ରାଉରକେଲାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଆହତ ……
ରାଉରକେଲା: ଦର୍ଶନ ସମୀକ୍ଷା
ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଚାର୍ଟର ବିମାନ ରାଉରକେଲା ରେ ପହଞ୍ଚିବା ପୂର୍ବରୁ ପ୍ରାୟ ୧୫ କିମି ଦୂରରେ ଥିବା ଜଲଦା ଏ ବ୍ଲକ୍ ସ୍ଥିତ ଗୁଡିଆଟୋଲି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ସହ ୨ ଜଣ କ୍ରିୟୁ ମେମ୍ବର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ବିମାନଟି ଭୁବନେଶ୍ୱରରୁ ୧୨ ଟା ୨୭ ମିନିଟ ରେ ବାହାରି ରାଉରକେଲା ରେ ୧ଟା ୧୫ ମିନିଟରେ ପହଞ୍ଚିବାର ଥିଲା। ତେବେ କୈ।ଣସି କାରଣରୁ ଏହା ନିୟନ୍ତ୍ରଣ ହରାଇ ଗୁଡିଆଟୋଲି ଠାରେ ଏକ ଜମି ଉପରେ ଖସି ପଡ଼ିଥିଲା। ଆହତ ମାନେ ହେଲେ ସୁଶାନ୍ତ କୁମାର ବିଶ୍ବାଳ,ଅନିତା ସାହୁ,ସୁନିଲ ଅଗ୍ରୱାଲ, ସବିତା ଅଗ୍ରୱାଲ ତଥା ଦୁଇ କ୍ରିୟୁ ମେମ୍ବର କ୍ୟାପଟେନ୍ ନବୀନ କାଡାଙ୍ଗା ଓ କ୍ୟାପଟେନ୍ ତରୁଣ ଶ୍ରିବାସ୍ତବ। ରଘୁନାଥପାଲି ଥାନା ପୁଲିସ, ସ୍ଥାନୀୟ ଜନସାଧାରଣ ଓ ସ୍ବତନ୍ତ୍ର ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଜେପି ହସ୍ପିଟାଲକୁ ପଠାଇଥିଲେ। ଏହି ଦୁର୍ଘଟଣା ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଆହତଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ରାଉରକେଲା ଏସପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି।












Leave a Reply