ରାଉରକେଲା // କେବଳ ଏକ ପେନସିଲ ବ୍ୟବହାର କରି ଖାଟୁଶ୍ୟାମଙ୍କ ପ୍ରତିମୂର୍ତ୍ତି ଅଙ୍କନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ରାଉରକେଲାର ନ୍ୟାସା ଅଗ୍ରୱାଲ।

Spread the love

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ରାଉରକେଲା ର ନ୍ୟାସା ଅଗ୍ରୱାଲ …..
ରାଉରକେଲା: (ଦର୍ଶନ ସମୀକ୍ଷା)

କେବଳ ଏକ ପେନସିଲ ବ୍ୟବହାର କରି ଖାଟୁଶ୍ୟାମଙ୍କ ପ୍ରତିମୂର୍ତ୍ତି ଅଙ୍କନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ରାଉରକେଲାର ନ୍ୟାସା ଅଗ୍ରୱାଲ। ସୂଚନାଯୋଗ୍ୟ ଯେ ପାନପୋଷ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ବିଏସସି ଦ୍ବିତୀୟ ବର୍ଷର ବିଜ୍ଞାନ ସମ୍ମାନର ଛାତ୍ରୀ ନ୍ୟାସା ମାତ୍ର ୧୦ ଦିନ ମଧ୍ୟରେ ଏହି କଳାକୃତି ସମାପ୍ତ କରି ସମ୍ପୃକ୍ତ ସଂସ୍ଥା ନିକଟରେ ଚିତ୍ର ଓ ଏ ସଂକ୍ରାନ୍ତରେ ଭିଡିଓ ପଠାଇଥିଲେ। ଯାହା ତାଙ୍କ କଳାକୁ ସ୍ବୀକୃତି ପ୍ରଦାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି। ସହର ପାଇଁ ଗର୍ବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ରାଉରକେଲା ଜଗଦା ଅଞ୍ଚଳରେ ରହୁଥିବା ଆରତୀ ଅଗ୍ରୱାଲ ଙ୍କ ଝିଅ ନ୍ୟାସା ପ୍ରଭୁ ଖାଟୁଶ୍ୟାମଙ୍କ ଭଜନ ଗାନ କରି ଶ୍ରୋତାଙ୍କ ପ୍ରଶଂସା ସାଉଁଟୁଥିଲେ। ସେହି ପ୍ରଭୁଙ୍କ ଅନନ୍ୟ କଳାକୃତି ପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ମିଳିଛି।

Leave a Reply

Your email address will not be published. Required fields are marked *