ଜନନେତା ଦିଲୀପ ରାୟଙ୍କ ଜନ୍ମଦିନରେ ରାଉରକେଲା ହନୁମାନ ବାଟିକା ପରିସର ଉତ୍ସବମୁଖର
ରାଉରକେଲା ୯/୧, (ଦର୍ଶନ ସମୀକ୍ଷା) ଆଜି ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ହନୁମାନ ବାଟିକା ପରିସରରେ ସମାଜସେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ସାମାଜିକ ସେବା ପ୍ରତି ପ୍ରତିବଦ୍ଧତା ସହ ପାଳନ କରାଯାଇଛି।
ଓଡିଶାର ଗର୍ବ ଓ ଗୌରବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ଦିଲୀପ ରାୟଙ୍କ ଜନ୍ମଦିନ ଆଜି ହନୁମାନ ବାଟିକା ପରିସରରେ ପାଳିତ ହୋଇଯାଇଛି। ଏହି ସେବାଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ହନୁମାନ ବାଟିକାର ଲୋକାରଣ୍ୟ ମଧ୍ଯରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜୟ ହନୁମାନ ସମିତି ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହୋଇଥିଲା। ସମାଜସେବା ସହିତ ଦିଲୀପ ରାୟଙ୍କ ଜନ୍ମଦିନ କାର୍ଯ୍ୟକ୍ରମ ସକାଳ ୧୦ଟା ୩୦ରେ ଏକ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରଗୁଡ଼ିକରେ ସାଧାରଣ ଜନତାଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟଙ୍କ ରାଉରକେଲା ପ୍ରତି ଅବଦାନ ବିଷୟରେ ନିଜ ନିଜର ଅଭିଭାଷଣରେ କହିଥିଲେ। ଏହାପରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ ଅବସରରେ ଓଡଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଏକକ ନୃତ୍ୟ, ସାନ୍ତାଳୀ ନୃତ୍ୟ ପରିବେଷଣ ରାଉରକେଲା ସହରର ନୃତ୍ୟ ଶିଳ୍ପୀମାନେ। ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସାଧାରଣ ସମ୍ପାଦକ ଶୁଭ ପଟ୍ଟନାୟକ, ଟ୍ରଷ୍ଟି ଏମ୍ ଦିନଙ୍କର, ଟ୍ରଷ୍ଟି ଆର. ପି. ଗୁପ୍ତା, ଗଣେଶ ବାଗାଡିଆ ପ୍ରମୁଖ ଉପସ୍ଥିତ ଥିଲାବେଳେ, ଲୋକସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାତୁଲ୍ଯ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଧର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ କରିଥିଲେ ।












Leave a Reply