“ୟୁଥ୍ ଫିଟ୍ ଭାରତ ହିଟ୍” ବିଶାଳ ମାରାଥନ୍ ସହିତ ପରିସମାପ୍ତ ହେଲା; ଓଡ଼ିଶାରେ ଯୁବବର୍ଗଙ୍କ ଫିଟନେସ୍ ଆନେ୍ଦାଳନକୁ ପ୍ରେରଣା ପ୍ରଦାନ କରିଛି
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା) ପେସ୍ ଫାଉଣ୍ଡେସନ ପକ୍ଷରୁ ହାପି-ଆକ୍ସିସ୍ ଫାଉଣ୍ଡେସନ ସହଭାଗୀତାରେ ଆୟୋଜିତ ଦୁଇ ଦିବସୀୟ ଯୁବ ନିୟୋଜନକାରୀ କାର୍ଯ୍ୟକ୍ରମ “ୟୁଥ୍ ଫିଟ୍ ଭାରତ ହିଟ୍” ଭୁବନେଶ୍ୱରରେ ଭବ୍ୟ ମାରାଥନ୍ ସହିତ ସଫଳ ଭାବରେ ସମାପ୍ତ ହୋଇଛି । ଏଥିରେ ସମଗ୍ର ଓଡ଼ିଶାରୁ ପ୍ରାୟ ୧୦୦୦ ଯୁବବର୍ଗ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ଜାତୀୟ ଯୁବ ଦିବସ ପାଳନ ଏବଂ ଶାରୀରିକ ଫିଟ୍ନେସ୍, ମାନସିକ ମଜଭୁତପଣ ତଥା ଯୁବ ସଶକ୍ତିକରଣ ଉପରେ ଦୃଷ୍ଟିନିବଦ୍ଧ କରି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୧ ତାରିଖରେ ଭୁବନେଶ୍ୱର-କଟକ ପୋଲିସ କମିଶନର ଡ.ଏସ.ଦେବଦତ୍ତ ସିଂ, ଆଇପିଏସ୍ଙ୍କ ଦ୍ୱାରା ଶ୍ରୀ ଅଶୋକ ତ୍ରିପାଠୀ, ଆଇଆରଟିଏସ୍, ଡିଆରଏମ୍, ଖୋର୍ଦ୍ଧା ରୋଡ ଡିଭିଜନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା । ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ଅତିଥିଗଣ ଏକ ଦାୟିତ୍ୱସମ୍ପନ୍ନ ଏବଂ ସମର୍ଥ ପିଢି ନିର୍ମାଣ ନିମନ୍ତେ ଶୃଙ୍ଖଳା, ମାନସିକ ଦୃଢତା ଏବଂ ଫିଟନେସ୍ର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ ।
ଜାନୁଆରୀ ୧୨ ତାରିଖରେ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁତ ମାରାଥନ୍ ରହିଥିବାବେଳେ ଏହାକୁ ମୁଖ୍ୟ ଅତିଥି ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଆଇଏଏସ୍, କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ, ଗ୍ରୁପ୍ କମାଣ୍ଡର, ଏନସିସି, କଟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେମାନଙ୍କର ଉପସ୍ଥିତି ଧାବକମାନଙ୍କୁ ପ୍ରେରଣା ଦେବା ସହିତ ଯୁବବର୍ଗଙ୍କ ବିକାଶ ଓ ସ୍ୱାସ୍ଥ୍ୟ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପୁନଃଦୃଢୀଭୂତ କରିଥିଲା ।
୧୦ କିଲୋମିଟର ମାରାଥନ୍ ବିଭାଗର ପୁରୁଷ ବର୍ଗରେ ରଶ୍ମୀରଞ୍ଜନ ନାୟକ, ଆଞ୍ଚଳିକ କଲେଜ, କଟକ ଏବଂ ମହିଳା ବର୍ଗରେ ପୂଜା ବେହେରା, ଡିଏଏମ୍ଆଇଟିଏସ୍, ବାଲେଶ୍ୱର ପ୍ରଥମ ପୁରସ୍କାର ହାସଲ କରିଥିଲେ । ସେହିଭଳି ୫ କିଲୋମିଟର ବିଭାଗର ପୁରୁଷ ବର୍ଗରେ ଅନନ୍ତ କୁମାର ସୂତାର, ଏଏସ୍ଏମଏସିଏସ୍ ଆଇଟିଆଇ, କଟକ ଓ ମହିଳା ବିଭାଗରେ ଦୀପ୍ତିରାଣୀ ସାହୁ, ୟୁ.ଏନ.କଲେଜ, ବାଲେଶ୍ୱର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ପ୍ରଥମ ପୁରସ୍କାର ବିଜେତାଙ୍କୁ ନଗଦ ୧୦ ହଜାର ଟଙ୍କା, ଏକ ପ୍ରିମିୟମ ଇ-ବାଇସାଇକଲ, ବ୍ରାଣ୍ଡେଡ୍ ସୁଜ୍ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ପ୍ରକାଶ କରି ଶ୍ରୀ ସମ୍ବିତ ମହାନ୍ତି, ପ୍ରତିଷ୍ଠାତା, ପେସ୍ ଫାଉଣ୍ଡେସନ କହିଥିଲେ ଯେ, “ୟୁଥ୍ ଫିଟ୍ ଭାରତ ହିଟ୍’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଯୁବବଗଙ୍କୁ ସାମଗ୍ରିକ କଲ୍ୟାଣ ଏବଂ ଫିଟନେସ୍, ଶୃଙ୍ଖଳା ଓ ନିର୍ଦ୍ଦିଷ୍ଟ ଉଦେ୍ଦଶ୍ୟ ଜରିଆରେ ରାଷ୍ଟ୍ରନିର୍ମାଣ ଦିଗରେ ପ୍ରେରିତ କରିବା ନିମନ୍ତେ ଏକ ଅଭିଯାନ ଅଟେ ।”
କାର୍ଯ୍ୟକ୍ରମର ସଫଳ ପରିସମାପ୍ତି ଓଡ଼ିଶାର ଯୁବବର୍ଗଙ୍କ ନିମନ୍ତେ ଫିଟନେସ୍ ସଂସ୍କୃତି ଓ ମଜଭୁତପଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲା ।












Leave a Reply