ଗଜପତି // ନାବାଳିକା ବେଳେ ନିଖୋଜ କେଶମଣି ବିବାହ ହୋଇ ସନ୍ତାନର ମା ହେଲା ପରେ ଉଦ୍ଧାର

Spread the love

ପାରଳାଖେମୁଣ୍ଡିରେ କାର୍ତ୍ତିକ ପୂର୍ଣ୍ଣିମାରେ ମହେନ୍ଦ୍ରତନୟା ନଦୀ କୂଳରେ ଡଙ୍ଗା ଭସା ଉତ୍ସବ ପାଳିତ

ପାରଳାଖେମୁଣ୍ଡି, 24/11 (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ଠାରେ ମହେନ୍ଦ୍ରତନୟା ନଦୀ କୂଳରେ ଡଙ୍ଗା ଭସାଇବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ଭୋରରୁ ଶ୍ରଦ୍ଧାଳୁମାନେ ନଦୀ କୂଳରେ ପହଞ୍ଚି ତୁଳସୀ ଚଉଁରା ନିକଟରେ ପୁଜାର୍ଚ୍ଚନା କରି କଦଳୀ ପଟୁଆ ଓ ସୋଲ ନିର୍ମିତ ଡଙ୍ଗାରେ ଦୀପ ଜାଳି, ଗୁଆ ପାନ, ଫୁଲରେ ସଜାଇ “ଆ କା ମା ବୈ, ଗୁଆପାନ ଥୋଇ, ଗୁଆପାନ ତୋର, ମାସକ ଧରମ ମୋର” କହି ନଦୀରେ ଭସାଇଥିଲେ।

ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ନୌକାଯୋଗେ ଜାଭା, ସୁମାତ୍ରା ଓ ବାଲି ଆଦି ଦ୍ୱୀପକୁ ଯାତ୍ରା କରୁଥିଲେ। ସେହି ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ସାଧବମାନଙ୍କ ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଡଙ୍ଗା ଭସା ଉତ୍ସବ ପାଳନ ହୋଇଆସୁଛି।ଏହି ପବିତ୍ର ଅବସରରେ ସହରର ବିଭିନ୍ନ ମଠ ଓ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।
ବିଭିନ୍ନ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ, ହରିନାମ ସଂକୀର୍ତ୍ତନ ଓ ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିଲା।

ଗଜପତି : ନାବାଳିକା ବେଳେ ନିଖୋଜ କେଶମଣି ବିବାହ ହୋଇ ସନ୍ତାନର ମା ହେଲା ପରେ ଉଦ୍ଧାର
ପାରଳାଖେମୁଣ୍ଡି, 24/11(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ଜଣେ ନାବାଳିକା 10 ବର୍ଷ ତଳେ ନିଖୋଜ ହୋଇଥିଲେ. ଗତ କିଛି ବର୍ଷ ତଳେ ସେ ବିବାହ ସମ୍ପନ୍ନ କରି ମା ହେବା ପରେ ବର୍ତ୍ତମାନ ଉଦ୍ଧାର ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନା ପରିମଳ ପଞ୍ଚାୟତ ନୂଆସାହି ଗ୍ରାମର କେଶମଣି ଗମାଙ୍ଗଙ୍କୁ ଦୀର୍ଘ ୧୦ ବର୍ଷ ତଳେ ନାବାଳିକା ଥିବା ସମୟରେ ନିଖୋଜ ହୋଇଥିଲେ. ଏନେଇ ସେତେବେଳେ ଆର. ଉଦୟଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା. ବର୍ତ୍ତମାନ ସେ ନାବାଳିକା ବିବାହ ସମ୍ପନ୍ନ କରି ସନ୍ତାନର ମାଆ ହେବା ପରେ ପୋଲିସ ଦ୍ୱାରା ଉଦ୍ଧାର ହୋଇଛି. ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ତାଙ୍କ ଅନ୍ତର୍ଦ୍ଧାନର ରହସ୍ୟ ଓଡ଼ିଶାର ବାଲେଶ୍ଵରରେ ଉନ୍ମୋଚିତ ହୋଇଛି। ଇତିମଧ୍ୟରେ ସେ ବିବାହ କରିଥିବା ବେଳେ ତାଙ୍କର ଏକ ସନ୍ତାନ ଥିବା ଜଣାପଡ଼ିଛି। ଏନେଇ ରା.ଉଦୟଗିରି ଥାନା ଅଧିକାରୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି। ୨୦୧୬ ଅକ୍ଟୋବର ୩ ତାରିଖରେ କାଞ୍ଜି ଗମାଙ୍ଗ (୭୦)ଙ୍କ ଝିଅ କେଶମଣି ହଠାତ୍‌ ନିଖୋଜ ହୋଇଯାଇଥିଲେ | ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା। ଏନେଇ ବାପା କାଞ୍ଜି ରା.ଉଦୟଗିରି ଥାନାରେ ଏତଲା ଦେଇଥିବା ବେଳେ କେସ୍ ନମ୍ବର ୬୪/୨୦୧୬ରେ ମାମଲା ରୁଜୁ ହୋଇଥିଲା। ସୂଚନାନୁସାରେ, ୧୦ ବର୍ଷ ତଳେ ଅଞ୍ଚଳର କେତେକ ଲୋକ କାମ କରିବା ପାଇଁ ତାମିଲନାଡୁର କନ୍ୟାକୁମାରୀସ୍ଥିତ ଏକକମ୍ପାନିକୁ ଯାଇଥିଲେ। କେଶମଣି ପରିବାରକୁ କୌଣସି ସୂଚନା ନଦେଇ ସେମାନଙ୍କ ସହ ସେଠାକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ଗାଁର ଅନ୍ୟ ଲୋକମାନେ ଫେରିଆସିଥିଲେ ମଧ୍ୟ କେଶମଣି ଘରକୁ ଫେରି ନଥିଲେ। ପରିବାରଖୋଜାଖୋଜି କରିଥିଲେ। ଏହାସହ ପୁଲିସ ବି ସେଠାରେ ପହଞ୍ଚିଥିଲା । କିନ୍ତୁ ଏହାପୂର୍ବରୁ କେଶମଣି କନ୍ୟାକୁମାରୀ ଛାଡ଼ି ଅନ୍ୟତ୍ର ପଳାଇଥିଲେ। ଏହାପରଠୁ ତାଙ୍କର କୌଣସି ସୁରାକ୍ ମିଳି ନଥିଲା। ତଥାପି ପୁଲିସ ତଦନ୍ତ ଜାରି ରଖିଥିଲା । କନ୍ୟାକୁମାରୀ ସମେତ ହାଇଦ୍ରାବାଦର ବିଭିନ୍ନ କମ୍ପାନି ଓ ପ୍ରତିଷ୍ଠାନରେ ଖୋଜାଖୋଜି କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ କେଶମଣି ବାଲେଶ୍ବରରେ ରହୁଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଆର.ଉଦୟଗିରି ପୁଲିସର ଏକ ଟିମ୍ ବାଲେଶ୍ବରରେ ପହଞ୍ଚି ତାଙ୍କୁ ଠାବ କରିଥିଲା | ଆଧାର ନମ୍ବର ମାଧ୍ୟମରେ ତାଙ୍କ ପରିଚୟ ଯାଞ୍ଚ କରାଯିବା ପରେ ସେ କେଶମଣି ବୋଲି ସ୍ପଷ୍ଟ ହୋଇଥିଲା | ନାବାଳିକା ବେଳେ ନିଖୋଜ ଥିବା କେଶମଣି ବର୍ତ୍ତମାନ 10 ବର୍ଷ ପରେ ଆର. ଉଦୟଗିରି ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ନେଇ ତାଙ୍କ ପରିବାରବର୍ଗ ଆନନ୍ଦ ପ୍ରକାଶ କରିଛନ୍ତି.

ରାମାୟାଗୁଡା ଗ୍ରାମରେ କିଡ଼ନି ରୋଗ ପ୍ରାଦୃଭାବରେ ଲୋକେ ଆତଙ୍କିତ
ପାରଳାଖେମୁଣ୍ଡି, 23/11(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ କେ.ସୀତାପୁର ପଞ୍ଚାୟତ ଅଧୀନ ରାମାୟାଗୁଡ଼ା ଗ୍ରାମରେ କିଡ୍‌ନି ରୋଗର ଆତଙ୍କରେ ଲୋକ ଆତଙ୍କିତ ହେଉଥିବା ଅଭିଯୋଗ ହୋଇଛି. ଏହାର ମୁଖ୍ୟ କାରଣ ହେଲା ନଳକୂପର ଦୂଷିତ ପାଣି ପିଇ ଗ୍ରାମବାସୀ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଉକ୍ତ ନଳକୂପର ପାଣିର ରଙ୍ଗ ନାଲି ହୋଇଥିବା ବେଳେ ଏଥିରେ ତେଲିଆ ପଦାର୍ଥ ଭାସୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ଗ୍ରାମବାସୀ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଭୟରେ ଆତଙ୍କିତ ହୋଇ ଦିନ କାଟୁଛନ୍ତି ।ଗ୍ରାମବାସୀମାନେ କହିଛନ୍ତି, ଶହେରୁ ଅଧିକ ଲୋକ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଆସୁଛନ୍ତି. ଏଠାରେ ବିକଳ୍ପ ଜଳଉତ୍ସ ନଥିବାରୁ ସେମାନେ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି ।

ଦୀର୍ଘବର୍ଷ ଧରି ଏହି ପାଣିକୁ ବ୍ୟବହାର କରିବା ଫଳରେ ଗ୍ରାମର ଏକାଧିକ ଲୋକ କିଡ୍‌ନି ରୋଗରେ ପୀଡ଼ିତ ହୋଇଛନ୍ତି।
ଏବେ ଗ୍ରାମର ଜି.ରମେଶ, ଜି.ରାମାୟା, ବି.ରାମଆୟା, ବି.ମୋହନ ରାଓ ଓ ବି.ଲକ୍ଷ୍ମଣ ରାଓ ଆନ୍ଧ୍ରପ୍ରଦେଶରେ ଚିକିତ୍ସିତ ହେଉଛନ୍ତି | ଏହାବ୍ୟତୀତ ପ୍ରତିବର୍ଷ ଏହି ରୋଗରେ ଗ୍ରାମରେ ଏକାଧିକ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି। ତେବେ ନଳକୂପର ପାଣିରେ କେଉଁ ପ୍ରକାର ରାସାୟନିକ ବା ଖଣିଜ ପଦାର୍ଥ ରହିଛି ଏବଂ ଏହାର ବ୍ୟବହାର ସହ କିଡ୍‌ନି ରୋଗର କୌଣସି ସମ୍ପର୍କ ରହିଛି କି ନାହିଁ, ଏହା ଜାଣିବା ପାଇଁ ପରୀକ୍ଷାନିରୀକ୍ଷା କରିବା ଜରୁରୀ ହୋଇପଡ଼ିଛି। ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଳକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପାନୀୟ ଜଳଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ତଥାପି ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା ସରପଞ୍ଚ କେ.ତେଜେଶ୍ବର ରାଓ ଅଭିଯୋଗ କରିଛନ୍ତି ।