‘ସରସ୍ବତୀ ଶିକ୍ଷା ମନ୍ଦିରର ଊନବିଂଶ ବାର୍ଷିକ ଉତ୍ସବ
କଟକ-ଅଦ୍ୟ ତା. ୦୯.୦୧.୨୬ରିଖ ଶୁକ୍ରବାର: ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)
ସ୍ଥାନୀୟ ଦରଘା ବଜାର, ହାତୀପୋଖରୀ ଛକ ସ୍ଥିତ ମା’ସରସ୍ବତୀ ଶିକ୍ଷା ମନ୍ଦିରର ଊନବିଂଶ ବାର୍ଷିକ ଉତ୍ସବ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବଂଶୀଧର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ଶିକ୍ଷା ବିସ୍ତାର ସମିତି ଓଡ଼ିଶାର ସଭାପତି ରାଜ କିଶୋର ବେହେରା ଉତ୍ସବକୁ ଉଦ୍ ଘାଟନ କରିଥିଲେ। ଘରୋଇ ହୋମିଓପ୍ଯାଥିକ ଚିକିତ୍ସକ ସଂଘ ଓଡ଼ିଶାର ସଭାପତି ଡକ୍ଟର ନେତ୍ରାନନ୍ଦ ଭୋଇ ମୁଖ୍ୟ ଅତିଥି,କଟକ ମାରଓ୍ୱାଡି ସମାଜର ସଭାପତି କଟକର ସଞ୍ଜୟ ଶର୍ମା, ସହକାରୀ ଆରକ୍ଷୀ ଆୟୁକ୍ତ ( ଏ. ସି. ପି.) ଅମିତାଭ ମହାପାତ୍ର ସମ୍ମାନୀତ ଅତିଥି ଓ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ବର୍ତ୍ତମାନ ସମାଜରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମା’ ସରସ୍ବତୀ ଶିକ୍ଷା ମନ୍ଦିର ଉଦ୍ୟମ ପ୍ରଶଂସନୀୟ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କାରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କାରିଥିଲେ। ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ଦାସ ବାର୍ଷିକ ବିବରଣୀ ପାଠ କାରିଥିଲେ। ବରିଷ୍ଠ ଆଚାର୍ଯ୍ୟା ସୁବାସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।୨୦୨୫-୨୬ ଶିକ୍ଷା ବର୍ଷରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜି. ଗୈାତମ ନନ୍ଦ, ପ୍ରୀତିଲଗ୍ନା ସାହୁ, ରିଫତ୍ ଆରା,ପ୍ରତିକ୍ଷା ମୂଳିଆ,ଆୟୁଷ କୁମାର ପୃଷ୍ଟି,ଆଦ୍ୟାଶା ବେହେରା, ସାଇ ପ୍ରସାଦ ସିଂ, ସାଇ ଶୁଭମ ଦାସ, ଗୋବିନ୍ଦ ସାହୁ,ସାଇସ୍ମିତା ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବାର୍ଷିକ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ୯ ଜଣ ଶିଶୁ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେବା ସହ ଚଳିତ ଶିକ୍ଷା ବର୍ଷର ସର୍ବଗୁଣା ସମ୍ପୂର୍ଣ୍ଣ ପୁରସ୍କାର ପାଇଥିଲେ ଶ୍ରୀମାନ ବିଶ୍ୱଜିତ୍ ହୁଇକା ( ତୃତୀୟ) ଓ କୁମାରୀ ହିରଣମୟୀ ନାଥ( ପଞ୍ଚମ) । ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ବବିତା ରାଣୀ ମହାନ୍ତି,ସୁବାସିନୀ ସାହୁ, ସଂଘମିତ୍ରା ବେହେରା, ରେଶମା ଖାତୁନ୍,ସୁମନ ହାତୀ,ସାହିନ୍ ନିଶା,ସାବେନା ହୋସେନ୍, ଏକତା ବେହେରା, ବବିତା ସେନାପତି, ଶୁଭଶ୍ରୀ ବଶାଖ,ମାହିରା ପରଓ୍ୱନ୍ ଙ୍କ ସହ ସମସ୍ତ ଗୁରୁଜୀ/ ଗୁରୁମା ଓ ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷା ବିସ୍ତାର ସମିତି ଓଡିଶା ଦ୍ୱାରା ସହବନ୍ଧିତ ଥିବା କଟକ ସହରର ସବୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ/ ଆଚାର୍ଯ୍ୟାଙ୍କ ସମେତ ଶୁଭେଚ୍ଛୁ ଅଭିଭାବକ ମାନେ ସହଯୋଗ କରିଥିଲେ।












Leave a Reply