍ର ପୁଅ ଥିଲେ .ତେବେ ପ୍ରଣବଙ୍କ ମୃତ୍ୟୁ କୁ ନେଇ ପାରିବାର ଲୋକ ଦୁଃଖରେ ଭାଙ୍ଗି ପଡିବା ସହିତଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।












Leave a Reply