ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ମେଳା
ପିପିଲି : ଦର୍ଶନ ସମୀକ୍ଷା
ଆଜି ପିପିଲି ଶ୍ରୀରାମ ନଗରୀ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି. ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ପରିବେଶ ପ୍ରଦୂଷଣ ନିରାକାରଣ ଉପରେ ପ୍ରକଳ୍ପ ପ୍ରସ୍ତୁତ କରିଥିବା ଦେଖା ଯାଇଥିଲା. ବିଚାରକ ଭାବେ ସୋମନାଥ ଦେବ ବିଦ୍ୟାପୀଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ଦାସ, ଗୋପ ଏ ବି ଡି ଓ ଦୀପକ କୁମାର ଜେନା ଏବଂ ଶିକ୍ଷାବିତ ଶାରଦା ନନ୍ଦ ପ୍ରଧାନ ଯୋଗଦେଇ ସମସ୍ତ ପ୍ରକଳ୍ପ ର ମାନ ନିର୍ଧାରଣ କରିଥିଲେ. ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ତରୁନପ୍ରଭା ପତି ଙ୍କ ସଭାପତିତ୍ୱ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ କନିଷ୍ଠ ବର୍ଗରେ ପ୍ରତ୍ୟୁଷ ମହାପାତ୍ର ( ପ୍ରଥମ ), ଲକ୍ଷ୍ମୀପ୍ରିୟା ନାୟକ ( ଦ୍ଵିତୀୟ ) ଏବଂ ଶୁଭଶ୍ରୀ ମହାପାତ୍ର (ତୃତୀୟ ) ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ଏସ କେ ଏହେସାନ (ପ୍ରଥମ ), ସୁଶ୍ରୀ ପ୍ରିୟଦର୍ଶିନୀ ଦାସ (ଦ୍ଵିତୀୟ) ଏବଂ ଲକ୍ଷ୍ମୀକାନ୍ତ ଭୋଇ (ତୃତୀୟ ) ସ୍ଥାନ ଅଧିକାର କରି ଅତିଥି ମାନଙ୍କ ହାତରୁ ମାନପତ୍ର ଗ୍ରହଣ କରିଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଜ୍ଞାନ ଶିକ୍ଷକ ପ୍ରେମାନନ୍ଦ ପ୍ରଧାନ ଏବଂ ମିନତୀ ସାମନ୍ତରାୟ ପରିଚାଳନା କରିଥିଲେ l











