ଗଜପତି ଜିଲ୍ଲା// ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ମହିଳା ଓ ଅସହାୟ ଅଜଣା ନାବାଳିକାଙ୍କୁ ଉଦ୍ଧାର କରି ଦେବଦୂତ ସାଜିଲେ ସମାଜସେବୀ ଜସ୍ମିନ୍ ଶେଖ

Spread the love

ଅସହାୟ ଅଜଣା ନାବାଳିକାଙ୍କୁ ଉଦ୍ଧାର କରି ଦେବଦୂତ ସାଜିଲେ ସମାଜସେବୀ ଜସ୍ମିନ୍ ଶେଖ

ପାରଳାଖେମୁଣ୍ଡି,11/11(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ପୌର ପରିଷଦର ୯ ନମ୍ବର ୱାର୍ଡ ଅନ୍ତର୍ଗତ ବେବର୍ତ୍ତା ସାହିରୁ ଜଣେ ଅଜଣା ନାବାଳିକା ଝିଅଙ୍କୁ ଉଦ୍ଧାର କରି ଦେବଦୂତ ସାଜିଛନ୍ତି ସମାଜସେବୀ ଜସ୍ମିନ୍ ଶେଖ।
ସ୍ଥାନୀୟ ବାସିନ୍ଦାମାନେ ଜଣେ ଅଜଣା ନାବାଳିକାଙ୍କୁ ଦେଖି ଚିନ୍ତିତ ହେବା ସହ ସମାଜସେବୀ ଜସ୍ମିନ୍ ଶେଖଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଜସ୍ମିନ୍ ଶେଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ସୁରକ୍ଷା ନିମନ୍ତେ ଆଗକୁ ଆସିଥିଲେ। ସେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡଲାଇନ୍‌କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ।

ଏହାପରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସୁନିତା ରଥ ମ୍ୟାଡାମ୍ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ଜସ୍ମିନ୍ ଶେଖଙ୍କ ସହଯୋଗରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇଥିଲେ। ସେଠାରେ ତାଙ୍କର ସୁରକ୍ଷା ଓ ଆବଶ୍ୟକୀୟ ଯତ୍ନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।

ସୂଚନା ଅନୁଯାୟୀ, ନାବାଳିକାଙ୍କୁ ତାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପଚରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଫଳରେ ତାଙ୍କ ପରିଚୟ ଓ ପରିବାର ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ଏହି ଘଟଣାରେ ସମାଜସେବୀ ଜସ୍ମିନ୍ ଶେଖଙ୍କ ତତ୍ପରତା, ସାହସିକତା ଓ ମାନବିକତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଜଣେ ଅସହାୟ ନାବାଳିକାଙ୍କ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନେବା ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।
ଗଜପତିରେ ସାମାଜିକ ସୁରକ୍ଷା ଯୋଜନାର ବିକଳ ଚିତ୍ର…..

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ମହିଳା ପାରଳାଖେମୁଣ୍ଡି, 11/11(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାର ବିକଳ ଚିତ୍ର ନଜରକୁ ଆସିଛି. ଏହି ଯୋଜନା ଗଜପତି ଜିଲ୍ଲାରେ ବାସ୍ତବ ଠାରୁ ବହୁ ଦୂରରେ ରହିଛି. ଯଦ୍ୱାରାକି ଜଣେ ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି.

ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ସେରଙ୍ଗ ଗ୍ରାମର ନିପୁଳା କର ଭତ୍ତା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗୁମ୍ମା ବିଡ଼ିଓଙ୍କ କାର୍ଯାଳୟକୁ ଆସି ଭତ୍ତା ପ୍ରଦାନ ପାଇଁ ନିବେଦନ କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ 2 ମାସ ଧରି ଗୁମ୍ମା ବ୍ଲକରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ. ଅତ୍ୟନ୍ତ ଗରିବ ଓ ଆର୍ଥିକ ସ୍ଥିତି ଭଲ ନ ଥିବା ସେରଙ୍ଗ ଗ୍ରାମର ନିପୁଳା କର ଔଷଧ, ନିତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଟଙ୍କାଟିଏ ନଥିବାରୁ ବାଧ୍ୟ ହୋଇ ଗୁମ୍ମା ବ୍ଲକ ବିଡ଼ିଓଙ୍କ କାଯ୍ୟଳୟରେ ପହଞ୍ଚି ଭତ୍ତା ପ୍ରଦାନ ପାଇଁ ବିଡ଼ିଓଙ୍କୁ ନେହୁରା ହୋଇଛନ୍ତି. ସମ୍ପୃକ୍ତ ମହିଳାଙ୍କ ଅସହାୟ ଅବସ୍ଥା ଦେଖି ଗୁମ୍ମା ବ୍ଲକ ପ୍ରଶାସନ ଦୁଃଖିତ ହେବାସହ ଅତି ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମହିଳାଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି.

ବିଶିଷ୍ଟ ବାମପନ୍ଥୀ ନେତା ବିଦ୍ୟାଧର ପାତ୍ରଂକ ଦ୍ୱାଦଶ ଦିବସ ସ୍ମୁତି ସଭାରେ ଭବ୍ୟ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି,11/11(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମରେ ବର୍ଷୀୟାନ୍ ନେତା ବିଦ୍ୟାଧର ପାତ୍ରଂକ ଦ୍ୱାଦଶ ସ୍ମୁତି ସଭାରେ ଓଡିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ହଜାରରୁ ଅଧିକ ସମର୍ଥକ ଯୋଗଦାନ କରିଥିଲେ। ପ୍ରମୁଖ ନେତାଙ୍କ ମଧ୍ୟରେ ସିପିଆଇ (ଏମଏଲ)ର ଜେନା ସୁଭାସ,ସମାଜସେବୀ ମହେନ୍ଦ୍ର ପରିଡା,ତିରୁପତି ଗମାଙ୍ଗ, ପିତବାସ ସାମଲ,ରଜନୀ ରାଉତ,ଉମାକାନ୍ତ ପାତ୍ର,ନିଳମଣୀ ପାତ୍ର, ଭୋଳାନାଥ ପାତ୍ର ଓ ପ୍ରଦୀପ ଜେନା ଉପସ୍ଥିତ ଥିଲେ। ବକ୍ତାମାନେ ଦିବଂଗତ ପାତ୍ରଂକର ସାଂଗଠନିକ ଭୂମିକା,ନେତୃତ୍ବ ନେବାରେ ଅହଂ ଭୂମିକା,ବିକାଶ ଦିଗରେ ତାଂକର ଅବଦାନ ତଥା ସମାଜରେ ବସବାସ କରୁଥିବା ତୃଣମୂଳସ୍ତରର ଲୋକଂକ ବିକାଶ ଦିଗରେ ତାଂକର ଶ୍ରେଷ୍ଠ ଭୂମିକା ଅବଗତ କରିଥିଲେ।

ଜଣେ ଆଜୀବନ ସଂଗ୍ରାମୀ ହିସାବରେ ସାମାଜିକ ନ୍ୟାୟ ପ୍ରତି ଗୁରୁତ୍ବ ଦେଉଥିଲେ।ତାଂକର ଅକାଳ ବିୟୋଗ ଜଣେ ଶ୍ରେଷ୍ଠ କର୍ମୀ ହରାଇଲା ଯାହା ନିଜ ମନ୍ତବ୍ୟରେ କହିଥିଲେ।ଚାଷୀ ମୂଲିଆ ମାନଂକୁ ନିଜର ପରିବାର ଭାବି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଧିକାର ସାବ୍ଯସ୍ତ ପାଇଁ ନିଜର ଜୀବନର ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିଥିଲେ।ପଡୋଶୀ ଆନ୍ଧ୍ରପ୍ରଦେଶ, ଗୁଣୁପୁର, ରାୟଗଡ଼ା ଓ ଭୂବନେଶ୍ୱରରୁ ତାଂକୁ ଭଲପାଉଥିବା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ଶେଷରେ ସମସ୍ତଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।ସମାଜସେବୀ ସଂଜୟ ରାଉତ ତଥା ଅନ୍ୟାନ୍ୟ ଗ୍ରାମବାସୀ ସହଯୋଗ କରିଥିଲେ।

ଗଜପତିରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି,୧୧.୧୧(ତାରିଣୀ ପ୍ରସାଦ ପଣ୍ଡା): ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଥିବା ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ଏଭଳି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍‌ଗୁନୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମୁନୀନ୍ଦ୍ର ହୋନନଗା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ, ବରିଷ୍ଠ କ୍ରୀଡ଼ାବିତ୍ କିଶୋର ରଥ, ସାମଜିକ କର୍ମୀ ଶ୍ରୀ ହୃଷିକେଶ ଗୌଡ଼ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ତ୍ରିନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଯୁବ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିବା ସହ ଯୁବୋତ୍ସବର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଯୁବୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ମହାବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ଗୋଷ୍ଠୀଗତ ଲୋକନୃତ୍ୟ, ଗୋଷ୍ଠୀଗତ ଲୋକଗୀତ, କାହାଣୀ ଲିଖନ, ଚିତ୍ରକଳା, କବିତା ଲିଖନ ଓ ବକ୍ତୃତା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ସହ- ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଏକ ସାମୂହିକ ସଂକଳ୍ପ ନେବାକୁ ପ୍ରେରିତ କରିବା ।
ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଜେତାମାନେ ଆଗାମୀ ରାଜ୍ୟସ୍ତରୀୟ ଯୁବୋତ୍ସବରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ଏହି ଯୁବୋତ୍ସବ ଯୁବପିଢ଼ିଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ନେତୃତ୍ୱ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ଚେତନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିବ।

ଅର୍ଣ୍ଣବ ବାତ୍ୟାର ରିଲିଫ ବଣ୍ଟନ ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 11/11(ତାରିଣୀ ପ୍ରସାଦ ପଣ୍ଡା):

ଅର୍ଣ୍ଣବ ବାତ୍ୟାଜନିତ କ୍ଷୟକ୍ଷତି ଭରଣ ପାଇଁ ରିଲିଫ ବଣ୍ଟନ ଅବ୍ୟବସ୍ଥାର ସୁଧାର ଆଣିବା ପାଇଁ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସାକ୍ଷାତ କରି ଆଲୋଚନା କରିଥିବା ସୂଚନା ମିଳିଛି. ଗତକାଲି ଭୁବନେଶ୍ଵର ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସାକ୍ଷାତ କରିଛନ୍ତି । ଜିଲ୍ଲାର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏହାର ତ୍ବରିତ ସମାଧାନ ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି. ବିଶେଷକରି, ଗୋଷାଣୀ ବ୍ଳକର ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ବର୍ଷା ଓ ବନ୍ୟା ସମୟରେ ବିପଦର ସମ୍ମୁଖୀନ ହେଉଛି ।

ଯଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଧାୟକ ଦାବି ଜଣାଇଛନ୍ତି । ସେହିଭଳି, ମହେନ୍ଦ୍ରତନୟା ନଦୀରେ ରହିଥିବା ତ୍ରୁଟି ଦୂର କରିବାକୁ ସେ ଦାବି କରିଥିଲେ । ଆଲୋଚନା ସମୟରେ ଗଜପତି ଓ କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ସମ୍ଭାବ୍ୟ ଭୂସ୍ଖଳନ ସ୍ଥଳରେ ଦେଖା ଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପ୍ରସଙ୍ଗ ମଧ୍ୟ ଉଠିଥିଲା ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ରଯୋଜନା ପ୍ରସ୍ତୁତ କରା ଯାଇଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାସହ ଭୂସ୍ଖଳନ ସମସ୍ୟାର ବୈଜ୍ଞାନିକ ଅନୁଧ୍ୟାନ ଓ ସ୍ଥାୟୀ ପ୍ରତିକାର ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଜଣାଇ ଥିବା ସୂଚନା ମିଳିଛି.