Spread the love


ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ। ସ୍ଵାସ୍ଥ୍ଯସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ନିର୍ମାଣ ହୋଇଛି ମୁଖ୍ଯ ଚିକିତ୍ସାଳୟର ନୂତନ କୋଠା । ସୃଷ୍ଟି କରୁଛି ବେସରକାରୀ ଚିକିତ୍ସାଳୟର ଭ୍ରମ । ମୁଖ୍ଯମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶର୍ଯ୍ଯା ବିଶିଷ୍ଟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି । ଏଠାରେ ମିଳିବ ଅତ୍ଯାଧୁନିକ ଚିକିତ୍ସା ସୁବିଧା । ବିଗତ ଦିନରେ ୧୨୦ଶଯ୍ୟା ବିଶିଷ୍ଟ ବେଡ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନୂତନ କୋଠା ନିର୍ମାଣ ଓ ଶର୍ଯ୍ଯା ସଂଖ୍ଯା ୩ଶହକୁ ବୃଦ୍ଧି ପରେ ସ୍ଥାନୀୟ ଲୋକମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି!.
ଏଠାରେ ଅତ୍ଯାଧୁନିକ ଚିକିତ୍ସା ସିଟି ସ୍କାନ , ଡାଏଲେସିସ , ଡିଆଇସି , ଏନଆରସି ,ସେଣ୍ଟ୍ରାଲ ଲାବ , ସେଣ୍ଟ୍ରାଲ ଡାଇଗ୍ନୋଷ୍ଟିକ ୟୁନିଟ ଓ ସ୍ୱତନ୍ତ୍ର ଇନଫେକସନ୍ ୟୁନିଟ ଆଦି ରହିଛି। ବିଶେଷ କରି ରୋଗୀଙ୍କ ସଂପର୍କୀୟ ମାନଙ୍କ ପାଇଁ ୬୦ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ହୋଇଛି। ଏହି କୋଠାଟି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କ ତତ୍ୱାବଧାନରେ ଲୋକାର୍ପଣ ହୋଇପାରିଛି ବୋଲି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି!.

Related Post

Leave a Reply

Your email address will not be published. Required fields are marked *

You Missed