କନ୍ଧମାଳ : ଖଜୁରୀପଡ଼ା ରେ ବ୍ଲକ୍ ସ୍ତରୀୟ କିଶ୍ୱରୀ ବାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ..
କନ୍ଧମାଳ। କୁନା ଦିଗାଲ (ଦର୍ଶନ ସମୀକ୍ଷା) ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ରେ ଥିବା ଶିଶୁବିକାଶ ଅଧିକାରିଣୀ ଙ୍କ ନେତୃତ୍ୱ ରେ ବ୍ଲକ୍ ସ୍ତରୀୟ କିଶ୍ୱରୀ ବାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଖଜୁରୀପଡ଼ା ବ୍ଲକ୍ ର ଅଧ୍ୟକ୍ଷା ଅନିମା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସେହିପରି ସାମ୍ନାନିତ ଅତିଥିଭାବେ ଗୋଷ୍ଠୀ ଉନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷାଅଧିକାରୀ ଖଜୁରୀପଡ଼ା, ବି ଏସ୍ ଏସ୍ ଓ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଟି ରେ ବ୍ଲକ୍ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ ସମସ୍ତ କିଶ୍ୱରୀ ବାଳିକା ଯୋଗଦେଇ ଥିଲେ l ଆୟୋଜିତ ହେଇଥିବା ବ୍ଲକ୍ ସ୍ତରୀୟ ବୈଠକ ରେ ଉପସ୍ଥିତ ଥିବା ସମସ୍ତ କିଶ୍ୱରୀ ବାଳିକା ମାନଙ୍କ ମଧ୍ୟରେ ଅନେକ ପ୍ରକାର ର ପ୍ରତିଯୋଗିତା କରାଯାଇଥିଲା l ସେଥିମଧ୍ୟରୁ ସମସ୍ତ ପ୍ରତିଯୋଗୀ ଙ୍କ ଠାରୁ ଉତୀର୍ଣ୍ଣ ହେଇ ପ୍ରତିଯୋଗିତା ରେ ପ୍ରଥମ ସ୍ତାନ ଗ୍ରହଣ କରିଥିବା କିଶ୍ୱରୀ ବାଳିକା ନିବେଦିତା ଦିଗାଲ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଏକ ପ୍ରମାଣ ପତ୍ର ଏବଂ ସିଲ୍ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିବା ଦେଖିବାକୁ ମିଳିଛି l କାର୍ଯ୍ୟକ୍ରମ ଟି ସୁଚାରୁରୂପେ ତୁଲେଇ ବା ପାଇଁ ସ୍ୱମନିତ ଶିଶୁବିକାଶ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l












Leave a Reply