ବୌଦ୍ଧ : ହରଭଙ୍ଗା ବ୍ଲକ୍ ପାଇଁ ଗର୍ବ ଓ ଗୌରବ -କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ସୁରଭି – 2026 ନିମନ୍ତେ ଚିତ୍ରାଙ୍କନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ.
କୁନା ଦିଗାଲ (ଦର୍ଶନ ସମୀକ୍ଷ)
ହରଭଙ୍ଗା ବ୍ଲକ୍ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ସାଇସାନ ସାହୁ ଜୁନିଅର ଦିବ୍ୟାଙ୍ଗ ଗ୍ରୁପରେ ଗତ 7-11-2026 ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ସୁରଭି -2026 ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ନଭେମ୍ବର 12,13,14 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି – 2026 କୁ ମନୋନୀତ ହୋଇଅଛନ୍ତି l ଏଥି ନିମନ୍ତେ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ବେହେରା ଙ୍କ ଦ୍ୱାରା ଏକ ସଭା ର ଆୟୋଜନ କରାଯାଇ ତାଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ କୁମୁଦିନୀ ଝାଙ୍କର ଉପସ୍ଥିତ ଥିଲେ l ଶ୍ରୀ ସାହୁ ଲିଭେଲ -III ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଙ୍କର କନିଷ୍ଠ ପୁତ୍ର ଅଟନ୍ତି l











