Spread the love

ସାଇବର ସୁରକ୍ଷା ଆମର ଲକ୍ଷ୍ୟ, ସଚେତନତା ଆମର ଶକ୍ତି; ସୁରକ୍ଷିତ ଓଡ଼ିଶା ଗଠନ ଆମର ସଂକଳ୍ପ ।”

ଭୁବନେଶ୍ବର : ୩.୧୧. ୨୦୨୬ ରେ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

“ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ଏକ ଭଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା “ସାଇବର ସୁରକ୍ଷା – ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ – ମିଶନ୍ ସାଇବର ସୁରକ୍ଷିତ ଓଡ଼ିଶା।” ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଥିଲେ ସାଇବର ଇନୋଭେସନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସାଇବର ସୁରକ୍ଷା ପରାମର୍ଶଦାତା ଡଃ ଲିଙ୍ଗରାଜ ସେଠୀ ।

ବର୍ତ୍ତମାନର ଆଧୁନିକ ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଏକ ଗୁରୁତ୍ବପୂର୍ଣ ସାମାଜିକ ଓ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି I ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ଅନଲାଇନ୍ ବ୍ୟାଙ୍କିଙ୍ଗ୍, ଡିଜିଟାଲ ପେମେଣ୍ଟ ଏବଂ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ମାନବ ଜୀବନକୁ ସହଜ ଓ ସୁବିଧାଜନକ କରିଥିବା ବେଳେ ସାଇବର ଅପରାଧ, ଅନଲାଇନ୍ ଆର୍ଥିକ ଠକେଇ, ତଥ୍ୟ ଚୋରି, ପରିଚୟ ଜାଲିଆତି ଏବଂ ସୋସିଆଲ ମିଡିଆର ଅପବ୍ୟବହାର ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଉଛି I ଏହି ପରିପ୍ରେକ୍ଷୀରେ ଡଃ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏହି ପରିସ୍ଥିତିରେ “ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ” ବାର୍ଭାକୁ ଆଧାର କରି ମିଶନ୍ ସାଇବର ସୁରକ୍ଷିତ ଓଡ଼ିଶା ଭଳି ଜନସଚେତନତାମୂଳକ ଅଭିଯାନର ଗୁରୁତ୍ବ ଅଧିକ ରହିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା, ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ପ୍ରତି ଉତ୍ସାହିତ କରିବା।

ବିଶେଷକରି ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା, ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ସାଇବର ଠକେଇର ବିଭିନ୍ନ କୌଶଳ ବିଷୟରେ ଅବଗତ କରାଇବା ଆବଶ୍ୟକ I OTP, PIN, ପାସୱାର୍ଡ ଓ ବ୍ୟାଙ୍କିଙ୍ଗ୍ ସମ୍ୱନ୍ଧୀୟ ଗୋପନୀୟ ତଥ୍ୟ କାହା ସହିତ ଆଦାନପ୍ରଦାନ ନ କରିବା, ସନ୍ଦେହଜନକ ଲିଙ୍କ୍‌ରେ କ୍ଲିକ୍ ନ କରିବା, ଶକ୍ତିଶାଳୀ ପାସୱାର୍ଡ ରଖିବା ଏବଂ ସୋସିଆଲ ମିଡିଆକୁ ସତର୍କତାର ସହ ବ୍ୟବହାର କରିବା ଏହି ଅଭିଯାନର ପ୍ରମୁଖ ସଚେତନତାମୂଳକ ବାର୍ତ୍ତା ହେବା ଉଚିତ ସହିତ ସାଇବର ଅପରାଧର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ନମ୍ଵର କିମ୍ବା ସରକାରୀ ସାଇବର ଅପରାଧ ପୋର୍ଟାଲରେ ଅଭିଯୋଗ କରିବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବା ଆବଶ୍ୟକ। ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧ ଟି ବିଶ୍ବବିଦ୍ୟାଳୟ ଓ ୯ ଟି ମହାବିଦ୍ୟାଳୟ ରୁ ହାରାହାରି ୧୫୦୦ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ଏହି କର୍ମଶାଳାରେ ଯୋଗଦାନ କରିଥିବା ଶିକ୍ଷାନୁଷ୍ଠାନ ଗୁଡିକ ହେଲେ – ନାକଟିଦେଉଳ ଡ଼ିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର, ଜିରାଳ ଡ଼ିଗ୍ରୀ ମହାବିଦ୍ୟାଳୟ, ଢେଙ୍କାନାଳ, ନବଘନ ଡ଼ିଗ୍ରୀମହାବିଦ୍ୟାଳୟ, ଭଦ୍ରକ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ବଲାଙ୍ଗୀର, ମଡେଲ ଡ଼ିଗ୍ରୀ କଲେଜ ରାୟଗଡା, ବି .ଜେ .ବି ସୋୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବର, ସରକାରୀ ଡ଼ିଗ୍ରୀ ମହାବିଦ୍ୟାଳୟ, ସୁନ୍ଦରଗଡ, କପ୍ତିପଦା ଡ଼ିଗ୍ରୀ ମହାବିଦ୍ୟାଳୟ, ମୟୁରଭଞ୍ଜ, ଖୁଣ୍ଟା ଡ଼ିଗ୍ରୀ ମହାବିଦ୍ୟାଳୟ, ମୟୁରଭଞ୍ଜ, ଲକ୍ଷ୍ମୀକାନ୍ତ ଡ଼ିଗ୍ରୀ ମହାବିଦ୍ୟାଳୟ, ମୟୁରଭଞ୍ଜ ।

ପରିଶେଷରେ ଡଃ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଯେ, ସାଇବର ସୁରକ୍ଷା କେବଳ ସରକାର କିମ୍ବା ପୋଲିସ ପ୍ରଶାସନର ଦାୟିତ୍ଵ ନୁହେଁ; ଏହା ପ୍ରତ୍ୟେକ ନାଗରିକଙ୍କର ସାମୂହିକ ଦାୟିତ୍ଵ ସାମୂହିକ ସଚେତନତା, ଡିଜିଟାଲ ଶିକ୍ଷା ଓ ଦାୟିତ୍ବପୂର୍ଣ ଇଣ୍ଟରନେଟ୍ ବ୍ୟବହାର ମାଧ୍ୟମରେ ଏକ ସୁରକ୍ଷିତ, ସଚେତନ ଓ ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ କରିବା ହିଁ ଏହି ମିଶନର ମୂଳ ଲକ୍ଷ୍ୟ ହେବା ଉଚିତ କାର୍ଯ୍ୟକ୍ରମରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନର ରାଜ୍ୟ ସଂଯୋଜକ ଡଃ ଚଣ୍ଡୀଚରଣ ରଥ ଏବଂ ମ୍ୟାନେଜର ଶ୍ରୀ ହରିହର ବଡ଼ପଣ୍ଡା ଉପସ୍ଥିତ ଥିଲେ । ଆଇ ଇ ସି ଓ ସୋସିଆଲ୍ ମିଡିଆ ସଂଯୋଜିକା ଚୈତାଳୀ ସୋମ୍ ୱେବିନାରର ସଂଚାଳନ କରିଥିବାବେଳେ ସ୍ବାତୀ ପ୍ରଭା ମିଶ୍ର, ପ୍ରୀତିନନ୍ଦା ମହାପାତ୍ର ଏବଂ ଅଭିରାମ ଜେନା କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନାରେ ସ‌ହ‌ଯୋଗ କରିଥିଲେ I ।ଆଗାମୀ ଦିନରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆହୁରି ଶିକ୍ଷଣୀୟମୂଳକ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟରେ ଆଗେଇ ଚାଲିଛି ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ I