ରାଉରକେଲାର ଚିତ୍ର ଶିଳ୍ପୀ ସୁନ୍ଦର ବନ ରେ ସମ୍ମାନିତ..,
ରାଉରକେଲା: ଦର୍ଶନ ସମୀକ୍ଷା
ପଶ୍ଚିମ ବଙ୍ଗର କାକଦ୍ବୀପ ଠାରେ ଅବସ୍ଥିତ ସୁନ୍ଦରବନ ଆର୍ଟ ଏକାଡେମୀ ର ବାର୍ଷିକ ଉତ୍ସବ ଗତମାସ ୨୭ ତାରିଖ ଦିନ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ର ଶିଳ୍ପୀ ସମ୍ମାନ ପ୍ରଦାନ ମହା ଆଡ଼ମ୍ବର ରେ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ରାଉରକେଲା ସାତ ନମ୍ବର ସେକ୍ଟରର କମୁନିଟି ସେଣ୍ଟର ଠାରେ ପରିଚାଳିତ ଜସପାଲ ସ୍ମୃତି ଚିତ୍ରାଳୟର ଚିତ୍ରଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଓ ପ୍ରତାପ କୁମାର କୁମାର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି l ଉଭୟ ଶିଳ୍ପୀ ଓଡିଶା ବ୍ୟତୀତ ଝାରଖଣ୍ଡ, ବିହାର, ପଶ୍ଚିମ ବଙ୍ଗର ବିଭିନ୍ନ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ରେ ନିୟମିତ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି l ପ୍ରତାପ କୁମାର ପଟ୍ଟନାୟକ ଓଡିଶା ଲଲିତକଳା ଏକାଡେମୀ ଓ କେନ୍ଦ୍ର ଲଳିତ କଳା ଏକାଡେମୀରେ ଅଂଶ ଗ୍ରହଣ କରି ମଧ୍ୟ ସମ୍ମାନିତ ହୋଇଛନ୍ତି l ଶ୍ରୀ ପାତ୍ର ଏକାଧାରାରେ ଚିତ୍ରଶିଳ୍ପୀ, କବି, ଲେଖକ, ଅନୁବାଦକ, ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ l ଶ୍ରୀ ପାତ୍ର ମଧ୍ୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ସୁନ୍ଦରବନ ଆର୍ଟ ଏକାଡେମୀ ଦ୍ୱାରା ପରେଶ୍ୱରାନନ୍ଦ ମହାରାଜଙ୍କୁ ତନୁଶ୍ରୀ ବେରା, ଜୟଦେବ ଦାସଙ୍କୁ ମୌମିତା ଜାନା, ବିମାନ ନାଗଙ୍କୁ ସୋହନି ମଣ୍ଡଳ, ରମେଶ ଚନ୍ଦ୍ର ପାତ୍ରଙ୍କୁ ପଲ୍ଲବୀ ମଣ୍ଡଳ, ପ୍ରତାପ କୁମାର ପଟ୍ଟନାୟକଙ୍କୁ ପ୍ରଣତି ଦାସ, ପମ୍ପା ନାଗଙ୍କୁ, ସୁନନ୍ଦା ଖଟୁୟା, ବିଜୟ ରକ୍ଷୀତଙ୍କୁ କରଵୀ ଜାନା, ବିବେକାନନ୍ଦ ପଣ୍ଡାଙ୍କୁ ଗାୟତ୍ରୀ ଗାଏନ, ପ୍ରସୂନ ମାଇତିଙ୍କୁ ଅହନା ପଡୁୟା ଓ ବିକାଶ ଗିରିଙ୍କୁ ପ୍ରୀତି ଦେବନାଥ ସମ୍ବର୍ଦ୍ଧନା ଦେଇଥିଲେ l ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ସହ ଅନେକ କଳା ପ୍ରେମୀ ଉପସ୍ଥିତ ଥିଲେ l ଅନୁଷ୍ଠାନ ର ଅଧ୍ୟକ୍ଷ ଦେବରାଜ ବେରା ଓ ପଲ୍ଲବୀ ମଣ୍ଡଳ ପରିଚାଳନା କରିଥିଲେ ଓ ତନୁଶ୍ରୀ ବେରା ଧନ୍ୟବାଦ ଅର୍ପଣ କରିଥିଲେ l












Leave a Reply