ଦୀପ୍ତି ରଞ୍ଜନ କାନୁନଗୋ //ସାପ୍ତାହିକ ‘ଦି ଟେଲିଗ୍ରାଫ୍’ ଓ ସମାଲୋଚନା ପତ୍ରିକା ‘କଜଳପାତି ଭଦ୍ରଲୋକ’ପ୍ରଜାତନ୍ତ୍ର ଦୁର୍ମୁଖ ଭଳି ପତ୍ରିକା ରେ ସାମ୍ବାଦିକତା କରିବା ଓ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସାମ୍ବାଦିକତା ବୃତି ଜାରି ରଖିବା ପରେ 2025 ରେ ପ୍ରୋତ୍ସାହନ ମିଳିଲା

Spread the love

ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସାମ୍ବାଦିକତା ବୃତି ଜାରି ରଖିବା ପରେ ପ୍ରୋତ୍ସାହନ ମିଳିଲା

ଭୁବନେଶ୍ୱର :ଦର୍ଶନ ସମୀକ୍ଷା

୧୯୭୩ ମସିହା ରେ ମାଟ୍ରିକ୍ ପରୀକ୍ଷା ଦେଇ ସାରିବା ପରେ ସାମ୍ବାଦିକତା ବୃତି ପ୍ରତି ଆକର୍ଷିତ ହୋଇ ପ୍ରଥମେ ରେମୁଣା ସମାଚାର ନାମକ ଏକ ସାପ୍ତାହିକ ଖବର କାଗଜରେ ସାମ୍ବାଦିକତା ଆରମ୍ଭ । ପରେ ପରେ ଜଗତସିଂହପୁର ଜିଲା ରାହାମା ଠାରେ ଥିବା ସମ୍ବାଦ ସରବରାହ ସଂସ୍ଥା ୟୁୁନାଇଟେଡ଼୍ ପ୍ରେସ ଇନଫର୍ମେସନ୍ (ୟୁପିଆଇ) ଓ ଏହା ଅଧିନରେ ଥିବା ସାପ୍ତାହିକ ‘ଦି ଟେଲିଗ୍ରାଫ୍’ ଓ ସମାଲୋଚନା ପତ୍ରିକା ‘କଜଳପାତି ଭଦ୍ରଲୋକ’ରେ କିଛି ବର୍ଷ ସାମ୍ବାଦିକତା କରି ବୃତି ପ୍ରତି ଆକର୍ଷଣ ବଢ଼ି ଚାଲିଲା ।

ନଦୀ ନାଳ ଘେରା ମହାନଦୀ ଚିତ୍ରୋପôଳା ଦ୍ୱୀପଂଚଳ ରେ ସେତେବେଳେ କେବଳ ଡ଼ାକ ଛଡ଼ା ଅନ୍ୟ କୌଣସି ଯୋଗାଯୋଗର ବ୍ୟବସ୍ଥା ନଥିଲା । ରାସ୍ତା ଘାଟ ଅବସ୍ଥା ବର୍ଣ୍ଣନା କରିବାକୁ ଭାଷା ନାହିଁ । ଏଭଳି ସମୟରେ ଗୋଟିଏ ଖବର ଡ଼ାକ ଯୋଗେ ପଠାଇବା ର ପ୍ରାୟ ଏକ ସପ୍ତାହ ପରେ ଖବର ପ୍ରକାଶ ପାଏ ଏବଂ ପ୍ରକାଶ ପାଇଥିବା ଖବର ଦେଖିବାକୁ ପୁଣି ଆଉ ଏକ ସପ୍ତାହ ଦରକାର । ତେବେ ସାମ୍ବାଦିକତା ପ୍ରତି ଆଗ୍ରହ ଥିବାରୁ କଲେଜ ରେ ପଢ଼ିବା ସହିତ ମଝିରେ ମଝିରେ କଲେଜ ଛୁଟି ସମୟରେ ସାମ୍ବାଦିକତା କରୁଥିଲି । ତେବେ ବି.ଏ ପରୀକ୍ଷା ପରେ ପୁଣି ସାମ୍ବାଦିକତା ଜାରି ରଖିଥିଲି । ସମ୍ବାଦ ସରବରାହ ସଂସ୍ଥା ପ୍ରେସ୍ କମ୍ୟୁନିକେସନ୍ ଅଫ୍ ଇଣ୍ଡିଆ(ପିସିଆଇ), ସମ୍ବାଦ ସରବରାହ ସଂସ୍ଥା ପ୍ରେସ୍ ନ୍ୟୁଜ ସର୍ଭିସ (ନ୍ୟୁଜ୍),ସମାଲୋଚନା ପତ୍ରିକା ଦୁର୍ମୁଖ ଓ ଗୋଳମାଳ , ଇପିଏ ଉଇକ୍ଲି , ଦୈନିକ ନ୍ୟାୟବତୀ, ପ୍ରଜାତନ୍ତ୍ର,ଖବର,ପର୍ଯ୍ୟବେକ୍ଷକ,ନନ୍ଦିନୀ ଆନ୍ତର୍ଜାତିୟ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ଆଦି ବିଭିନ୍ନ ଖବର କାଗଜ ଓ ସମ୍ବାଦ ସରବରାହ ସଂସ୍ଥା ରେ ଦୀର୍ଘ ୫୨ ବର୍ଷର ସାମ୍ବାଦିକତାର ଯାତ୍ରା । ହେଲେ ବଣ ମଲ୍ଲୀ ବଣ ରେ ଫୁଟି ମଉଳି ଯିବା ଭଳି ଦୀର୍ଘବର୍ଷର ଅଭିଜ୍ଞତା କୁ ସ୍ୱିକୃତୀ ମିଳିନଥିଲା । ୨୦୧୦ ମସିହା ଡ଼ିସେମ୍ବର ମାସରେ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ରୁ ଅବ୍ୟାହତି ନେଇ ୱେବ ନ୍ୟୁଜ ପୋର୍ଟାଲ ଓଡ଼ିଶା ସମାଚାର (ଇଓଡ଼ିଶା ସମାଚାର ଡ଼ଟ କମ) ଆରମ୍ଭ କରି ସ୍ୱାଧିନ ଭାବେ ସାମ୍ବାଦିକତା ଜାରି ରଖିଛି । ତଥାପି ରାଜ୍ୟ ସରକାର ଙ୍କ ଠାରୁ ଏ ପର୍ଯ୍ୟନ୍ତ ସ୍ୱିକୃତୀ ମିଳିନାହିଁ ।

ହେଲେ ୨୦୨୫ ମସିହା ଯିବା ପୂର୍ବରୁ ଗୌରବ ଆଣି ଦେଇଛି । ଗୋଟିଏ ସପ୍ତାହ ମଧ୍ୟରେ ସମ୍ମାନଜନକ ଡ଼କ୍ଟରେଟ୍ , ଭାରତ ରତ୍ନ , ପିଏମ ମୋଦି ଭଜିଅନ୍ ଅଫ ଆୱାର୍ଡ଼ ଆଦି ମିଳିବା ପରେ ସାମ୍ବାଦିକତା ବୃତି ପ୍ରତି ଉତ୍ସାହ ବଢ଼ି ଯାଇଛି ।

Leave a Reply

Your email address will not be published. Required fields are marked *